ସମାଟାଙ୍ଗୀ ଗ୍ରାମରେ ହାତୀପଲଙ୍କ ଦୌରାତ୍ମ୍ୟ
କାମାକ୍ଷାନଗର: କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାଦୁଆ ପଞ୍ଚାୟତର ସମାଟାଙ୍ଗି ଗ୍ରାମ ମଧ୍ୟରେ ୧୨ ଘରିଆ ହାତୀ ପଲ ଉତ୍ପାତ କରୁଥିବା ଜଣାପଡିଛି। ବନ ବିଭାଗ ପକ୍ଷରୁ ହାତୀ ପଲକୁ ଘଉଡାଇବାକୁ ଉଦ୍ୟମ କରିଥିବା ବେଳେ ଏଥିପ୍ରତି ସେମାନଙ୍କର ଭ୍ରୁକ୍ଷେପ ନାହିଁ। ଗ୍ରାମ ମଧ୍ୟରେ ଥିବା ବୁଦାରେ ୮ଟି ହାତୀ ରହିଥିବା ବେଳେ ୪ଟି ହାତୀ ଗ୍ରାମ ସନ୍ନିକଟ ଜଙ୍ଗଲକୁ ଚାଲି ଯାଇଥିବାରୁ ଏବେ ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି। ଏବେ ବନ କର୍ମଚାରୀ ହାତୀ ପଲଙ୍କୁ ଜଗି […]

କାମାକ୍ଷାନଗର: କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାଦୁଆ ପଞ୍ଚାୟତର ସମାଟାଙ୍ଗି ଗ୍ରାମ ମଧ୍ୟରେ ୧୨ ଘରିଆ ହାତୀ ପଲ ଉତ୍ପାତ କରୁଥିବା ଜଣାପଡିଛି। ବନ ବିଭାଗ ପକ୍ଷରୁ ହାତୀ ପଲକୁ ଘଉଡାଇବାକୁ ଉଦ୍ୟମ କରିଥିବା ବେଳେ ଏଥିପ୍ରତି ସେମାନଙ୍କର ଭ୍ରୁକ୍ଷେପ ନାହିଁ। ଗ୍ରାମ ମଧ୍ୟରେ ଥିବା ବୁଦାରେ ୮ଟି ହାତୀ ରହିଥିବା ବେଳେ ୪ଟି ହାତୀ ଗ୍ରାମ ସନ୍ନିକଟ ଜଙ୍ଗଲକୁ ଚାଲି ଯାଇଥିବାରୁ ଏବେ ଗ୍ରାମବାସୀ ଭୟଭୀତ ହୋଇ ପଡିଛନ୍ତି। ଏବେ ବନ କର୍ମଚାରୀ ହାତୀ ପଲଙ୍କୁ ଜଗି ରହିଛନ୍ତି। ପଶ୍ଚିମାଞ୍ଚଳ ରେଞ୍ଜର ସମାଟାଙ୍ଗି ଗାଁରେ ହାତୀପଲ ଥିବା ଖବର ପାଇ କାମାକ୍ଷାନଗର ବନ ବିଭାଗ ଘଉଡାଇବାକୁ ଉଦ୍ୟମ କରୁଥିବାବେଳେ ଦିନ ହୋଇଯାଇଥିବାରୁ ହାତୀ ଦଳ ଗ୍ରାମ ମଧ୍ୟରେ ଥିବା ବୁଦାରେ ରହିଯାଇଛନ୍ତି।