‘ସମଲେଇ ପ୍ରକଳ୍ପ’ର ଶୁଭ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମ୍ବଲପୁର : ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ସମଲେଇ ପ୍ରକଳ୍ପ । ସମ୍ବଲପୁରରେ ହୋଇଥିବା ମା’ ସମଲେଇ ପ୍ରକଳ୍ପକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକାର୍ପଣ ପରେ ସମଲେଇ ପ୍ରକଳ୍ପକୁ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ I କାର୍ଯ୍ୟକ୍ରମ ସମୟରେ ତାଂକ ସହ ଅଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ୪୦ ଏକର ଜମିରେ ହୋଇଛି ସମଲେଇ ପ୍ରକଳ୍ପ । ପଶ୍ଚିମ ଓଡିଶାର ଆଧ୍ୟାତ୍ମିକ ଭାବାବେଗର ପ୍ରାଣକେନ୍ଦ୍ର, ମା’ ସମଲେଶ୍ୱର ପୀଠରେ ନିର୍ମାଣ […]

‘ସମଲେଇ ପ୍ରକଳ୍ପ’ର ଶୁଭ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
‘ସମଲେଇ ପ୍ରକଳ୍ପ’ର ଶୁଭ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ସମ୍ବଲପୁର : ଲୋକାର୍ପିତ ହେଲା ବହୁ ପ୍ରତିକ୍ଷିତ ସମଲେଇ ପ୍ରକଳ୍ପ । ସମ୍ବଲପୁରରେ ହୋଇଥିବା ମା’ ସମଲେଇ ପ୍ରକଳ୍ପକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଲୋକାର୍ପଣ ପରେ ସମଲେଇ ପ୍ରକଳ୍ପକୁ ବୁଲି ଦେଖିଛନ୍ତି ମୁଖ୍ୟମନ୍ତ୍ରୀ I କାର୍ଯ୍ୟକ୍ରମ ସମୟରେ ତାଂକ ସହ ଅଛନ୍ତି 5T ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ । ୪୦ ଏକର ଜମିରେ ହୋଇଛି ସମଲେଇ ପ୍ରକଳ୍ପ ।

ପଶ୍ଚିମ ଓଡିଶାର ଆଧ୍ୟାତ୍ମିକ ଭାବାବେଗର ପ୍ରାଣକେନ୍ଦ୍ର, ମା’ ସମଲେଶ୍ୱର ପୀଠରେ ନିର୍ମାଣ ଚାଲିଥିବା ଏହି ପ୍ରକଳ୍ପର ଲୋକାର୍ପଣ କରିବାକୁ ନେଇ ପୁରା ପରିବେଶ ଉତ୍ସବମୁଖର ହୋଇଉଠିଛି । ମା’ ସମଲେଶ୍ୱରୀ ମନ୍ଦିରର ରୂପାନ୍ତରଣ ପାଇଁ ୧୭ଫେବ୍ରୁଆରୀ, ୨୦୨୧ମସିହାରେ ପ୍ରଥମ ପର୍ଯ୍ୟାୟରେ ୨୦୦ କୋଟି ଅର୍ଥରାଶି ମଞ୍ଜୁର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରେ ଦ୍ୱିତୀୟ ପର୍ଯ୍ୟୟରେ ଆଉ ୨୦୦ କୋଟି ଅନୁଦାନ ମଞ୍ଜୁର କରାଯାଇଥିଲା। ଜମି ଅଧିଗ୍ରହଣ ପରେ ୨୦୨୨ ଏପ୍ରିଲ ୧୫ ତାରିଖରେ ସମଲେଇ ପ୍ରକଳ୍ପ ପାଇଁ ଭୂମି ପୂଜନ ହୋଇଥିଲା। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଆଜି ମଧ୍ୟାହ୍ନ ସମୟରେ ଜମାଦାରପାଲି ଏୟାରଷ୍ଟ୍ରିପରେ ବିମାନ ଯୋଗେ ପହଞ୍ଚିଥିଲେ। ସେଠାରୁ ସମଲେଇ ମନ୍ଦିରକୁ ଯାଇ ଅପରାହ୍ନ ପ୍ରାୟ ୧ଟାରେ ଏହି ମନ୍ଦିର ଲୋକାର୍ପଣ କରିଥିଲେ I ସମଲେଇ ପ୍ରକଳ୍ପ ଯଜ୍ଞସ୍ଥଳରେ ହୋମଯଜ୍ଞ ସାଙ୍ଗକୁ ଚଣ୍ଡୀପାଠ ଏବଂ ମନ୍ତ୍ରଧ୍ୱନିରେ ସାରା ପରିବେଶ ପ୍ରକମ୍ପିତ ହୋଇଥିଲା | ପଶ୍ଚିମ ଓଡ଼ିଶାର ଆରାଧ୍ୟ ମା’ ସମଲେଶ୍ୱରୀଙ୍କ ମନ୍ଦିରର ଭବ୍ୟ ରୂପାନ୍ତରଣ କରାଯାଇଛି। ଏହି ପ୍ରକଳ୍ପ ଲୋକାର୍ପଣ ଓ ସ୍ୱତନ୍ତ୍ର ଦେବ ନୀତି ପାଇଁ ଆଜି ସକାଳ ୯ଟାରୁ ଦିନ ୨ଟା ପର୍ଯ୍ୟନ୍ତ ସମଲେଇ ମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ ରହିଛି। ଆଜି ସନ୍ଧ୍ୟାରେ ମହାନଦୀ କୂଳରେ ମହାନଦୀ ଘାଟରେ ସନ୍ଧ୍ୟା ଆଳତିର ବନ୍ଦବୋସ୍ତ କରାଯାଇଛି।