କାହାପାଇଁ କ୍ରିକେଟ ଖେଳନ୍ତି ହାର୍ଦ୍ଦିକ ପାଣ୍ଡ୍ୟା? Videoରୁ ଜଣାପଡ଼ିଲା ସତ
ନୂଆଦିଲ୍ଲୀ,୫।୨: ଦୀର୍ଘଦିନର ବ୍ୟବଧାନ ପରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦିନିକିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବେ। ୨୦୨୩ରୁ ସେ ଦିନିକିଆ କ୍ରିକେଟ ଖେଳିନାହାନ୍ତି। ଏମିତିରେ ଫେବୃଆରୀ ୬ରେ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେଉଥିବା ଦିନିକିଆ ସିରିଜରେ ସେ ନଜର ଆସିବେ। ଏହାପରେ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ସେ ଖେଳିବା ସ୍ପଷ୍ଟ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ହାର୍ଦ୍ଦିକ ବଡ଼ ବୟାନ ଦେଇଛନ୍ତି। ସେ କେବେହେଲେ ନିଜ ପାଇଁ ଖେଳନ୍ତି ନାହିଁ ବରଂ ନିଜ ଦେଶ ପାଇଁ, […] The post କାହାପାଇଁ କ୍ରିକେଟ ଖେଳନ୍ତି ହାର୍ଦ୍ଦିକ ପାଣ୍ଡ୍ୟା? Videoରୁ ଜଣାପଡ଼ିଲା ସତ appeared first on Dharitri Odia News.
ନୂଆଦିଲ୍ଲୀ,୫।୨: ଦୀର୍ଘଦିନର ବ୍ୟବଧାନ ପରେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଦିନିକିଆ କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରିବେ। ୨୦୨୩ରୁ ସେ ଦିନିକିଆ କ୍ରିକେଟ ଖେଳିନାହାନ୍ତି। ଏମିତିରେ ଫେବୃଆରୀ ୬ରେ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେଉଥିବା ଦିନିକିଆ ସିରିଜରେ ସେ ନଜର ଆସିବେ। ଏହାପରେ ଚାମ୍ପିଅନ୍ସ ଟ୍ରଫିରେ ମଧ୍ୟ ସେ ଖେଳିବା ସ୍ପଷ୍ଟ ହୋଇଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ପୂର୍ବରୁ ହାର୍ଦ୍ଦିକ ବଡ଼ ବୟାନ ଦେଇଛନ୍ତି। ସେ କେବେହେଲେ ନିଜ ପାଇଁ ଖେଳନ୍ତି ନାହିଁ ବରଂ ନିଜ ଦେଶ ପାଇଁ, ନିଜ ଟିମ୍ ପାଇଁ ଖେଳନ୍ତି ବୋଲି କହିଛନ୍ତି। ICC ପକ୍ଷରୁ ହାର୍ଦ୍ଦିକଙ୍କ ଭିଡିଓ ଶେୟାର କରାଯାଇଛି।
ICC ଭିଡିଓରେ ସେ କହିଛନ୍ତି, ମୁଁ ହାର୍ଦ୍ଦିକ ପାଣ୍ଡ୍ୟା ପାଇଁ ଖେଳି ନ ଥାଏ , ମୁଁ ଦଳ ପାଇଁ ଖେଳେ। ମୁଁ ଭାରତ ପାଇଁ ଖେଳେ। ଏହା ହିଁ ଲକ୍ଷ୍ୟ ଅଟେ। ପ୍ରତି ବଲ୍କୁ ଖେଳିବାକୁ ଚେଷ୍ଟା କରେ ଏବଂ ନିଜର ଉପଲବ୍ଧି ଦେଖିଥାଏ। ସେହିଭଳି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯାଇଥିବା ୨୦୨୨ ମେଲବର୍ନ ମ୍ୟାଚ୍ ନେଇ ସେ କହିଛନ୍ତି, ଯେତେବେଳେ ମୁଁ ମଇଦାନକୁ ଯାଇଥିଲି, ଦର୍ଶକଙ୍କ ଉପସ୍ଥିତି ଭିନ୍ନ ଉର୍ଜା ସଞ୍ଚାର କରିଥିଲା। ଏହା ବହୁତ ଅଦ୍ଭୁତ ଦୃଶ୍ୟ ଥିଲା। ମୁଁ ଅନେକ ମ୍ୟାଚ୍ ଖେଳିଛି, ହେଲେ ତାହା ଜବରଦସ୍ତ ଅନୁଭୁତି ଆଣିଥିଲା, ଯେଉଁଥିରେ ମୁଁ ଉତ୍ସାହିତ ହୋଇଥିଲି ଏବଂ ଖୁସି ମଧ୍ୟ ହୋଇଥିଲି। କାରଣ ଭାରତ ଏବଂ ପାକିସ୍ତାନ ମ୍ୟାଚ୍କୁ ଲୋକେ ମନେ ରଖିଥାନ୍ତି ଏବଂ ଅପେକ୍ଷା କରି ରହିଥାନ୍ତି ବୋଲି ସେ କହିଛନ୍ତି।
ତେବେ ଉକ୍ତ ମ୍ୟାଚ୍କୁ ଭାରତୀୟ ଟିମ୍ ଅନ୍ତିମ ଦୁଇ ବଲ୍ ଥାଇ ଜିତିବାରେ ସଫଳ ହୋଇଥିଲା। ୧୬୦ ରନ୍ ଟାର୍ଗେଟର ପିଛା କରି ଟିମ୍ ଇଣ୍ଡିଆ ୩୧ ରନ୍ରେ ୪ ଉଇକେଟ ହରାଇଥିଲା। ରୋହିତ ଶର୍ମା, ସୂର୍ଯ୍ୟକୁମାର ଯାଦବ, କେଏଲ୍ ରାହୁଲ ଏବଂ ଅକ୍ଷର ପଟେଲ ପାଭିଲିୟନ ଫେରି ଯାଇଥିଲେ। ଏହିଠାରୁ ବିରାଟ କୋହଲି ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ୧୧୩ ରନ୍ର ଭାଗୀଦାରି କରିଥିଲେ। ଶେଷ ଓଭରର ପ୍ରଥମ ବଲରେ ହାର୍ଦ୍ଦିକ ଆଉଟ୍ ହୋଇଥିଲେ। ସେ ୩୭ ବଲ୍ରେ ୪୦ ରନ୍ର ଏକ ଲଢ଼ୁଆ ଇନିଂସ ଖେଳିଥିଲେ। ଶେଷ ବଲରେ ଚୌକା ମାରି ରବିଚନ୍ଦ୍ରନ ଅଶ୍ୱିନ ଭାରତକୁ ମ୍ୟାଚ୍ ଜିତାଇଥିଲେ। ବିରାଟ କୋହଲି ୫୩ ବଲ୍ରେ ୮୨ ରନ୍ର ଏକ ସ୍ମରଣୀୟ ଇନିଂସ ଖେଳିଥିଲେ।
The post କାହାପାଇଁ କ୍ରିକେଟ ଖେଳନ୍ତି ହାର୍ଦ୍ଦିକ ପାଣ୍ଡ୍ୟା? Videoରୁ ଜଣାପଡ଼ିଲା ସତ appeared first on Dharitri Odia News.