ସମସ୍ୟା ସାମାଧାନ ପାଇଁ ୫୦ ମିନିଟ ଛିଡାହେଲେ ବୃଦ୍ଧ ଦମ୍ପତି, ଆକ୍ସନ ନେଲେ ସାର୍
ନୂଆଦିଲ୍ଲୀ ୧୭/୧୨: ଦିଲ୍ଲୀର ସଟେ ଉତ୍ତରପ୍ରଦେଶ ନୋଏଡାରୁ ନଜର ଆସିଛି ଅଦ୍ଭୁତ ଘଟଣା । ନୋଏଡାର ଜଣେ ସିଇଓ କାର୍ଯ୍ୟରେ ଅବହେଳା ପାଇଁ କର୍ମଚାରୀଙ୍କୁ ଶୁଣାଇଛନ୍ତି ଦଣ୍ଡ । ସିସିଟିଭିରେ ଏହା ଦେଖୁଥିବା ଅଧିକାରୀ ଜଣକ ଦେଖିବା ପରେ ନିଜ କର୍ମଚାରୀଙ୍କୁ ଶୁଣାଇଲେ ଏପରି ଦଣ୍ଡ । ଦଣ୍ଡ ସ୍ୱରୁପ ଅଧ ଘଣ୍ଟା ପର୍ଯ୍ୟନ୍ତ ଛିଡ଼ା ହୋଇ କାମ କରିବାକୁ ଦେଲେ ନିର୍ଦ୍ଦେଶ । ସୂଚନା ଥାଉକି, ସମସ୍ୟାର ସମାଧାନ ନିମନ୍ତେ ବୃଦ୍ଧ ଦମ୍ପତି କର୍ତ୍ତୃପକ୍ଷଙ୍କ ଆବାସିକ ଭୁ଼ଖଣ୍ଡ ବିଭାଗ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଅପେକ୍ଷା କରିବା ସତ୍ତ୍ୱେ କେହି ସେମାନଙ୍କ ସମସ୍ୟା ଶୁଣିଲେ ନାହିଁ । ନିଜ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭିରେ ନୋଏଡା ପ୍ରାଧିକରଣ ସିଇଓ ଲୋକେଶ ଏମ୍ ଏହା ଦେଖିଥିଲେ । #नोएडा अथॉरिटी के सीईओ बने प्रिंसिपल..नोएडा अथॉरिटी में एक बुजुर्ग दंपति फाइल पास कराने के लिए भटक रहे थे, लेकिन सुनवाई नहीं हो रही थी।CEO ने ये देख सभी कर्मचारियों को 30 मिनट तक खड़े होकर काम करने की सजा सुनाई @CeoNoida @noida_authority #Viralvedio pic.twitter.com/sYgqV5CHEP— PRIYA RANA (@priyarana3101) December 17, 2024ଏନେଇ ସେ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ସେମାନଙ୍କ ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିଛି
ନୂଆଦିଲ୍ଲୀ ୧୭/୧୨: ଦିଲ୍ଲୀର ସଟେ ଉତ୍ତରପ୍ରଦେଶ ନୋଏଡାରୁ ନଜର ଆସିଛି ଅଦ୍ଭୁତ ଘଟଣା । ନୋଏଡାର ଜଣେ ସିଇଓ କାର୍ଯ୍ୟରେ ଅବହେଳା ପାଇଁ କର୍ମଚାରୀଙ୍କୁ ଶୁଣାଇଛନ୍ତି ଦଣ୍ଡ । ସିସିଟିଭିରେ ଏହା ଦେଖୁଥିବା ଅଧିକାରୀ ଜଣକ ଦେଖିବା ପରେ ନିଜ କର୍ମଚାରୀଙ୍କୁ ଶୁଣାଇଲେ ଏପରି ଦଣ୍ଡ । ଦଣ୍ଡ ସ୍ୱରୁପ ଅଧ ଘଣ୍ଟା ପର୍ଯ୍ୟନ୍ତ ଛିଡ଼ା ହୋଇ କାମ କରିବାକୁ ଦେଲେ ନିର୍ଦ୍ଦେଶ ।
ସୂଚନା ଥାଉକି, ସମସ୍ୟାର ସମାଧାନ ନିମନ୍ତେ ବୃଦ୍ଧ ଦମ୍ପତି କର୍ତ୍ତୃପକ୍ଷଙ୍କ ଆବାସିକ ଭୁ଼ଖଣ୍ଡ ବିଭାଗ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ସେଠାରେ ଘଣ୍ଟା ଘଣ୍ଟା ଛିଡ଼ା ହୋଇ ଅପେକ୍ଷା କରିବା ସତ୍ତ୍ୱେ କେହି ସେମାନଙ୍କ ସମସ୍ୟା ଶୁଣିଲେ ନାହିଁ । ନିଜ କାର୍ଯ୍ୟାଳୟରେ ଲାଗିଥିବା ସିସିଟିଭିରେ ନୋଏଡା ପ୍ରାଧିକରଣ ସିଇଓ ଲୋକେଶ ଏମ୍ ଏହା ଦେଖିଥିଲେ ।
#नोएडा अथॉरिटी के सीईओ बने प्रिंसिपल..
नोएडा अथॉरिटी में एक बुजुर्ग दंपति फाइल पास कराने के लिए भटक रहे थे, लेकिन सुनवाई नहीं हो रही थी।
CEO ने ये देख सभी कर्मचारियों को 30 मिनट तक खड़े होकर काम करने की सजा सुनाई @CeoNoida @noida_authority #Viralvedio pic.twitter.com/sYgqV5CHEP— PRIYA RANA (@priyarana3101) December 17, 2024
ଏନେଇ ସେ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ ତୁରନ୍ତ ସେମାନଙ୍କ ସମସ୍ୟା ସମାଧାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିଛି ସମୟ ପରେ ସିଇଓ ପୁଣି ଥରେ ସିସିଟିଭି ଯାଞ୍ଚ କରି ବୃଦ୍ଧ ଦମ୍ପତି ପୂର୍ବ ପରି ଛିଡ଼ା ହୋଇଥିବା ଦେଖିବାକୁ ପାଇଥିଲେ । ଏହାଦେଖି ସେ ନିଜ କାର୍ଯ୍ୟାଳୟରେ ପହଞ୍ଚି ଅଧିକାରୀ ଓ କର୍ମଚାରୀଙ୍କୁ ଟ୍ୟୁସନ୍ କରିଥିଲେ । ଏଥିସହ ତୁରନ୍ତ ଛିଡ଼ା ହୋଇ ଅଧ ଘଣ୍ଟା ପର୍ଯ୍ୟନ୍ତ କାମ କରିବାକୁ କାର୍ଯ୍ୟାଳୟରେ ଉପସ୍ଥିତ ସମସ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ଏନେଇ ସେ କହିଥିଲେ, ‘ଆପଣମାନେ ନିଜେ ଛିଡ଼ା ହୋଇ କାମ କଲେ ଉକ୍ତ ବୟସ୍କ ଦମ୍ପତିଙ୍କ କଷ୍ଟ ବୁଝିପାରିବେ। ଏହାପରେ କେବେ ବି ଏପରି ଭୁଲ୍ କରିବେ ନାହିଁ। ’ ସିଇଓଙ୍କ ଏପରି ନିର୍ଦ୍ଦେଶ ପରେ କର୍ମଚାରୀମାନେ ନିଜ ନିଜ ସିଟ୍ ପାଖରେ ଛିଡ଼ା ହୋଇ କାମ କରିଥିଲେ। ଏହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେଉଛି।