ସମାଜସେବି ରୁ ଆଇନଜୀବୀ,ଦୁର୍ଗାପ୍ରସାଦ ନାଏକ ଙ୍କ ଓକିଲ ସଂଘ ରେ ଯୋଗଦାନ ।

କଳାହାଣ୍ଡି:୧୬/୭/୨୦୨୪ ବିଶିଷ୍ଟ ସମାଜ ସେବି ଦୁର୍ଗାପ୍ରସାଦ ନାଏକ ୨୦୦୦ ମସିହା ରେ ଓକିଲାତି ପାସ କରିଥିବାବେଳେ ସଂପ୍ରତି ୨୦୨୪ ମସିହାରେ ଷ୍ଟେଟ ବାର କାଉନସିଲ ରୁ ଓକିଲାତି ଲାଇସେନ୍ସ ପ୍ରାପ୍ତ ହୋଇ ଆଜି ଜୁନାଗଡ଼ ଓକିଲ ସଂଘ ରେ ଅନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି । ଏହି ଅବସରରେ ଓକିଲ ସଂଘ ତରଫରୁ ସଭାପତି କୈଳାସ ଚନ୍ଦ୍ର ଚୌଧୁରୀ ଙ୍କ ସଭାପତିତ୍ୱ ରେ ଏକ ସ୍ୱାଗତ ସଭା ଅନୁଷ୍ଠିତ ହୋଇ ଶ୍ରୀ ନାଏକ ଙ୍କୁ ସ୍ୱାଗତ କରାଯାଇ […] The post ସମାଜସେବି ରୁ ଆଇନଜୀବୀ,ଦୁର୍ଗାପ୍ରସାଦ ନାଏକ ଙ୍କ ଓକିଲ ସଂଘ ରେ ଯୋଗଦାନ । appeared first on Odisha.News.

ସମାଜସେବି ରୁ ଆଇନଜୀବୀ,ଦୁର୍ଗାପ୍ରସାଦ ନାଏକ ଙ୍କ ଓକିଲ ସଂଘ ରେ ଯୋଗଦାନ ।

କଳାହାଣ୍ଡି:୧୬/୭/୨୦୨୪ ବିଶିଷ୍ଟ ସମାଜ ସେବି ଦୁର୍ଗାପ୍ରସାଦ ନାଏକ ୨୦୦୦ ମସିହା ରେ ଓକିଲାତି ପାସ କରିଥିବାବେଳେ ସଂପ୍ରତି ୨୦୨୪ ମସିହାରେ ଷ୍ଟେଟ ବାର କାଉନସିଲ ରୁ ଓକିଲାତି ଲାଇସେନ୍ସ ପ୍ରାପ୍ତ ହୋଇ ଆଜି ଜୁନାଗଡ଼ ଓକିଲ ସଂଘ ରେ ଅନୁଷ୍ଠାନିକ ଭାବେ ଯୋଗଦାନ କରିଛନ୍ତି । ଏହି ଅବସରରେ ଓକିଲ ସଂଘ ତରଫରୁ ସଭାପତି କୈଳାସ ଚନ୍ଦ୍ର ଚୌଧୁରୀ ଙ୍କ ସଭାପତିତ୍ୱ ରେ ଏକ ସ୍ୱାଗତ ସଭା ଅନୁଷ୍ଠିତ ହୋଇ ଶ୍ରୀ ନାଏକ ଙ୍କୁ ସ୍ୱାଗତ କରାଯାଇ ଥିଲା । ଏହି ଅବସରରେ ବରିଷ୍ଟ ଓକିଲ ଶ୍ରୀ ମଦନ ମୋହନ ସାହୁ, ଅଶୋକ କୁମାର ପାତ୍ର, ସମ୍ପାଦକ ହିମାଂଶୁ ଶେଖର ବରାଡ଼, ପ୍ରମୁଖ ଉଦବୋଧନ ଦେଇ ଶ୍ରୀ ନାଏକ ଙ୍କୁ ସ୍ୱାଗତ କରିଥିଲେ । ଶ୍ରୀ ନାଏକ ମଧ୍ୟ ନିଜ ଅଭିଭାଷଣ ରେ ସମସ୍ତ ଙ୍କୁ ଆଭାର ପ୍ରକଟ ସହ ସଂଘ ର ନିୟମ ମାନି ଚଳିବି ବୋଲି କହିଥିଲେ । ଏହି ଅବସରରେ ଓକିଲ ସଂଘ ର ବାଳକୃଷ୍ଣ ଅଚାରୀ, ରମେଶ ନାଏକ, ବିଶ୍ୱନାଥ କର, ଦିଗାମ୍ବର ନାଏକ, ଧନେଶ୍ୱର ନାଏକ, ଅନନ୍ତ ବେହେରା, ଚିନ୍ମୟ ମେହେର, ନରେନ୍ଦ୍ର କ୍ଷିତୀ, ମିଳାପ ଜୈନ, କାମାକ୍ଷ ବାଗ, ସୁଦିପ ପୁଝlରୀ ପ୍ରମୁଖ ଉପସ୍ଥିତ ଥିଲେ । ଶେଷରେ ଉପସଭାପତି ନୀଳକଣ୍ଠ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ସମ୍ବାଦଦାତା—ସନତ କୁମାର ପ୍ରଧାନୀ

The post ସମାଜସେବି ରୁ ଆଇନଜୀବୀ,ଦୁର୍ଗାପ୍ରସାଦ ନାଏକ ଙ୍କ ଓକିଲ ସଂଘ ରେ ଯୋଗଦାନ । appeared first on Odisha.News.