ସମାକୋଇ ଚକଧର ଜଳ ପ୍ରକଳ୍ପକୁ ବିରୋଧ, ଆଜି ୧୨ ଘଣ୍ଟିଆ ତେଲକୋଇ ବନ୍ଦ ଡାକରା
ତୋଲକୋଇ ୧୨/୦୯: ସମାକୋଇ ଚକଧର ଜଳ ପ୍ରକଳ୍ପକୁ ବିରୋଧ କରି ଆଜି ଚକଧର ସମନ୍ୱୟ ସମିତି ପକ୍ଷରୁ ୧୨ ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଛି। ଏଥିରେ ସାଧାରଣ ଲୋକଙ୍କ ସହିତ ବିଭିନ୍ନ ସଂଗଠନର ସର୍ମଥନ ରହିଥିବା ଜଣାପଡିଛି । ବନ୍ଦ ଯୋଗୁଁ ଗାଡ଼ି ମୋଟର ଚଳାଚଳ ସହିତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ବମ୍ବେ-କଲିକତା ୪୯ ନମ୍ବର ଜାତୀୟ ରାଜପଥକୁ ଜଗମୋହନପୁର ଛକ ଠାରେ ବିକ୍ଷୋଭ କାରୀ ଅବରୋଧ କରିଛନ୍ତି । ଯା ଫଳରେ ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଗାଡିମଟର ଅଟକି ରହିଛି । ତେଲକୋଇ ବଜାର ସହିତ ଜଗମୋହନ ପୁର ବଜାର ମଧ୍ୟ ବନ୍ଦ ରହିଛି। ଫଳରେ ଲୋକେ ନାହିଁଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । କେବଳ ଆମ୍ବୁଲାନ୍ସ ଓ ଅନ୍ୟ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଦେଲେ ସ୍କୁଲ କଲେଜ ସରକାରୀ ଓ ବେସରକାରୀ ଅଫିସ୍କୁ ମଧ୍ୟ ସମ୍ପୁର୍ଣ୍ଣ ବନ୍ଦ କରାଯାଇଛି । ସମାକୋଇ ନଦୀ ଉପରେ ହେବାକୁ ଥିବା ଚକଧର ଜଳ ପ୍ରକଳ୍ପକୁ ସମ୍ପୁର୍ଣ୍ଣ ବନ୍ଦ ପାଇଁ ବିକ୍ଷୋଭ କାରୀ ଦାବି କରିଛନ୍ତି ।
ତୋଲକୋଇ ୧୨/୦୯: ସମାକୋଇ ଚକଧର ଜଳ ପ୍ରକଳ୍ପକୁ ବିରୋଧ କରି ଆଜି ଚକଧର ସମନ୍ୱୟ ସମିତି ପକ୍ଷରୁ ୧୨ ଘଣ୍ଟିଆ ତେଲକୋଇ ବନ୍ଦ ଡାକରା ଦିଆଯାଇଛି। ଏଥିରେ ସାଧାରଣ ଲୋକଙ୍କ ସହିତ ବିଭିନ୍ନ ସଂଗଠନର ସର୍ମଥନ ରହିଥିବା ଜଣାପଡିଛି । ବନ୍ଦ ଯୋଗୁଁ ଗାଡ଼ି ମୋଟର ଚଳାଚଳ ସହିତ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।
ବମ୍ବେ-କଲିକତା ୪୯ ନମ୍ବର ଜାତୀୟ ରାଜପଥକୁ ଜଗମୋହନପୁର ଛକ ଠାରେ ବିକ୍ଷୋଭ କାରୀ ଅବରୋଧ କରିଛନ୍ତି । ଯା ଫଳରେ ରାସ୍ତାର ଦୁଇ ପାର୍ଶ୍ୱରେ ଶହ ଶହ ଗାଡିମଟର ଅଟକି ରହିଛି । ତେଲକୋଇ ବଜାର ସହିତ ଜଗମୋହନ ପୁର ବଜାର ମଧ୍ୟ ବନ୍ଦ ରହିଛି। ଫଳରେ ଲୋକେ ନାହିଁଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
କେବଳ ଆମ୍ବୁଲାନ୍ସ ଓ ଅନ୍ୟ ଅତ୍ୟାବଶ୍ୟକ ସେବାକୁ ଛାଡ଼ି ଦେଲେ ସ୍କୁଲ କଲେଜ ସରକାରୀ ଓ ବେସରକାରୀ ଅଫିସ୍କୁ ମଧ୍ୟ ସମ୍ପୁର୍ଣ୍ଣ ବନ୍ଦ କରାଯାଇଛି । ସମାକୋଇ ନଦୀ ଉପରେ ହେବାକୁ ଥିବା ଚକଧର ଜଳ ପ୍ରକଳ୍ପକୁ ସମ୍ପୁର୍ଣ୍ଣ ବନ୍ଦ ପାଇଁ ବିକ୍ଷୋଭ କାରୀ ଦାବି କରିଛନ୍ତି ।