ହୁ ହୁ ହୋଇ ବଢ଼ି ଚାଲିଛି ସୁନା ମୂଲ୍ୟ, ଚିନ୍ତାରେ ଗ୍ରାହକ

ଦେଶରେ ସୁନା ମୂଲ୍ୟ ହୁ ହୁ ହୋଇ ବଢ଼ି ଚାଲିଛି ।  ଏହା କ୍ରମାଗତ ଭାବେ ରେକର୍ଡ ଭାଙ୍ଗି ଚାଲିଛି ।  ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୫,୭୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୧,୭୪୦ ଟଙ୍କା ରହିଛି ।  ସେହିପରି ଓଡ଼ିଶାରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୫,୭୬୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ […] The post ହୁ ହୁ ହୋଇ ବଢ଼ି ଚାଲିଛି ସୁନା ମୂଲ୍ୟ, ଚିନ୍ତାରେ ଗ୍ରାହକ appeared first on KNews Odisha.

ହୁ ହୁ ହୋଇ ବଢ଼ି ଚାଲିଛି ସୁନା ମୂଲ୍ୟ, ଚିନ୍ତାରେ ଗ୍ରାହକ
gold

ଦେଶରେ ସୁନା ମୂଲ୍ୟ ହୁ ହୁ ହୋଇ ବଢ଼ି ଚାଲିଛି ।  ଏହା କ୍ରମାଗତ ଭାବେ ରେକର୍ଡ ଭାଙ୍ଗି ଚାଲିଛି ।  ଅନ୍ତର୍ଜାତୀୟ ବଜାରରେ ଦର ବୃଦ୍ଧି ଯୋଗୁଁ ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୬୫,୭୬୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୧,୭୪୦ ଟଙ୍କା ରହିଛି ।  ସେହିପରି ଓଡ଼ିଶାରେ ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୬୫,୭୬୦ ଟଙ୍କାରେ ପହଞ୍ଚିଥିବା ବେଳେ ୨୪ କ୍ୟାରେଟ୍ ସୁନା ଦର ୭୧ ହଜାର ୭୪୦ ହୋଇଛି ।

ମୁମ୍ବାଇରେ ୨୨ କ୍ୟାରେଟ୍ ଓ ୨୪ କ୍ୟାରେଟ୍ ମୂଲ୍ୟ ୬୫,୭୬୦ ଟଙ୍କା ଓ ୭୧,୭୪୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ୬୫,୯୧୦ ଟଙ୍କା ଓ ୭୧,୮୯୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୬୬,୭୧୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୭୨,୭୭୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୬୫,୭୬୦ ଟଙ୍କା ଓ ୭୧,୭୪୦ ଟଙ୍କା ରହିଛି । ଅନ୍ୟ ପଟେ ରୁପାଦର ମଧ୍ୟ ବୃଦ୍ଧି ହୋଇ କେଜି ପ୍ରତି ୮୪ ହଜାର ୪୦୦ ଟପିଛି ।

 

The post ହୁ ହୁ ହୋଇ ବଢ଼ି ଚାଲିଛି ସୁନା ମୂଲ୍ୟ, ଚିନ୍ତାରେ ଗ୍ରାହକ appeared first on KNews Odisha.