ସମୁଦ୍ର ପାଣିରୁ ପ୍ରସ୍ତୁତ ହେବ ପାନୀୟ ଜଳ

ଭୁବନେଶ୍ୱର : ସମୁଦ୍ର ଲୁଣି ପାଣି ହେବ ପାନୀୟ ଉପଯୋଗୀ ପାଣି । ଏଥିପାଇଁ ଗୋଟେ କମ୍ପାନୀ ଖୁବ ଶୀଘ୍ର ଓଡ଼ିଶା ଆସିବାକୁ ଯାଉଛନ୍ତି । କମ୍ପାନୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଲୁଣି ପାଣିକୁ ପରୀକ୍ଷା କରିବା ପରେ ନିଷ୍ପତ୍ତି ନିଆଯାଇ ପାରିବ । ଏ ନେଇ ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ପ୍ରଦୁଷଣ ମୁକ୍ତ ଜଳ ଉପରେ ସରକାର ଧ୍ୟାନ ଦେବା ନେଇ ଗୃହରେ ବିଭାଗୀୟ […]

ସମୁଦ୍ର ପାଣିରୁ ପ୍ରସ୍ତୁତ ହେବ ପାନୀୟ ଜଳ
ସମୁଦ୍ର ପାଣିରୁ ପ୍ରସ୍ତୁତ ହେବ ପାନୀୟ ଜଳ

ଭୁବନେଶ୍ୱର : ସମୁଦ୍ର ଲୁଣି ପାଣି ହେବ ପାନୀୟ ଉପଯୋଗୀ ପାଣି । ଏଥିପାଇଁ ଗୋଟେ କମ୍ପାନୀ ଖୁବ ଶୀଘ୍ର ଓଡ଼ିଶା ଆସିବାକୁ ଯାଉଛନ୍ତି । କମ୍ପାନୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଲୁଣି ପାଣିକୁ ପରୀକ୍ଷା କରିବା ପରେ ନିଷ୍ପତ୍ତି ନିଆଯାଇ ପାରିବ । ଏ ନେଇ ବିଧାନସଭାରେ ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ପ୍ରଦୁଷଣ ମୁକ୍ତ ଜଳ ଉପରେ ସରକାର ଧ୍ୟାନ ଦେବା ନେଇ ଗୃହରେ ବିଭାଗୀୟ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି ସୁରମା ପାଢ଼ୀ ।

ପୁରୀ ଜିଲ୍ଲାର ବିଭିନ୍ନ ଅଂଚଳରେ ଦୂଷିତ ପାନୀୟଜଳ ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର । ବିଷାକ୍ତ ପାନୀୟ ଜଳ ଯୋଗୁଁ କ୍ୟାନ୍ସର ଏବଂ ଚର୍ମ ରୋଗରେ ଲୋକ ଶିକାର ହେଉଥିବା ନେଇ ସେ ଗୃହରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି ଯେ ଦୟାନଦୀର ଶଯ୍ୟା ନଭେମ୍ବର ପରେ ଶୁଷ୍କ ହୋଇଯାଉଛି । ଡେଲାଙ୍ଗ, କଣାସର ୧୨୬, ବ୍ରହ୍ମଗିରିରେ୧୪ଟି, କୃଷ୍ଣପ୍ରସାଦ , ସତ୍ୟବାଦୀ ବ୍ଲକର ଅନେକ ଗାଁରେ ଦୂଷିତ ପାନୀୟ ଜଳର ବ୍ୟବହାର କରାଯାଉଥିବା ବିଧାୟକ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିଧାୟକଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ ।

ସେହିପରି ଯାଜପୁରରେ ବୈତରଣୀ ଓ ଖରସ୍ରୋତା ଭଳି ୨ ଟି ନଦୀ ପ୍ରବାହିତ ହେଉଥିଲେ ମଧ୍ୟ ସେଠାରେ ପାନୀୟ ଜଳ ସମସ୍ୟା ଲାଗି ରହୁଛି । ଅଧିକାଂଶ ଅଞ୍ଚଳ ବିଶେଷକରି ବିଞ୍ଝାରପୁର ଅଞ୍ଚଳରେ ଲୁଣିପାଣି ସମସ୍ୟା ଲୋକଙ୍କ ଚିନ୍ତାର କାରଣ ପାଲଟିଛି । ଯେଉଁ ଅଞ୍ଚଳରେ ଟ୍ୟୁବୱେଲ ଖୋଲିଲେ ମଧ୍ୟ ତାହା ଲୁଣିପାଣି ଯୋଗୁଁ ଅଳ୍ପ ଦିନରେ ଖରାପ ହୋଇଯାଉଛି । ଏହାର କିଛି ସମାଧାନର ବାଟ ଅଛିକି ବୋଲି ଗୃହରେ ପ୍ରଶ୍ନ କରିଥିଲେ ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ । ଏହାର ଉତ୍ତରରେ ମନ୍ତ୍ରୀ ରବି ନାୟକ କହିଛନ୍ତି ବୈତରଣୀ ଓ ଖରସ୍ରୋତରେ ପାଣି ରହୁନଥିବା ସମସ୍ୟା ଅନେକ ଦିନର,ତେଣୁ ଏଠାରେ ଚେକ ଡ୍ୟାମ କରାଯିବାର ଆବଶ୍ୟକତା ରହିଛି । ଲୁଣି ପାଣିକୁ ବିଶୁଦ୍ଧ ପାଣିରେ ପରିବର୍ତ୍ତନ କରିବାକୁ ଗୋଟେ କମ୍ପାନୀ ଖୁବଶୀଘ୍ର ଓଡିଶାକୁ ଆସିବାକୁ ଯାଉଛି । ଉକ୍ତ କମ୍ପାନୀ ପ୍ରାରମ୍ଭିକ ପର୍ଯ୍ୟାୟରେ ଲୁଣି ପାଣିକୁ ପରୀକ୍ଷା କରିବା ପରେ ନିଷ୍ପତ୍ତି ନିଆଯାଇ ପାରିବ ବୋଲି ମନ୍ତ୍ରୀ କହିଛନ୍ତି ।

ଅନ୍ୟପଟେ ପିପିଲି ବିଧାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଦୟା ନଦୀରୁ ଜଳ ଉଠାଣ ପାଇଁ ଡେଲାଙ୍ଗରେ ୫ଟି ମେଗା ପାନୀୟ ଜଳ ପ୍ରକଳ୍ପ ହେବ । ଦୟା ନଦୀ ଜଳଭଣ୍ଡାର ନିର୍ମାଣ କରାଯିବ । ପୂର୍ବ ସରକାର ଜଳ ସଂପଦ ଯୋଜନାକୁ କାର୍ଯ୍ୟକାରୀ କରିବାକୁ ଚାହୁଁ ନଥିଲେ । ଠିକ୍ ସମୟରେ ସର୍ଭେ, ଡିପିଆର୍ ପ୍ରସ୍ତୁତ ହୋଇନାହିଁ । ଯେତେ ଚେଷ୍ଟା କଲେ ମଧ୍ୟ କିଛି ପ୍ରକଳ୍ପ ୨୦୨୬ରେ ଶେଷ ହେବ ବୋଲି ମନ୍ତ୍ରୀ କହିଛନ୍ତି । ମୁଣ୍ଡଳୀରୁ ଭାର୍ଗବୀ ଖାଲ ଏବଂ ଦୟା ଉପରେ ରହିଛି । ଗ୍ରୀଷ୍ମ କାଳରେ ପାଣି ଯାଉଛି ,ହେଲେ ତାହା ପର୍ଯ୍ୟାପ୍ତ ନୁହେଁ । ତେଣୁ ବିଭିନ୍ନ ଚେକ ଡ୍ୟାମ ମାଧ୍ୟମରେ ଜଳ ସଂରକ୍ଷଣ କରି ତାକୁ ବ୍ୟବହାର କଲେ ପାଣିର ଅଭାବ ରହିବ ନାହିଁ ବୋଲି ପାନୀୟ ଜଳ ମନ୍ତ୍ରୀ ରବି ନାଏକ କହିଛନ୍ତି ।