ସମ୍ପର୍କ ହେଲା ତୁଚ୍ଛ, ନାବାଳକ ପୁତୁରାକୁ ବେହୋସ କରି ନଦୀକୁ ଫିଙ୍ଗିଦେଲା ଦାଦା

ଆନନ୍ଦପୁର: ସମ୍ପର୍କ ହେଲା ତୁଚ୍ଛ। ପୁତୁରାକୁ ପିଟିପିଟି ଲହୁଲୁହାଣ କଲା ଦାଦା। ଆଉ ଆକ୍ରମଣରେ ପୁତୁରା ବେହୋସ ହୋଇଯିବା ପରେ ମୃତ ଭାବି ନଦୀକୁ ଫିଙ୍ଗିଦେଲା ଦାଦା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ବୈତରଣୀ ବ୍ୟାରେଜ୍ ନିକଟରେ।ସୂଚନା ଅନୁଯାୟୀ, ଶିଶିର ପାତ୍ର ନାମକ ଜଣେ ବ୍ୟକ୍ତି ପୁତୁରା କାହ୍ନୁ ପାତ୍ର ସହ ମିଶି ଅନ୍ୟ ଜଣେ ପୁତୁରାକୁ ନଦୀକୁ ଫିଙ୍ଗିବାକୁ ନେଉଥିଲେ। ହେଲେ ସେହି ବାଟ ଦେଇ ଯାଉଥିବା କିଛି ଲୋକଙ୍କୁ ସନ୍ଦେହ ହେବା ପରେ ସେମାନେ ତାଙ୍କୁ ଅଟକାଇବା ସହ ପୋଲିସକୁ ଖବର ଦେଇଥିଲେ। ଆଉ ସେମାନଙ୍କୁ କାବୁ କରିବା ସହ ବେହୋସ ନାବାଳକକୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। ହସ୍ପିଟାଲରେ କାହ୍ନୁ ପାତ୍ର ଦେଇଥିବା ପ୍ରତିକ୍ରିୟା ଅନୁଯାୟୀ, ୫ ହଜାର ଟଙ୍କା ଘରୁ ନେଇ ଆସିଥିବାରୁ ତାର ସାନ ଭାଇକୁ ଦାଦା ଶିଶିର ନିର୍ଧୁମ୍ ମାଡ଼ ମାରିଥିଲା। ଆଉ ଦରମରା ଅବସ୍ଥାରେ ତାକୁ ନଦୀକୁ ଫିଙ୍ଗିବାକୁ ନେଉଥିଲେ। ତେବେ ସୂଚନା ପାଇଁ ପୋଲିସ୍ ହସ୍ପିଟାଲରେ ପହଞ୍ଚି ଉଭୟ ଶିଶିର ଓ କାହ୍ନୁକୁ ଅଟକରଖି ଅଧିକ ତଦନ୍ତ ଚଳାଇଛି। 

ସମ୍ପର୍କ ହେଲା ତୁଚ୍ଛ, ନାବାଳକ ପୁତୁରାକୁ ବେହୋସ କରି ନଦୀକୁ ଫିଙ୍ଗିଦେଲା ଦାଦା

ଆନନ୍ଦପୁର: ସମ୍ପର୍କ ହେଲା ତୁଚ୍ଛ। ପୁତୁରାକୁ ପିଟିପିଟି ଲହୁଲୁହାଣ କଲା ଦାଦା। ଆଉ ଆକ୍ରମଣରେ ପୁତୁରା ବେହୋସ ହୋଇଯିବା ପରେ ମୃତ ଭାବି ନଦୀକୁ ଫିଙ୍ଗିଦେଲା ଦାଦା। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଆନନ୍ଦପୁର ଉପଖଣ୍ଡ ବୈତରଣୀ ବ୍ୟାରେଜ୍ ନିକଟରେ।

ସୂଚନା ଅନୁଯାୟୀ, ଶିଶିର ପାତ୍ର ନାମକ ଜଣେ ବ୍ୟକ୍ତି ପୁତୁରା କାହ୍ନୁ ପାତ୍ର ସହ ମିଶି ଅନ୍ୟ ଜଣେ ପୁତୁରାକୁ ନଦୀକୁ ଫିଙ୍ଗିବାକୁ ନେଉଥିଲେ। ହେଲେ ସେହି ବାଟ ଦେଇ ଯାଉଥିବା କିଛି ଲୋକଙ୍କୁ ସନ୍ଦେହ ହେବା ପରେ ସେମାନେ ତାଙ୍କୁ ଅଟକାଇବା ସହ ପୋଲିସକୁ ଖବର ଦେଇଥିଲେ। ଆଉ ସେମାନଙ୍କୁ କାବୁ କରିବା ସହ ବେହୋସ ନାବାଳକକୁ ହସ୍ପିଟାଲରେ ଭର୍ତ୍ତି କରାଇଥିଲେ। 

ହସ୍ପିଟାଲରେ କାହ୍ନୁ ପାତ୍ର ଦେଇଥିବା ପ୍ରତିକ୍ରିୟା ଅନୁଯାୟୀ, ୫ ହଜାର ଟଙ୍କା ଘରୁ ନେଇ ଆସିଥିବାରୁ ତାର ସାନ ଭାଇକୁ ଦାଦା ଶିଶିର ନିର୍ଧୁମ୍ ମାଡ଼ ମାରିଥିଲା। ଆଉ ଦରମରା ଅବସ୍ଥାରେ ତାକୁ ନଦୀକୁ ଫିଙ୍ଗିବାକୁ ନେଉଥିଲେ। ତେବେ ସୂଚନା ପାଇଁ ପୋଲିସ୍ ହସ୍ପିଟାଲରେ ପହଞ୍ଚି ଉଭୟ ଶିଶିର ଓ କାହ୍ନୁକୁ ଅଟକରଖି ଅଧିକ ତଦନ୍ତ ଚଳାଇଛି।