ସମ୍ପତ୍ତି ବିବାଦରୁ ଶିଳ୍ପପତିଙ୍କୁ ୭୩ ଥର ଛୁରିଭୁସି ହତ୍ୟା କଲେ ନାତି

ହାଇଦ୍ରାବାଦ,୯।୨: ଏକ ପାରିବାରିକ ସମ୍ପତ୍ତି ବିବାଦକୁ ନେଇ ଆନ୍ଧ୍ରପ୍ରଦେଶର୮୬ ବର୍ଷୀୟ ଶିଳ୍ପପତି ଭେଲମତି ଚନ୍ଦ୍ରଶେଖର ଜନାର୍ଦ୍ଦନ ରାଓଙ୍କୁ ତାଙ୍କ ନାତି କୀର୍ତ୍ତି ତେଜା ୭୩ ଥର ଛୁରି ଭୁସି ଅତ୍ୟାନ୍ତ ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ହାଇଦ୍ରାବାଦ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି। ଖବର ଅନୁଯାୟୀ, ଭେଲ୍‌ଜାନ ଗ୍ରୁପ୍‌ ଅଫ୍‌ କମ୍ପାନୀର ମୁଖ୍ୟ ଜନାର୍ଦ୍ଦନଙ୍କୁ ଗୁରୁବାର ରାତିରେ ତାଙ୍କ ହାଇଦ୍ରାବାଦସ୍ଥିତ ବାସଭବନରେ ହତ୍ୟା କରାଯାଇଥିଲା। ପୋଲିସ ଶନିବାର ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଘଟଣା ସାମ୍‌ନାକୁ ଆସିଛି। […] The post ସମ୍ପତ୍ତି ବିବାଦରୁ ଶିଳ୍ପପତିଙ୍କୁ ୭୩ ଥର ଛୁରିଭୁସି ହତ୍ୟା କଲେ ନାତି appeared first on Dharitri Odia News.

ସମ୍ପତ୍ତି ବିବାଦରୁ ଶିଳ୍ପପତିଙ୍କୁ ୭୩ ଥର ଛୁରିଭୁସି ହତ୍ୟା କଲେ ନାତି

ହାଇଦ୍ରାବାଦ,୯।୨: ଏକ ପାରିବାରିକ ସମ୍ପତ୍ତି ବିବାଦକୁ ନେଇ ଆନ୍ଧ୍ରପ୍ରଦେଶର୮୬ ବର୍ଷୀୟ ଶିଳ୍ପପତି ଭେଲମତି ଚନ୍ଦ୍ରଶେଖର ଜନାର୍ଦ୍ଦନ ରାଓଙ୍କୁ ତାଙ୍କ ନାତି କୀର୍ତ୍ତି ତେଜା ୭୩ ଥର ଛୁରି ଭୁସି ଅତ୍ୟାନ୍ତ ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ହାଇଦ୍ରାବାଦ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଖବର ଅନୁଯାୟୀ, ଭେଲ୍‌ଜାନ ଗ୍ରୁପ୍‌ ଅଫ୍‌ କମ୍ପାନୀର ମୁଖ୍ୟ ଜନାର୍ଦ୍ଦନଙ୍କୁ ଗୁରୁବାର ରାତିରେ ତାଙ୍କ ହାଇଦ୍ରାବାଦସ୍ଥିତ ବାସଭବନରେ ହତ୍ୟା କରାଯାଇଥିଲା। ପୋଲିସ ଶନିବାର ଅଭିଯୁକ୍ତଙ୍କୁ ଗିରଫ କରିବା ପରେ ଘଟଣା ସାମ୍‌ନାକୁ ଆସିଛି। ସମ୍ପତ୍ତିକୁ ନେଇ ଝଗଡ଼ା ପରେ ଆମେରିକା ଫେରନ୍ତା ୨୯ ବର୍ଷୀୟ ନାତି କୀର୍ତ୍ତି ଜେଜେ ଜନାର୍ଦ୍ଦନଙ୍କୁ ୭୩ ଥର ଛୁରି ଭୁସିଥିଲେ।

ଜନାର୍ଦ୍ଦନ ଏଲୁରୁର ମୂଳ ବାସିନ୍ଦା ହୋଇଥିବାବେଳେ ସେ କିଛି ମାସ ହେଲା ହାଇଦ୍ରାବାଦର ସୋମାଜିଗୁଡ଼ା ଅଞ୍ଚଳରେ ଥିବା ବାସଭବନରେ ରହୁଥିଲେ। ସେ ନିକଟରେ ତାଙ୍କ ବଡ଼ ଝିଅଙ୍କ ପୁଅ ଶ୍ରୀକ୍ରିଷ୍ଣାଙ୍କୁ ଭେଲ୍‌ଜାନ୍‌ ଗ୍ରୁପ୍‌ର ନିର୍ଦ୍ଦେଶକ ନିଯୁକ୍ତ କରିବା ସହ ଦ୍ୱିତୀୟ ଝିଅ ସରୋଜିନୀ ଦେବୀଙ୍କ ପୁଅ କୀର୍ତ୍ତିଙ୍କ ନାମରେ ୪ କୋଟି ଟଙ୍କାର ଶେୟାର ଟ୍ରନ୍ସଫର କରିଥିଲେ।

ପୋଲିସ କହିବା ଅନୁଯାୟୀ, ସରୋଜିନୀ ଓ ତାଙ୍କ ପୁଅ ଗୁରୁବାର ଜନାର୍ଦ୍ଦନଙ୍କ ଘରକୁ ଯାଇଥିଲେ। ସମ୍ପତ୍ତି ବଣ୍ଟନ ଘଟଣାକୁ ନେଇ ଜେଜେ ଓ ନାତିଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲଲା। କୀର୍ତ୍ତି ଉତ୍ତେଜିତ ହୋଇ ୭୩ ଥର ଛୁରାମାଡ଼ କରିବାରୁ ଘଟଣାସ୍ଥଳରେ ଜନାର୍ଦ୍ଦନଙ୍କର ମୃତ୍ୟୁ ଘଟିଥିଲା। ଏହି ସମୟରେ ରୋଷେଇ ଘରକୁ ଚା’ ପାଇଁ ଯାଇଥିବା ସରୋଜିନୀ ପାଟି ଶୁଣି ଆସି ହସ୍ତକ୍ଷେପ ପାଇଁ ଉଦ୍ୟମ କରିବାରୁ ସେ ମଧ୍ୟ କୀର୍ତ୍ତିଙ୍କ ଆକ୍ରମଣର ସମ୍ମୁଖୀନ ହୋଇଥିଲେ। ତାଙ୍କୁ ମଧ୍ୟ ୪ ଥର ଛୁରାମାଡ଼ ହୋଇଛି। କୀର୍ତ୍ତି ସେଠାରେ ଉପସ୍ଥିତ ଥିବା ସୁରକ୍ଷା କର୍ମଚାରୀଙ୍କୁ ଧମକ ଦେଇ ଖସି ପଳାଇଥିଲେ। ପଞ୍ଜଗୁଟ୍ଟା ପୋଲିସ ଶନିବାର ହତ୍ୟା ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଆମେରିକାରୁ ମାଷ୍ଟର ଡିଗ୍ରୀ ହାସଲ କରି ଫେରିଥିବା ଅଭିଯୁକ୍ତ କୀର୍ତ୍ତିଙ୍କୁ ଅଦାଲତ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

The post ସମ୍ପତ୍ତି ବିବାଦରୁ ଶିଳ୍ପପତିଙ୍କୁ ୭୩ ଥର ଛୁରିଭୁସି ହତ୍ୟା କଲେ ନାତି appeared first on Dharitri Odia News.