ସମ୍ପ୍ରସାରଣ କାର୍ଯ୍ୟରେ ବିଳମ୍ବ: ଅସରାଏ ବର୍ଷା ହେଲେ ରାସ୍ତାର ଅବସ୍ଥା ବେହାଲ, ୮ କିଲୋମିଟରକୁ…
ଦାରିଙ୍ଗବାଡ଼ି,୨୬ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତର ବୁରାଙ୍ଗିଆ ଗ୍ରାମଠାରୁ ବୁଡ଼ାଗୁଡ଼ାର ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ପ୍ରକାଶ ଯେ, ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର କ. ନୂଆଗାଁ ବ୍ଲକ ସିର୍ତ୍ତିଗୁଡ଼ା ନିକଟ ବକରପଟା ଛକରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ବୁଡ଼ାଗୁଡ଼ା ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ ପାଇଁ ପ୍ରାୟ ୮ କିମି ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। […] The post ସମ୍ପ୍ରସାରଣ କାର୍ଯ୍ୟରେ ବିଳମ୍ବ: ଅସରାଏ ବର୍ଷା ହେଲେ ରାସ୍ତାର ଅବସ୍ଥା ବେହାଲ, ୮ କିଲୋମିଟରକୁ… appeared first on Dharitri Odia News.
ଦାରିଙ୍ଗବାଡ଼ି,୨୬ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ପଞ୍ଚାୟତର ବୁରାଙ୍ଗିଆ ଗ୍ରାମଠାରୁ ବୁଡ଼ାଗୁଡ଼ାର ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି।
ପ୍ରକାଶ ଯେ, ଗୋପାଳପୁରଠାରୁ ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର କ. ନୂଆଗାଁ ବ୍ଲକ ସିର୍ତ୍ତିଗୁଡ଼ା ନିକଟ ବକରପଟା ଛକରୁ ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ବୁଡ଼ାଗୁଡ଼ା ପୂର୍ତ୍ତ ବିଭାଗ ରାସ୍ତାକୁ ସଂଯୋଗ ପାଇଁ ପ୍ରାୟ ୮ କିମି ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଚାଲିଛି। ଏନେଇ ସରକାରଙ୍କ ପକ୍ଷରୁ ୬ କୋଟି ଟଙ୍କା ଅନୁଦାନ ରହିଛି। ତେବେ ଉକ୍ତ ରାସ୍ତାରେ କେବଳ ମେଟାଲ ପକାଇ ତା’ ଉପରେ ମାଟି ପକାଇ ଛାଡ଼ି ଦିଆଯାଇଥିବା ବେଳେ ଆଉ କିଛି ସ୍ଥାନରେ କେବଳ ମାଟି ପକାଇ ଛାଡ଼ି ଦିଆଯାଇଛି।
ଅତି ନିମ୍ନମାନର କାର୍ଯ୍ୟ ଯୋଗୁ ସେହି ରାସ୍ତାରେ ଯାତାୟାତ ବାଧାପ୍ରାପ୍ତ ହୋଇଛି। ବର୍ଷାରେ ଏକାଧିକ ସ୍ଥାନରେ ମେଟାଲ ଓ ମାଟି ଧୋଇହୋଇ ଗଲାଣି। ଏବେ ବର୍ଷା ଯୋଗୁ ସେହି ରାସ୍ତାରେ ଅଞ୍ଚଳବାସୀ ଯାତାୟାତ କରିପାରୁ ନ ଥିବା ଗ୍ରାମର ପ୍ରକାଶ ପ୍ରଧାନ, ସୁବଳ ନାୟକ, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ଅଭିଯୋଗ କରିଛନ୍ତି। ବର୍ଷା ପୂର୍ବରୁ ଉକ୍ତ ରାସ୍ତାରେ ମେଟାଲ ଉପରେ ମୋରମ ପକାଇ ରୋଲର ଚଢ଼ାଯାଇଥିଲେ ହୁଏତ ଆଜି ଏହି ଦୁର୍ଦ୍ଦଶା ଭୋଗି ନ ଥାନ୍ତୁ ବୋଲି ଗ୍ରାମର ବୃନ୍ଦାବନ ସାହୁ କହିଛନ୍ତି।
ଗ୍ରାମ ଉନ୍ନୟନ ବିଭାଗ ଦ୍ୱାରା ଉକ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଯେଉଁ ଠିକାସଂସ୍ଥା ଉକ୍ତ କାର୍ଯ୍ୟ କରୁଛି ତାକୁ ଏବଂ ବିଭାଗକୁ ଅଞ୍ଚଳବାସୀ ବାରମ୍ବାର ଅବଗତ କରାଇଥିଲେ ମଧ୍ୟ କେହି ଶୁଣୁ ନ ଥିବା ଅଭିଯୋଗ ହେଉଛି। ଏନେଇ ବିଭାଗର କନିଷ୍ଠ ଯନ୍ତ୍ରୀ ସଞ୍ଜୟ ବେହେରାଙ୍କୁ ପଚାରି ବୁଝିବାରୁ କାର୍ଯ୍ୟ ଚାଲିଛି କିନ୍ତୁ ଠିକାସଂସ୍ଥା ବିଭାଗର ଅଧିକାରୀଙ୍କ କଥା ଶୁଣୁ ନ ଥିବା ସେ କହିଛନ୍ତି।
ଅନ୍ୟପକ୍ଷରେ ଠିକାସଂସ୍ଥାର ମାଲିକ ବଣ୍ଟି ଅଗ୍ରଓ୍ବାଲଙ୍କ ସହ ଯୋଗାଯୋଗ କରିବାରୁ ଦେଖୁଛି କ’ଣ ହୋଇଛି କହି ଘଟଣାକୁ ସେ ହାଲ୍କା ଭାବେ ନେଇଛନ୍ତି।
The post ସମ୍ପ୍ରସାରଣ କାର୍ଯ୍ୟରେ ବିଳମ୍ବ: ଅସରାଏ ବର୍ଷା ହେଲେ ରାସ୍ତାର ଅବସ୍ଥା ବେହାଲ, ୮ କିଲୋମିଟରକୁ… appeared first on Dharitri Odia News.