ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ନିତା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏବଂ ନିତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପୂର୍ବ ସମାରୋହ ଆରମ୍ଭ ହୋଇଛି। କକଟେଲ ରାତିରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ଭାଗ ନେବାକୁ ଭାରତ ତଥା ବିଦେଶର ପ୍ରସିଦ୍ଧ ବ୍ୟକ୍ତିତ୍ୱ ଗୁଜୁରାଟର ଜାମନଗରରେ ପହଞ୍ଚିଛନ୍ତି। ସମାରୋହରେ ଯୋଗ ଦେଇଥିବା ଅତିଥିମାନଙ୍କ ପୋଷାକ ଏକ ରେଡ କାର୍ପେଟ ଆମନ୍ତ୍ରଣରେ ପିନ୍ଧାଯାଇଥିବା ଲୋକଙ୍କଠାରୁ କମ ନୁହେଁ। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ସୁନ୍ଦର ଲୁକ ବ୍ୟତୀତ […] The post ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ନିତା appeared first on Dharitri Odia News.

ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ନିତା

ମୁମ୍ବାଇ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପରିଚାଳନା ନିର୍ଦ୍ଦେଶକ ମୁକେଶ ଅମ୍ବାନୀ ଏବଂ ନିତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀଙ୍କ ବିବାହ ପୂର୍ବ ସମାରୋହ ଆରମ୍ଭ ହୋଇଛି। କକଟେଲ ରାତିରୁ ଆରମ୍ଭ ହୋଇଥିବା ଏହି ଉତ୍ସବରେ ଭାଗ ନେବାକୁ ଭାରତ ତଥା ବିଦେଶର ପ୍ରସିଦ୍ଧ ବ୍ୟକ୍ତିତ୍ୱ ଗୁଜୁରାଟର ଜାମନଗରରେ ପହଞ୍ଚିଛନ୍ତି। ସମାରୋହରେ ଯୋଗ ଦେଇଥିବା ଅତିଥିମାନଙ୍କ ପୋଷାକ ଏକ ରେଡ କାର୍ପେଟ ଆମନ୍ତ୍ରଣରେ ପିନ୍ଧାଯାଇଥିବା ଲୋକଙ୍କଠାରୁ କମ ନୁହେଁ। ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟଙ୍କ ସୁନ୍ଦର ଲୁକ ବ୍ୟତୀତ ନୀତା ଅମ୍ବାନୀଙ୍କ ଲୁକ ମଧ୍ୟ ଏବେ ଖୁବ ଚର୍ଚ୍ଚାରେ ରହିଛି।

ବିବାହ ପୂର୍ବରୁ ସମାରୋହରେ ନୀତା ଅମ୍ବାନୀ ଏକ ଓ୍ବାଇନ କଲର ଗାଉନରେ ବହୁତ ସୁନ୍ଦର ଦେଖାଯାଉଥିଲେ। କକଟେଲ ନାଇଟରେ ପିନ୍ଧାଯାଇଥିବା ପୋଷାକର ଉଭୟ ପାର୍ଶ୍ୱରେ ଅନେକ ସୁନା ଓ ରୂପା ବଟନ ଥିଲା। ଏଓ୍ବାନ ସୋଲଡର ସିଲୁଇଟ କୁ ଫ୍ରି-ଫ୍ଲୋଇଙ୍ଗ ଡ୍ରାପ ସହିତ ଡିଜାଇନ କରାଯାଇଥିଲା । ସୁନା ବଟନ ସହିତ ଏକ କ୍ଲାସିକ ଭାରତୀୟ ବ୍ୟାଣ୍ଡଗାଲା ସୁଟରେ ମୁକେଶ ଅମ୍ବାନୀ ବହୁତ ଷ୍ଟାଇଲିସ ଦେଖାଯାଉଥିଲେ। ମୁଦ୍ରିତ ଲାଲ ପକେଟ ସ୍କୋୟାର ତାଙ୍କ ମନୋକ୍ରୋମ ପୋଷାକରେ ଏକ ପପ ରଙ୍ଗ ଯୋଡିଥିଲା।
ନୀତା ଏବଂ ମୁକେଶ ଅମ୍ବାନୀ ସେମାନଙ୍କ ଭାବି ବୋହୂ ରାଧିକା ମର୍ଚାଣ୍ଟଙ୍କ ସହ ହସୁଥିବା ଏବଂ ଥଟ୍ଟା କରୁଥିବା ଦେଖିବାକୁ ମିଳିଥିଲା। ରାଧିକା ମର୍ଚାଣ୍ଟ ତାଙ୍କ ବିବାହ ପୂର୍ବ ଉତ୍ସବରେ ଭସାର୍ଚି୍‌ ଡ୍ରେସ ପିନ୍ଧିଥିଲେ। ସେ ଏକ ଉଜ୍ଜ୍ୱଳ ଟୁଲ କଲମ ଡ୍ରେସରେ ବହୁତ ସୁନ୍ଦର ଦେଖାଯାଉଥିଲେ। ତାଙ୍କ ପୋଷାକ ଧୂସର ଗୋଲାପୀ ରଙ୍ଗର, ଯେଉଁଥିରେ ସୁବର୍ଣ୍ଣ-ମରୁନ ସେଡ୍‌ କାମ ହୋଇଥିଲା। ଅଣ୍ଟାରେ ଡସ୍କି ପିଙ୍କ କଲର କ୍ରିସ କ୍ରସ ପ୍ୟାଟର୍‌ର ଏକ ଲମ୍ବା ଟ୍ରେଲ ଯୋଡି ହୋଇଛି, ଯାହା ତାଙ୍କ ପୋଷାକକୁ ଆହୁରି ସୁନ୍ଦର ଦେଖାଯାଉଥିଲା।
ରାଧିକାଙ୍କ ଏହି ଲୁକ ବ୍ଲେକ ଲାଇଭଲିଙ୍କ ମେଟ ଗାଲା ୨୦୨୨ ଲୁକ ଦ୍ୱାରା ଅନୁପ୍ରାଣିତ । ଏହା ସହିତ ସେ ନିଜ ହୀରା ହାର ଏବଂ ହାଲୁକା କାନଫୁଲ ସହିତନିୁ ଲୁକକୁ କମ୍ଲିଟ କରିଛନ୍ତି । ଏହି ସମୟରେ ଅନନ୍ତ ଅମ୍ବାନୀ ଏକ କଳା ଏବଂ ଧଳା ଟକ୍ସେଡୋ ପିନ୍ଧିଥିଲେ, ଯେଉଁଥିରେ ସେ ବହୁତ ଆକର୍ଷଣୀୟ ଦେଖାଯାଉଥିଲେ। ତାଙ୍କ ସୁଟରେ ଏକ ହୀରା ବ୍ରୋଚ ମଧ୍ୟ ଥିଲା। ଏହି ଲୁକରେ ଅନନ୍ତ ଡାପର୍‌ ଦେଖାଯାଉଥିଲେ।

The post ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ନିତା appeared first on Dharitri Odia News.