ସମାଜବାଦୀ ପାର୍ଟିର ମହାସଚିବ ପଦରୁ ଇସ୍ତଫା ଦେଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ

ଲକ୍ଷ୍ନୌ : ଉତ୍ତରପ୍ରଦେଶର ପୂର୍ବତନ ସିଏମ ଏବଂ ଏସପି ସୁପ୍ରିମୋ ଅଖିଳେଶ ଯାଦବଙ୍କ ଉପରେ ଦଳୀୟ ନେତାମାନେ ଅସନ୍ତୋଷ ହେବାରେ ଲାଗିଛନ୍ତି। ବରିଷ୍ଠ ଏସପି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ମଙ୍ଗଳବାର ଦଳର ଜାତୀୟ ମହା ସଚିବ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ସମାଜବାଦୀ ପାର୍ଟିର ଜାତୀୟ ମହା ସଚିବ ପଦରୁ ଇସ୍ତଫା ଦେବା ନେଇ ସେ ଅଖିଳେଶ ଯାଦବଙ୍କୁ ଏକ ଲମ୍ବା ଚିଠି ଲେଖି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ଦ୍ୱାରା […]

ସମାଜବାଦୀ ପାର୍ଟିର ମହାସଚିବ ପଦରୁ ଇସ୍ତଫା ଦେଲେ ସ୍ବାମୀ ପ୍ରସାଦ ମୌର୍ଯ୍ୟ
Swami Prasad Maurya resigned from the post of General Secretary of the Samajwadi Party

ଲକ୍ଷ୍ନୌ : ଉତ୍ତରପ୍ରଦେଶର ପୂର୍ବତନ ସିଏମ ଏବଂ ଏସପି ସୁପ୍ରିମୋ ଅଖିଳେଶ ଯାଦବଙ୍କ ଉପରେ ଦଳୀୟ ନେତାମାନେ ଅସନ୍ତୋଷ ହେବାରେ ଲାଗିଛନ୍ତି। ବରିଷ୍ଠ ଏସପି ନେତା ସ୍ବାମୀ ପ୍ରସାଦ ମୌର୍ଯ୍ୟ ମଙ୍ଗଳବାର ଦଳର ଜାତୀୟ ମହା ସଚିବ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି।

ସମାଜବାଦୀ ପାର୍ଟିର ଜାତୀୟ ମହା ସଚିବ ପଦରୁ ଇସ୍ତଫା ଦେବା ନେଇ ସେ ଅଖିଳେଶ ଯାଦବଙ୍କୁ ଏକ ଲମ୍ବା ଚିଠି ଲେଖି ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହା ଦ୍ୱାରା ଲୋକସଭା ନିର୍ବାଚନ ପୂର୍ବରୁ ଅଖିଳେଶଙ୍କୁ ବଡ଼ ଝଟକା ଲାଗିଥିବା କୁହାଯାଉଛି। ତେବେ ସେ ଦଳରେ ରହିବେ ଏବଂ ସେବା ଜାରି ରଖିବେ ବୋଲି କହିଛନ୍ତି।