ଗଞ୍ଜାମ ଜିଲ୍ଲାରେ କମୁଛି ଏଡ଼୍ସ ସଂକ୍ରମଣ, ବ୍ରହ୍ମପୁର ମହାନଗର ଅଞ୍ଚଳରେ ସଂକ୍ରମିତ ସଂଖ୍ୟା ଅଧିକ
ବ୍ରହ୍ମପୁର ୧।୧୨: ଆଜି ବିଶ୍ୱ ଏଡ଼ସ ଦିବସ । ସବୁ ବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡ଼ସ ଦିବସ ଭାବେ ପାଳନ କରାଯାଉଛି । ଦିନ ଥିଲା ଏଡ଼ସ ସଂକ୍ରମଣରେ ଦେଶରେ ସ୍ୱତନ୍ତ୍ର ସ୍ଥାନ ଭାବେ ଗଞ୍ଜାମ ଜିଲ୍ଲା ପରିଚିତ ଥିଲା । ଏବେ କିନ୍ତୁ ଜିଲ୍ଲାରେ ସଂକ୍ରମିତ ସଂଖ୍ୟା କମିଥିବା ରିପୋର୍ଟରୁ ଜଣାପଡିଛି । ୨୦୨୨ରେ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ୫୧୪ ଥିବା ବେଳେ ୨୦୨୩ରେ ୫୧୮ ଏବଂ ଚଳିତ ବର୍ଷ ୨୦୨୪ରେ ଏହାର ସଂଖ୍ୟା କମି ୪୪୧ ଥିବା ରିପୋର୍ଟରୁ ଜଣାପଡିଛି । ଏପଟେ କିନ୍ତୁ ଚଳିତ ବର୍ଷ ଜିଲ୍ଲାର ବ୍ରହ୍ମପୁର ମହାନଗର ଅଞ୍ଚଳରେ ଏହାର ସଂଖ୍ୟା ଅଧିକ ରହିଛି । ଚଳିତ ବର୍ଷ ୨୦୨୪ ଅକ୍ଟୋବର ମାସ ସୁଦ୍ଧା ବ୍ରହ୍ମପୁର ମହାନଗର ଅଞ୍ଚଳରେ ସର୍ବାଧିକ ୩୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସବୁଠାରୁ କମ୍ ସଂକ୍ରମଣ ଗଞ୍ଜାମ ଏବଂ ଜଗନ୍ନାଥ ପ୍ରସାଦ ବ୍ଲକ୍ରେ ମାତ୍ର ୪ ଜଣ ଚି଼ହ୍ନଟ ହୋଇଥିବା ରିପୋର୍ଟରୁ ଜଣାପଡିଛି । ଜିଲ୍ଲାର ବ୍ରହ୍ମପୁରରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ସ୍ୱାସ୍ଥ୍ୟ ବିଭାଗର ଚିନ୍ତାକୁ ବଢ଼ାଇ ଦେଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ଅଧିକ ସଚେତନ କରାଇ ସଂକ୍ରମଣ ସଂଖ୍ୟା ଯଦି ଜିଲ୍ଲାରେ ପୂର୍ବ ବର୍ଷ ମାନଙ୍କ ତୁଳନାରେ କମିଛି କିନ୍ତୁ ବ୍ରହ୍ମପୁର ଭଳି ମହାନଗର ଅଞ୍ଚଳରେ ବୃଦ୍ଧି ପାଇବା ଚିନ୍ତାକୁ ବଢ଼େଇ ଦେଇଛି । ସେପଟେ ରାଜ୍ୟରେ ଗଞ୍ଜାମ ଜିଲ୍ଲା ଅଧିକ ଏବଂ ତୀବ୍ର ବେଗରେ ସଚେତନ ସୃଷ୍ଟି କରିଥିବା ଯୋଗୁଁ ରାଜ୍ୟ ସ
ବ୍ରହ୍ମପୁର ୧।୧୨: ଆଜି ବିଶ୍ୱ ଏଡ଼ସ ଦିବସ । ସବୁ ବର୍ଷ ଡିସେମ୍ବର ୧ ତାରିଖକୁ ବିଶ୍ୱ ଏଡ଼ସ ଦିବସ ଭାବେ ପାଳନ କରାଯାଉଛି । ଦିନ ଥିଲା ଏଡ଼ସ ସଂକ୍ରମଣରେ ଦେଶରେ ସ୍ୱତନ୍ତ୍ର ସ୍ଥାନ ଭାବେ ଗଞ୍ଜାମ ଜିଲ୍ଲା ପରିଚିତ ଥିଲା । ଏବେ କିନ୍ତୁ ଜିଲ୍ଲାରେ ସଂକ୍ରମିତ ସଂଖ୍ୟା କମିଥିବା ରିପୋର୍ଟରୁ ଜଣାପଡିଛି । ୨୦୨୨ରେ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ୫୧୪ ଥିବା ବେଳେ ୨୦୨୩ରେ ୫୧୮ ଏବଂ ଚଳିତ ବର୍ଷ ୨୦୨୪ରେ ଏହାର ସଂଖ୍ୟା କମି ୪୪୧ ଥିବା ରିପୋର୍ଟରୁ ଜଣାପଡିଛି ।
ଏପଟେ କିନ୍ତୁ ଚଳିତ ବର୍ଷ ଜିଲ୍ଲାର ବ୍ରହ୍ମପୁର ମହାନଗର ଅଞ୍ଚଳରେ ଏହାର ସଂଖ୍ୟା ଅଧିକ ରହିଛି । ଚଳିତ ବର୍ଷ ୨୦୨୪ ଅକ୍ଟୋବର ମାସ ସୁଦ୍ଧା ବ୍ରହ୍ମପୁର ମହାନଗର ଅଞ୍ଚଳରେ ସର୍ବାଧିକ ୩୭ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ସବୁଠାରୁ କମ୍ ସଂକ୍ରମଣ ଗଞ୍ଜାମ ଏବଂ ଜଗନ୍ନାଥ ପ୍ରସାଦ ବ୍ଲକ୍ରେ ମାତ୍ର ୪ ଜଣ ଚି଼ହ୍ନଟ ହୋଇଥିବା ରିପୋର୍ଟରୁ ଜଣାପଡିଛି । ଜିଲ୍ଲାର ବ୍ରହ୍ମପୁରରେ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଇବା ସ୍ୱାସ୍ଥ୍ୟ ବିଭାଗର ଚିନ୍ତାକୁ ବଢ଼ାଇ ଦେଇଛି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ଅଧିକ ସଚେତନ କରାଇ ସଂକ୍ରମଣ ସଂଖ୍ୟା ଯଦି ଜିଲ୍ଲାରେ ପୂର୍ବ ବର୍ଷ ମାନଙ୍କ ତୁଳନାରେ କମିଛି କିନ୍ତୁ ବ୍ରହ୍ମପୁର ଭଳି ମହାନଗର ଅଞ୍ଚଳରେ ବୃଦ୍ଧି ପାଇବା ଚିନ୍ତାକୁ ବଢ଼େଇ ଦେଇଛି ।
ସେପଟେ ରାଜ୍ୟରେ ଗଞ୍ଜାମ ଜିଲ୍ଲା ଅଧିକ ଏବଂ ତୀବ୍ର ବେଗରେ ସଚେତନ ସୃଷ୍ଟି କରିଥିବା ଯୋଗୁଁ ରାଜ୍ୟ ସରକାର ପୁରସ୍କୃତ କରିଛନ୍ତି । ସଂକ୍ରମିତ ଦମ୍ପତିଙ୍କ ଜନ୍ମିତ ଶିଶୁ କିନ୍ତୁ ସଂକ୍ରମଣ ହେଉନଥିବା ଖୁସିର ବିଷୟ । ଏଥିପାଇଁ ଆହୁରି ସଚେତନ ସୃଷ୍ଟି କରିବା ସହ ସମସ୍ତେ ସଚେତନ ରହିଲେ ଜିରୋ ସଂକ୍ରମିତ ହେବା ଆଶା ରଖିଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ କହିଛନ୍ତି ।
You Can Read:
ଚାଲାଣ କଟିଥିଲେ ବି ତଣ୍ଡ ଗଣୁନାହାନ୍ତି ଗାଡି ମାଲିକ, ଓ୍ବାନ୍ ଟାଇମ୍ ସେଟେଲମେଣ୍ଟ ଜରିଆରେ ହେବ ତଣ୍ଡ ବ୍ୟବସ୍ଥା