ସମ୍ବର ମାଂସ ମିଳିବା ଘଟଣା ଆକ୍ସନ, ଢାବାକୁ ସିଲ୍ କଲା ପ୍ରଶାସନ

ଆଠଗଡ଼ ୨୯।୦୮ : ନରସିଂହପୁର ପ୍ରଧାନ ଢ଼ାବା ସିଲ୍‌ । ଢାବାରୁ ସମ୍ବର ମାଂସ ବାହାରିବା ଘଟଣାରେ ଆକ୍ସନ ନେଇଛି ପ୍ରଶାସନ । ସମ୍ବଲ ମାଂସ ଜବତ ଘଟଣାରେ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।  ଖବର ଅନୁଯାୟୀ, ନରସିଂହପୁର ବ୍ଲକ ଅନ୍ତର୍ଗତ ଦେବଭୂମି ଶାଳପଶୀ ନିକଟରେ ଥିବା ପ୍ରଧାନ ଢ଼ାବାରୁ  ୩୦ କେଜି ସମ୍ବର ମାଂସ ସହିତ ଗୋଟିଏ ସ୍କୁଟି, ଗୋଟିଏ ବାଇକ,ଗୋଟିଏ ଫ୍ରିଜର ବନ ବିଭାଗ ଜବତ କରିଥିଲା । ଏହା ସହ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି । ସେପଟେ ଘଟଣା ପରେ ସମ୍ପୂକ୍ତ ଢ଼ାବା ମାଲିକ ଫେରାର ହୋଇ ଯାଇଥିଲେ ।ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜର  ସୁବାସ ରାଉତଙ୍କ ସହିତ ନରସିଂହପୁର ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ, ଅତିରିକ୍ତ ତହସିଲଦାର କୌସ୍ତୁଭ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଢ଼ାବାକୁ ସିଲ୍ କରିଛି ବନ ବିଭାଗ ।

ସମ୍ବର ମାଂସ ମିଳିବା ଘଟଣା ଆକ୍ସନ, ଢାବାକୁ ସିଲ୍ କଲା ପ୍ରଶାସନ

ଆଠଗଡ଼ ୨୯।୦୮ : ନରସିଂହପୁର ପ୍ରଧାନ ଢ଼ାବା ସିଲ୍‌ । ଢାବାରୁ ସମ୍ବର ମାଂସ ବାହାରିବା ଘଟଣାରେ ଆକ୍ସନ ନେଇଛି ପ୍ରଶାସନ । ସମ୍ବଲ ମାଂସ ଜବତ ଘଟଣାରେ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି ।  

ଖବର ଅନୁଯାୟୀ, ନରସିଂହପୁର ବ୍ଲକ ଅନ୍ତର୍ଗତ ଦେବଭୂମି ଶାଳପଶୀ ନିକଟରେ ଥିବା ପ୍ରଧାନ ଢ଼ାବାରୁ  ୩୦ କେଜି ସମ୍ବର ମାଂସ ସହିତ ଗୋଟିଏ ସ୍କୁଟି, ଗୋଟିଏ ବାଇକ,ଗୋଟିଏ ଫ୍ରିଜର ବନ ବିଭାଗ ଜବତ କରିଥିଲା । ଏହା ସହ ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି । ସେପଟେ ଘଟଣା ପରେ ସମ୍ପୂକ୍ତ ଢ଼ାବା ମାଲିକ ଫେରାର ହୋଇ ଯାଇଥିଲେ ।ନରସିଂହପୁର ପୂର୍ବାଞ୍ଚଳ ରେଞ୍ଜର  ସୁବାସ ରାଉତଙ୍କ ସହିତ ନରସିଂହପୁର ଥାନା ଅଧିକାରୀ ଭବାନୀ ଶଙ୍କର ଖୁଣ୍ଟିଆ, ଅତିରିକ୍ତ ତହସିଲଦାର କୌସ୍ତୁଭ ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ଢ଼ାବାକୁ ସିଲ୍ କରିଛି ବନ ବିଭାଗ ।