ସମ୍ପତ୍ତି ହାସଲ ପାଇଁ ମୁଁ ରାଜନୀତିକୁ ଆସିନାହିଁ: ବୈଜୟନ୍ତ ପଣ୍ଡା
'ମୁଖ୍ୟମନ୍ତ୍ରୀ ଯାହାଙ୍କୁ 5T ଦେଇଛନ୍ତି, ସେ 5T ନାଁରେ ୫ ଜଣ ତାମିଲ ଲୋକଙ୍କୁ ପୂରା ଓଡ଼ିଶାକୁ ବିକି ଦେଇଛନ୍ତି। ତାଙ୍କ ସମ୍ପତ୍ତି ବିଷୟରେ ମୁଖ୍ୟମନ୍ତ୍ରୀ ଯାଞ୍ଚ କରନ୍ତୁ। ସେ ସମ୍ପତ୍ତି ଓଡ଼ିଆ ଲୋକଙ୍କୁ ଫେରାନ୍ତୁ।'
ମୁଖ୍ୟମନ୍ତ୍ରୀଙ୍କ ଆରୋପ ପ୍ରସଙ୍ଗରେ କେନ୍ଦ୍ରାପଡ଼ା ପାଟକୁରା ନିର୍ବାଚନୀ ସଭାରୁ କଡ଼ା ଜବାବ ରଖିଛନ୍ତି କେନ୍ଦ୍ରାପଡା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋ ନାଁରେ ଇଆଡୁ ସିଆଡୁ କିଛି ଅଭିଯୋଗ କରିଛନ୍ତି। ମୁଁ ତାଙ୍କୁ ଦୋଷ ଦେଉନି। ଯେଉଁ ତାମିଲ ବାବୁ ତାଙ୍କୁ କବଜା କରି ରଖିଛନ୍ତି, ସେ ଯାହା କହୁଛନ୍ତି, ନବୀନ ବାବୁ ସେୟା ମାଇକ୍ରେ କହି ଦେଉଛନ୍ତି। ବହୁ ଦଶନ୍ଧି ଧରି ମୋ ପରିବାର ବ୍ୟବସାୟ କରି ଆସୁଛି। ସ୍ୱର୍ଗତ ବିଜୁ ଅଙ୍କଲଙ୍କ ଅମଳରୁ ଆମ ପରିବାର ବ୍ୟବସାୟ କରି ଆସୁଛି। ଆମ ପରିବାର ପ୍ରତି କେହି କେବେ ଆରୋପ ଲଗାଇ ନାହାନ୍ତି। ସମ୍ପତ୍ତି ପାଇଁ ମୁଁ ରାଜନୀତିକୁ ଆସିନାହିଁ। ଲୋକଙ୍କ ସେବା କରିବାକୁ ରାଜନୀତିକୁ ଆସିଛି। ମୁଖ୍ୟମନ୍ତ୍ରୀ ଯାହାଙ୍କୁ 5T ଦେଇଛନ୍ତି, ସେ 5T ନାଁରେ ୫ ଜଣ ତାମିଲ ଲୋକଙ୍କୁ ପୂରା ଓଡ଼ିଶାକୁ ବିକି ଦେଇଛନ୍ତି। ତାଙ୍କ ସମ୍ପତ୍ତି ବିଷୟରେ ମୁଖ୍ୟମନ୍ତ୍ରୀ ଯାଞ୍ଚ କରନ୍ତୁ। ସେ ସମ୍ପତ୍ତି ଓଡ଼ିଆ ଲୋକଙ୍କୁ ଫେରାନ୍ତୁ।