ସମସ୍ତଙ୍କୁ ଛାଡି ଆରପାରିରେ କୁନିଆ ଭାଇ, ଏହି ବର୍ଷିୟାନ କଳାକାରଙ୍କୁ ଝୁରୁଛି ଜନ୍ମମାଟି ବାରିପଦା
ବାରିପଦା: ନିରବୀ ଗଲେ ଉତ୍ତମ ମହାନ୍ତି । ସମସ୍ତଙ୍କୁ ଛାଡି ଆରପାରିରେ ଦଣ୍ଡା ବାଳୁଙ୍ଗା । ଚିର ନିଦ୍ରାରେ ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତି । ଯେଉଁ ଖବର ପାଇବା ପରେ ସବୁଠି ଶୋକର ଛାୟା । ଜନ୍ମମାଟି ବାରିପଦା ରୁ ଆରମ୍ଭ କରି ଭୁବନେଶ୍ଵର ଆଜି ସ୍ତବ୍ଧ । ସମସ୍ତଙ୍କ ଆଖିରେ ଲୁହ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ସେହି ବାଟ ସେହି ଗଳି ଅଛି ନାହିଁ ଖାଲି ଜଣେ ଆପଣାର । ଆଉ […] The post ସମସ୍ତଙ୍କୁ ଛାଡି ଆରପାରିରେ କୁନିଆ ଭାଇ, ଏହି ବର୍ଷିୟାନ କଳାକାରଙ୍କୁ ଝୁରୁଛି ଜନ୍ମମାଟି ବାରିପଦା appeared first on KNews Odisha.

ବାରିପଦା: ନିରବୀ ଗଲେ ଉତ୍ତମ ମହାନ୍ତି । ସମସ୍ତଙ୍କୁ ଛାଡି ଆରପାରିରେ ଦଣ୍ଡା ବାଳୁଙ୍ଗା । ଚିର ନିଦ୍ରାରେ ଓଡ଼ିଆ ସୁପରଷ୍ଟାର ଉତ୍ତମ ମହାନ୍ତି । ଯେଉଁ ଖବର ପାଇବା ପରେ ସବୁଠି ଶୋକର ଛାୟା । ଜନ୍ମମାଟି ବାରିପଦା ରୁ ଆରମ୍ଭ କରି ଭୁବନେଶ୍ଵର ଆଜି ସ୍ତବ୍ଧ । ସମସ୍ତଙ୍କ ଆଖିରେ ଲୁହ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ସେହି ବାଟ ସେହି ଗଳି ଅଛି ନାହିଁ ଖାଲି ଜଣେ ଆପଣାର ।
ଆଉ ନାହାନ୍ତି ଓଡ଼ିଆ ସିନେ ଜଗତର ସୁପରଷ୍ଟାର ଉତ୍ତମ ମାହନ୍ତି । ଗତକାଲି ଚିକିତ୍ସିତ ଅବସ୍ଥାରେ ଦିଲ୍ଲୀର ଏକ ଘୋରଇ ଚିକିତ୍ସାଳୟରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି । ୬୭ ବର୍ଷ ବୟସରେ ନିରବୀ ଯାଇଛନ୍ତି ବର୍ଷିୟାନ କଳାକାର । କଳା ଓ ସଂସ୍କୃତିର ସହର ବାରିପଦାରେ ତାଙ୍କତ ଜନ୍ମ । ଏହି ବାରିପଦାରୁ ହିଁ ଅଭିନୟ ଜଗତରେ ପାଦ ଥାପିଥିଲେ ଉତ୍ତମ ମହାନ୍ତି । କୁନିଆ ଭାଇ ନାମରେ ବାରିପଦା ସହରରେ ବେସ୍ ପରିଚିତ ସେ । ବାରିପଦା କୃଷ୍ଣଚନ୍ଦ୍ର ଉଚ୍ଚ ବିଦ୍ୟାଳୟରେ ପାଠପଢା ଆରମ୍ଭ କରିଥିଲେ । ପରେ ପରେ ଏମ୍ପିସି ମହାବିଦ୍ୟାଳୟରେ କଲେଜରେ ପାଠ ପଢି ଥିଲେ । ଏହି କଲେଜ ଜୀବନରେ ପାଠ ପଢା ମଧ୍ୟରେ ନାଟକ ମାଧ୍ୟମରେ ଆରମ୍ଭ କରିଥିଲେ ଅଭିନୟ । ପ୍ରଥମ ନାଟକ ଭାବେ ରାଜହଂଶ ରେ ଅଭିନୟ କରିଥିଲେ ଉତ୍ତମ । ଏହା ପରେ ୧୯୭୭ ମସିହାରେ ପ୍ରଥମ ସିନେମା ଅଭିମାନରେ ନାୟକ ଭୂମିକାରେ ଅଭିନୟ କରି ସିନେ ଜଗତରେ ପାଦ ଥାପିଥିଲେ । ଆଉ ପଛକୁ ଫେରି ଚାହିଁ ନାହାନ୍ତି ଉତ୍ତମ ।
୧୩୫ଟି ଓଡ଼ିଆ ଚଳଚିତ୍ର ସାଙ୍ଗକୁ ୩୦ଟି ବଙ୍ଗାଳି ଭାଷାରେ ଚଳଚିତ୍ରରରେ ଅଭିନୟ କରିଛନ୍ତି । ଗୋଟିଏ ହିନ୍ଦୀ ଚଳଚିତ୍ର ମଧ୍ୟ କରିଛନ୍ତି ସେ । ଏତେ ଆଗକୁ ଯିବା ପରେ ମଧ୍ୟ କେବେ ଭୁଲି ନାହାନ୍ତି ବାରିପଦା ମାଟିକୁ । କାର୍ଯ୍ୟବ୍ୟସ୍ତତା ମଧ୍ୟରେ ମଧ୍ୟ ସମୟ କାଢି ବାରିପଦା ଆସିବାକୁ କେବେ ଭୁଲୁ ନଥିଲେ ସେ । ବାରିପଦା ଅଧିଷ୍ଠାତ୍ରୀ ଦେବୀ ମାଆ ଅମ୍ୱିକା ଓ ନିଜ ଜନ୍ମଦାତ୍ରୀ ମାଆଙ୍କୁ ସବୁବେଳେ ମନେପକାଉଥିଲେ ଏହି ଦଣ୍ଡା ବାଳୁଙ୍ଗା ।
ଏ ହେଉଛି ସେହି ଘର ଯେଉଁଠି ଜନ୍ମ ଗ୍ରହଣ କରିଥିଲେ କୁନିଆ ଭାଇ । ଏହି ଘରେ ସେ କାଟିଛନ୍ତି ଶୈଶବ । ଏହି ଠାରୁ ହିଁ ଆରମ୍ଭ କରିଛନ୍ତି ଅଭିନୟ । ଭାଇ ଭାଉଜଙ୍କ ଗହଣରେ ଏହି ଘରେ ରହି ଆସୁଥିଲେ ଉତ୍ତମ । ଆଜି ବି ସେହି ଦିନ କଥା ମନେ ପକାଇ କଇଁ କଇଁ ହୋଇ କାନ୍ଦି ଥାନ୍ତି ବଡଭାଇ ଅଶୋକ ମହାନ୍ତି । ସେହି ଭଲପାଇବା ସେହି ଝଗଡା ଓ ସେହି ଅଳି କରିବା କଥାକୁ ମନେ ପକାଇ ନିଜ କୋହ ସମ୍ଭାଳି ଡାରି ନାହାନ୍ତି ବଡଭାଇ ଅଶୋକ । ବିଶ୍ଵାସ କରି ପାରୁନାହାନ୍ତି ଯେ ସାନ ଭାଇ କୁନିଆ ଆଉ ନାହିଁ ବୋଲି । ଶେଷ ଦର୍ଶନ ପାଇଁ ବାରିପଦା ଘରୁ ସମସ୍ତେ ବାହାରିଛନ୍ତି ଭୁବନେଶ୍ଵର ଅଭିମୁଖେ । ପାର୍ଥୀବ ଶରୀର ଭୁବନେଶ୍ଵର ପହଁଚିବା ପରେ ଭୁବନେଶ୍ଵର ଠାରେ ହିଁ ଶେଷକୃତ ସମ୍ପନ୍ନ ହେବ ବୋଲି ପରିବାର ପକ୍ଷରୁ କୁହାଯାଇଛି ।
ତେବେ ଯେଉଁ ମାଟି ଉତ୍ତମ ମହାନ୍ତିଙ୍କୁ ପରିଚୟ ଦେଇଥିଲା । ଯେଉଁ ମାଟିକୁ ଉତ୍ତମ ମହାନ୍ତି ଭଲ ପାଉଥିଲେ । ସେହି ମାଟିର ଲୋକେ ଆଜି ସେହି ବର୍ଷିୟାନ କଳାକାରଙ୍କ ଶେଷ ଦର୍ଶନରୁ ବଞ୍ଚିତ ହୋଇ ମର୍ମାହତ । ସମସ୍ତ ଝୁରୁଛନ୍ତି ଆଉ ସମସ୍ତଙ୍କ ମୁହଁରେ ସେହି ଗୋଟିଏ କଥା ସେହି ବାଟ ସେହି ଗଳି ଅଛି ନାହିଁ ଖାଲି ଜଣେ ଆପଣାର । ଏ ସହର ଖୋଜୁଛି ଆଜି ସେହି ମହା ନାୟକଙ୍କୁ ।
The post ସମସ୍ତଙ୍କୁ ଛାଡି ଆରପାରିରେ କୁନିଆ ଭାଇ, ଏହି ବର୍ଷିୟାନ କଳାକାରଙ୍କୁ ଝୁରୁଛି ଜନ୍ମମାଟି ବାରିପଦା appeared first on KNews Odisha.