ସମ୍ପତ୍ତି ଯୋଉଠି ବିବାଦ ସେଇଠି; ରାଜଧାନୀରେ ଜମି ବିବାଦକୁ ନେଇ ମହାଭାରତ

କନକ ବ୍ୟୁରୋ : ଭୁବନେଶ୍ୱରରେ ମାତିଛନ୍ତି ଜମି ଦଲାଲ । ଜମି ପାଇଁ ଶାବଳ ମାଡ଼ । କଥା କଥାରେ ରକ୍ତମୁଖା ହେଉଛନ୍ତି ଦୁର୍ବୃତ୍ତ । ପର ଜମି ମାଡ଼ି ବସିବାଠାରୁ ଆରମ୍ଭ କରି ଅନ୍ୟକୁ ପଜେସନ୍ ଦେବା ପର୍ଯ୍ୟନ୍ତ ମାଗୁଛନ୍ତି ବଟି । ବରିମୁଣ୍ଡ ଗାଁରେ ଏକ ଜମି କଳିରେ ମୁଣ୍ଡ ପୂରାଇବାରୁ ଜଣଙ୍କୁ ଅପହରଣ ପରେ ହତ୍ୟା ଉଦ୍ୟମ କରାଯାଇଛି । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୁଲିସ । ଫିଲ୍ମ ଷ୍ଟାଇଲରେ ଅପହରଣ । ଶାବଳ ମାଡ଼ କରି ହତ୍ୟା ଉଦ୍ୟମ । ଜମି ଗଣ୍ଡଗୋଳକୁ ନେଇ ରାଜଧାନୀରେ ଏପରି କାଣ୍ଡ ଘଟିଛି । ସ୍ଥାନ ବରିମୁଣ୍ଡ ଛକ, ସୋମବାର, ସଂଧ୍ୟା ପ୍ରାୟ ସାଢ଼େ ୫ଟା । ଏକ ସ୍କର୍ପିଓରେ ବରିମୁଣ୍ଡ ଗାଁର ସନ୍ତୋଷ ପଣ୍ଡାଙ୍କୁ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ । ଟ୍ୟାକ୍ସି ନମ୍ୱର ଥିବା ଏହି ନମ୍ୱର ପ୍ଲେଟରେ ବ୍ଲାକଟେପ୍ ଲାଗିଥିବାର ସିସିଟିଭି ଭିଡିଓରୁ ଦେଖିବାକୁ ମିଳିଛି । ସନ୍ତୋଷଙ୍କୁ ଦୁର୍ବୃତ୍ତମାନେ ଗଣ୍ଡରପୁର ସ୍କୁଲ ପାଖକୁ ନେଇ ଶାବଳରେ ହତ୍ୟା ଉଦ୍ୟମ କରିଥିଲେ । ସଂକଟାପନ୍ନ ଅବସ୍ଥାରେ ସନ୍ତୋଷଙ୍କୁ ଉଦ୍ଧାର କରାଯାଇଛି । ବରିମୁଣ୍ଡ ଗାଁରେ ଦୁଇ ପରିବାରଙ୍କ ମଧ୍ୟରେ ଜମିବାଡ଼ି ନେଇ ବିବାଦ ଥିଲା । ଗୋଟିଏ ପକ୍ଷକୁ ସମର୍ଥନ କରୁଥିବାରୁ ସନ୍ତୋଷଙ୍କୁ ଅନ୍ୟପକ୍ଷ ଅପହରଣ ଓ ମରଣାନ୍ତକ ଆକ୍ରମଣ କରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି । ଜମି

ସମ୍ପତ୍ତି ଯୋଉଠି ବିବାଦ ସେଇଠି; ରାଜଧାନୀରେ ଜମି ବିବାଦକୁ ନେଇ ମହାଭାରତ

କନକ ବ୍ୟୁରୋ : ଭୁବନେଶ୍ୱରରେ ମାତିଛନ୍ତି ଜମି ଦଲାଲ । ଜମି ପାଇଁ ଶାବଳ ମାଡ଼ । କଥା କଥାରେ ରକ୍ତମୁଖା ହେଉଛନ୍ତି ଦୁର୍ବୃତ୍ତ । ପର ଜମି ମାଡ଼ି ବସିବାଠାରୁ ଆରମ୍ଭ କରି ଅନ୍ୟକୁ ପଜେସନ୍ ଦେବା ପର୍ଯ୍ୟନ୍ତ ମାଗୁଛନ୍ତି ବଟି । ବରିମୁଣ୍ଡ ଗାଁରେ ଏକ ଜମି କଳିରେ ମୁଣ୍ଡ ପୂରାଇବାରୁ ଜଣଙ୍କୁ ଅପହରଣ ପରେ ହତ୍ୟା ଉଦ୍ୟମ କରାଯାଇଛି । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖିଛି ପୁଲିସ ।

ଫିଲ୍ମ ଷ୍ଟାଇଲରେ ଅପହରଣ । ଶାବଳ ମାଡ଼ କରି ହତ୍ୟା ଉଦ୍ୟମ । ଜମି ଗଣ୍ଡଗୋଳକୁ ନେଇ ରାଜଧାନୀରେ ଏପରି କାଣ୍ଡ ଘଟିଛି । ସ୍ଥାନ ବରିମୁଣ୍ଡ ଛକ, ସୋମବାର, ସଂଧ୍ୟା ପ୍ରାୟ ସାଢ଼େ ୫ଟା । ଏକ ସ୍କର୍ପିଓରେ ବରିମୁଣ୍ଡ ଗାଁର ସନ୍ତୋଷ ପଣ୍ଡାଙ୍କୁ ଅପହରଣ କରି ନେଇଥିଲେ ଦୁର୍ବୃତ୍ତ । ଟ୍ୟାକ୍ସି ନମ୍ୱର ଥିବା ଏହି ନମ୍ୱର ପ୍ଲେଟରେ ବ୍ଲାକଟେପ୍ ଲାଗିଥିବାର ସିସିଟିଭି ଭିଡିଓରୁ ଦେଖିବାକୁ ମିଳିଛି ।

ସନ୍ତୋଷଙ୍କୁ ଦୁର୍ବୃତ୍ତମାନେ ଗଣ୍ଡରପୁର ସ୍କୁଲ ପାଖକୁ ନେଇ ଶାବଳରେ ହତ୍ୟା ଉଦ୍ୟମ କରିଥିଲେ । ସଂକଟାପନ୍ନ ଅବସ୍ଥାରେ ସନ୍ତୋଷଙ୍କୁ ଉଦ୍ଧାର କରାଯାଇଛି । ବରିମୁଣ୍ଡ ଗାଁରେ ଦୁଇ ପରିବାରଙ୍କ ମଧ୍ୟରେ ଜମିବାଡ଼ି ନେଇ ବିବାଦ ଥିଲା । ଗୋଟିଏ ପକ୍ଷକୁ ସମର୍ଥନ କରୁଥିବାରୁ ସନ୍ତୋଷଙ୍କୁ ଅନ୍ୟପକ୍ଷ ଅପହରଣ ଓ ମରଣାନ୍ତକ ଆକ୍ରମଣ କରିଥିବା ତାଙ୍କ ପତ୍ନୀ ଅଭିଯୋଗ କରିଛନ୍ତି ।

ଏହି ଘଟଣାରେ ୫ ଅଭିଯୁକ୍ତଙ୍କୁ ପୁଲିସ ଚିହ୍ନଟ କରିଥିବା ବେଳେ ଦୁଇ ଜଣଙ୍କୁ ଗିରଫ କରିଛି । ଜମିଜମା ପାଇଁ କେହି ବଟି ମାଗୁଥିଲେ ବରଦାସ୍ତ କରାଯିବନି ଏବଂ ଅଭିଯୋଗ ଆସିଲେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ଭୁବନେଶ୍ୱର ଡିସିପି କହିଛନ୍ତି ।

ରାଜଧାନୀରେ ଜମି ଦଲାଲଙ୍କ ଦୌରାତ୍ମ୍ୟ ବଢୁଛି । କାହାକୁ ପଜେସନ୍ ତ ପୁଣି କାହା ଜମି କବଜ୍ଜା କରିବା ନେଇ ବଟି ଆଦାୟ କରୁଛନ୍ତି । କେହି ବିରୋଧ କଲେ ହତ୍ୟା କରିବାକୁ ପଛାଉ ନାହାନ୍ତି ।