ସମଲେଇ ମନ୍ଦିରରେ ପାନ-ଗୁଟଖା ବ୍ୟାନ୍, ଧରାପଡିଲେ ୫୦୦ ଟଙ୍କା ଜରିମାନା
ସମ୍ବଲପୁର ୧୩।୦୪ : ରବିବାରଠାରୁ ସମଲେଇ ମନ୍ଦିରରେ ପାନ ଗୁଟଖା ବ୍ୟାନ୍ । ଏପରି ନିଷ୍ପତ୍ତି ନେଇଛି ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡ । ଭକ୍ତଙ୍କୁ ପାନ ଗୁଟଖା ଖାଇ କିମ୍ବା ପାନ ଗୁଟଖା ଆଣିବାକୁ ବାରଣ କରାଯାଇଛି । ଏନେଇ ସିକ୍ଯୁରିଟି ସଂସ୍ଥାର ସୁରକ୍ଷା କର୍ମୀଙ୍କୁ ସଚେତନ କରିବେ । ଏହାସହ ମାଦକ ଦ୍ରବ୍ୟ ସେବନ କରି ମନ୍ଦିର ପରିସରରେ ଧରାପଡିଲେ ୫୦୦ ଟଙ୍କା ଜରିମାନା କରାଯିବ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସଂଜୟ ବାବୁ ସୂଚନା ଦେଇଛନ୍ତି ।