ସମୁଦ୍ର ଅଶାନ୍ତ ଯୋଗୁ ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ
ଛତ୍ରପୁର,୯।୯(ଦିଲ୍ଲୀପ ସାମଲ): ଲଘୁଚାପ ଯୋଗୁ ୨ ଦିନ ବର୍ଷା ହେବା ଫଳରେ ସୁମୁଦ୍ର ଅଶାନ୍ତ ଦେଖାଦେଇଛି। ଏହାର ବିଶେଷ ପ୍ରଭାବ ମତ୍ସ୍ୟଜୀବୀମାନଙ୍କ ଉପରେ ପଡିଛି। ସମୁଦ୍ର ଭିତରକୁ ମାଛ ମାରିବା ପାଇଁ ଯାଇ ନ ପାରି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମତ୍ସ୍ୟଜୀବି। ଗଞ୍ଜାମ ଜିଲାର ଆର୍ଯ୍ୟପଲ୍ଲୀ ଅଂଚଳର ମତ୍ସ୍ୟଜୀବୀମାନେ ସମୁଦ୍ର ଅଶାନ୍ତ ହେବା ଯୋଗୁ ଦୁଇଦିନ ହେଲା ସମୁଦ୍ରକୁ ମାଛ ମାରିବା ପାଇଁ ଯାଇପାରୁନାହାନ୍ତି। ଯାହାଫଳରେ ଏହି ମତ୍ସ୍ୟଜୀବୀମାନଙ୍କ ଜୀବିକା ଉପରେ ବିଶେଷ […] The post ସମୁଦ୍ର ଅଶାନ୍ତ ଯୋଗୁ ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ appeared first on Dharitri Odia News.
ଛତ୍ରପୁର,୯।୯(ଦିଲ୍ଲୀପ ସାମଲ): ଲଘୁଚାପ ଯୋଗୁ ୨ ଦିନ ବର୍ଷା ହେବା ଫଳରେ ସୁମୁଦ୍ର ଅଶାନ୍ତ ଦେଖାଦେଇଛି। ଏହାର ବିଶେଷ ପ୍ରଭାବ ମତ୍ସ୍ୟଜୀବୀମାନଙ୍କ ଉପରେ ପଡିଛି। ସମୁଦ୍ର ଭିତରକୁ ମାଛ ମାରିବା ପାଇଁ ଯାଇ ନ ପାରି ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ମତ୍ସ୍ୟଜୀବି।
ଗଞ୍ଜାମ ଜିଲାର ଆର୍ଯ୍ୟପଲ୍ଲୀ ଅଂଚଳର ମତ୍ସ୍ୟଜୀବୀମାନେ ସମୁଦ୍ର ଅଶାନ୍ତ ହେବା ଯୋଗୁ ଦୁଇଦିନ ହେଲା ସମୁଦ୍ରକୁ ମାଛ ମାରିବା ପାଇଁ ଯାଇପାରୁନାହାନ୍ତି। ଯାହାଫଳରେ ଏହି ମତ୍ସ୍ୟଜୀବୀମାନଙ୍କ ଜୀବିକା ଉପରେ ବିଶେଷ ପ୍ରଭାବ ପଡ଼ିଥିବା ଦେଖିବାକୁ ମିଳିଛି। ଲଘୁଚାପ ଯୋଗୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି।
ଆର୍ଯ୍ୟପଲ୍ଲୀ ନିକଟରେ ଥିବା ଜେଟିରେ ମତ୍ସ୍ୟଜୀବୀମାନେ ନିଜ ନିଜ ଡଙ୍ଗା ଓ ଜାଲକୁ ସୁରକ୍ଷିତ ଭାବେ ବାନ୍ଧି ଜଗି ରହିଛନ୍ତି l ସରକାରଙ୍କ ପକ୍ଷରୁ ସେମାନଙ୍କୁ ଅଧିକ ସହାୟତା ଯୋଗାଇ ଦେବା ପାଇଁ ସେମାନେ ଦାବି କରିଛନ୍ତି l ଏନେଇ ମତ୍ସ୍ୟଜୀବୀମାନଙ୍କୁ ସଚେତନ କରାଯାଉଛି। ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହିବାର ସମ୍ଭାବନା ରହିଥିବାରୁ ମତ୍ସ୍ୟ ବିଭାଗ ଓ ସାଗର ମିତ୍ରମାନେ ସେମାନଙ୍କୁ ବୁଝାଇବା ସହିତ ପରବର୍ତ୍ତୀ ନିର୍ଦ୍ଦେଶ ଆସିବା ପର୍ଯ୍ୟନ୍ତ ସମୁଦ୍ର ମଧ୍ୟକୁ ନ ଯିବା ଲାଗି ସଚେତନତା କରୁଛନ୍ତି।
The post ସମୁଦ୍ର ଅଶାନ୍ତ ଯୋଗୁ ହାତବାନ୍ଧି ବସିଛନ୍ତି ମତ୍ସ୍ୟଜୀବୀ appeared first on Dharitri Odia News.