ସମ୍ବର ଶିକାର କରି ଦୁଇ ଗିରଫ: ମାଂସ, ଚମଡା ଜବତ

ରାଇକିଆ,୬।୫(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ କରଡ଼ା ରେଞ୍ଜର ପାତ୍ରପୁର ଗ୍ରାମରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଚଢାଉ ହୋଇଛି। ସମ୍ବର ଶିକାର ଅଭିଯୋଗରେ ଦୁଇ ଜଣକୁ ଗିରଫକରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଗ୍ରାମର କାଳୁ ମଲ୍ଲିକ ଏବଂ ଦାରିଙ୍ଗିବାଡି ଅଞ୍ଚଳର କୁମ୍ଭାରବାଡି ଗ୍ରାମର ଏସିଆନ ପ୍ରଧାନ । ସୋମବାର ରାତିରେ ସମ୍ବର ଶିକାର କରିଥିବା ନେଇ କୌଣସି ସୂତ୍ରରୁ ଖବରପାଇ ବିଭାଗ ତରଫରୁ ରେଞ୍ଜର ସବନମ ସାହୁଙ୍କ ନିର୍ଦ୍ଧେଶ […] The post ସମ୍ବର ଶିକାର କରି ଦୁଇ ଗିରଫ: ମାଂସ, ଚମଡା ଜବତ appeared first on Dharitri Odia News.

ସମ୍ବର ଶିକାର କରି ଦୁଇ ଗିରଫ: ମାଂସ, ଚମଡା ଜବତ

ରାଇକିଆ,୬।୫(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ବ୍ଲକ କରଡ଼ା ରେଞ୍ଜର ପାତ୍ରପୁର ଗ୍ରାମରେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଚଢାଉ ହୋଇଛି। ସମ୍ବର ଶିକାର ଅଭିଯୋଗରେ ଦୁଇ ଜଣକୁ ଗିରଫକରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ଗ୍ରାମର କାଳୁ ମଲ୍ଲିକ ଏବଂ ଦାରିଙ୍ଗିବାଡି ଅଞ୍ଚଳର କୁମ୍ଭାରବାଡି ଗ୍ରାମର ଏସିଆନ ପ୍ରଧାନ । ସୋମବାର ରାତିରେ ସମ୍ବର ଶିକାର କରିଥିବା ନେଇ କୌଣସି ସୂତ୍ରରୁ ଖବରପାଇ ବିଭାଗ ତରଫରୁ ରେଞ୍ଜର ସବନମ ସାହୁଙ୍କ ନିର୍ଦ୍ଧେଶ କ୍ରମେ ଫରେଷ୍ଟର ଅଜିତ ପ୍ରଧାନ ନେତୃତ୍ୱରେ ଫରେଷ୍ଟ ଗାର୍ଡ ଅକ୍ଷୟ ମଲ୍ଲିକ, ବିକାଶ ମଲ୍ଲିକ, ସ୍ବାଗତିକା ଗୌଡ, ରବି ଶଙ୍କର ଦିଗାଲ ଏବଂ ସ୍କ୍ବାର୍ଡ ଟିମ୍‌ ଚଢାଉ କରି ୫ କେଜି ମାଂସ, ଚମଡା ଜବତ କରିବା ସହ ଅଭିଯୁକ୍ତ ଦୁଇ ଜଣଙ୍କୁ ଗିରଫ କରି କେସ ନ ୧୨/୨୫ ରେ କୋର୍ଟ ଚାଲାଣ କରିଛି ।

The post ସମ୍ବର ଶିକାର କରି ଦୁଇ ଗିରଫ: ମାଂସ, ଚମଡା ଜବତ appeared first on Dharitri Odia News.