ସମର୍ଥକଙ୍କ ଗହଣରେ ଆସି ନାମାଙ୍କନପତ୍ର ଦାଖଲ କଲେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଦୁର୍ଗାପ୍ରସାଦ ପାଢ଼ୀ

ବୁର୍ଲା: ମାଁ ସମ୍ବଲେଶ୍ୱରୀଙ୍କ ଦର୍ଶନ ପରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଦୁର୍ଗାପ୍ରସାଦ ପାଢ଼ୀ ଶୋଭାଯାତ୍ରାରେ ଆସିସମ୍ବଲପୁର ଉପଜିଲାପାଳଙ୍କ ନିକଟରେ ନାମାନଙ୍କନପତ୍ର ଦାଖଲ କରିଛନ୍ତି। ବାଲିବନ୍ଧାରୁ ବାହାରିଥିବା ଶୋଭାଯାତ୍ରାରେ ସମ୍ବଲପୁର ସାଂସଦ ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ, ରେଢ଼ାଖୋଲ ବିଧାୟକ ପ୍ରାର୍ଥୀ ଆସଫ୍ ଅଲି ଖାନ, ଜିଲା କଂଗ୍ରେସ କମିଟି ସଭାପତି ଜୟଶଙ୍କର ମିଶ୍ର, ମହିଳା କଂଗ୍ରେସ ସଭାପତି ପ୍ରମୁଖ ସାମିଲ ହୋଇଥିଲେ। ତାଙ୍କ ଶୋଭାଯାତ୍ରାରେ  ପ୍ରାୟ ୬ରୁ୭ ହଜାର କଂଗ୍ରେସ କର୍ମୀ ଯୋଗଦେଇଥିଲେ।