ରାଶିଫଳ: ଶନିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସ୍ଥଗିତ କାମ ଓ ବିବାଦର ସମାଧାନ ପାଇଁ ବ୍ୟଗ୍ରତା ବୃଦ୍ଧି ପାଇବ। ବ୍ୟବସାୟ, ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ସାଧନ ପାଇଁ କୌଣସି ଅସୁବିଧା ହେବନାହିଁ। ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ସତର୍କତାର ସହିତ କିଛି କହିବା କିମ୍ବା କରିବା ଭଲ ହେବ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି। ବୃଷ ଅନଧିକାର ଚର୍ଚ୍ଚାପୂର୍ବକ କାହାକୁ କିଛି ଉପଦେଶ ଦେଲେ ସେହି ବ୍ୟକ୍ତି ତାହାକୁ ଭୁଲ୍‌ ବୁଝିପାରେ। କର୍ମକ୍ଷେତ୍ରକୁ ଯିବା ରାସ୍ତାରେ […] The post ରାଶିଫଳ: ଶନିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope appeared first on Dharitri Odia News.

ରାଶିଫଳ: ଶନିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope
ମେଷ
କର୍ମକ୍ଷେତ୍ରରେ ସ୍ଥଗିତ କାମ ଓ ବିବାଦର ସମାଧାନ ପାଇଁ ବ୍ୟଗ୍ରତା ବୃଦ୍ଧି ପାଇବ। ବ୍ୟବସାୟ, ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ସାଧନ ପାଇଁ କୌଣସି ଅସୁବିଧା ହେବନାହିଁ। ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ସତର୍କତାର ସହିତ କିଛି କହିବା କିମ୍ବା କରିବା ଭଲ ହେବ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଅପଦସ୍ଥ ହୋଇପାରନ୍ତି।
ବୃଷ
ବୃଷ
ଅନଧିକାର ଚର୍ଚ୍ଚାପୂର୍ବକ କାହାକୁ କିଛି ଉପଦେଶ ଦେଲେ ସେହି ବ୍ୟକ୍ତି ତାହାକୁ ଭୁଲ୍‌ ବୁଝିପାରେ। କର୍ମକ୍ଷେତ୍ରକୁ ଯିବା ରାସ୍ତାରେ ଅଜଣା ବ୍ୟକ୍ତି ଦ୍ୱାରା ଅସମ୍ମାନିତ ହୋଇପାରନ୍ତି। କୌଣସି ନୂଆ କାମର ପ୍ରସ୍ତାବକୁ ଅନ୍ୟମାନେ ଦୃଢ଼ ସମର୍ଥନ ଜଣାଇବେ। ପ୍ରଶାସନ, ସାହିତ୍ୟ ଓ ସାମ୍ବାଦିକତା, ରାଜନୀତି ଓ ସଂଗଠନ ପାଇଁ ଭଲ।
ମିଥୁନ
ମିଥୁନ
ଆଜି ଯାହା କରିବା ପାଇଁ ମନସ୍ଥ କରିଛନ୍ତି ସେଥିରେ କୌଣସି ଅସୁବିଧା ହେବନାହିଁ। ଦରକାରୀ କାମରେ ଦୂରସ୍ଥାନକୁ ପଠାଇଥିବା ବନ୍ଧୁଙ୍କ ଫେରିବା ବାଟକୁ ଚାହିଁ ବ୍ୟସ୍ତ ହୋଇପାରନ୍ତି। ବ୍ୟବସାୟ କିମ୍ବା ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ଅଶାନ୍ତିର କାରଣ ହେବ। ପରିବାରର ଦୈନନ୍ଦିନର ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବ।
କର୍କଟ
କର୍କଟ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଥିବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ। ନିଜର ଅବହେଳା ଓ ଅଳସୁଆମି ହେତୁ କାମଗୁଡ଼ିକ ଧିମେଇ ଯାଇପାରେ। ଅର୍ଥର ଅଭାବ ନଥିଲେ ମଧ୍ୟ ହାତ ଖୋଲାକରି ଖର୍ଚ୍ଚ କରିପାରିବେ ନାହିଁ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବନାହିଁ।
ସି˚ହ
ସି˚ହ
ରାଜନୈତିକ କ୍ଷେତ୍ରରେ ଆଲୋଚନା ମୁତାବକ କାମ ମଧ୍ୟ ଆରମ୍ଭ କରି ଦେଇ ପାରନ୍ତି। ନିରପେକ୍ଷତା ଅବଲମ୍ବନ ନ କଲେ ଘରେ ହେଉ କିମ୍ବା କର୍ମକ୍ଷେତ୍ରରେ ହେଉ ସମାଲୋଚିତ ହେବାକୁ ପଡିବ। ଦେହ ଭଲ ରହିବ, ମାତ୍ର ଦୁର୍ବଳତାଜନିତ କ୍ଳାନ୍ତିବୋଧ କରିବେ। ପରିବାରରେ ପରଷ୍ପରକୁ ଦୋଷ ଦେଇ ଅଶାନ୍ତ ପରିସ୍ଥିତି ସୃଷ୍ଟି କରିପାରନ୍ତି।
କନ୍ୟା
ଚେଷ୍ଟା କରୁଥିବା କାମ ସମ୍ପନ୍ନ ନ ହେବାରୁ ସାମୟିକ ବିରକ୍ତି ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ସମସ୍ୟାର ମୁକାବିଲା କରିବା ସକାଶେ ପ୍ରଚଳିତ ପରିସ୍ଥିତିକୁ ସାମ୍‌ନା କରିବାକୁ ପଡ଼ିବ। ପାରିବାରିକ ଅସନ୍ତୁଳନ କାରଣରୁ ଟେନସନ୍‌ କିିଛି ମାତ୍ରାରେ ଲାଗିରହିବ। ସକାଳୁ ସକାଳୁ ସହକର୍ମୀଙ୍କ ସହ ଆଲୋଚନା ମନକୁ ଖୁସି କରାଇପାରେ।
ତୁଳା
ତୁଳା
ସମ୍ପର୍କୀୟ କେତେକ ବ୍ୟକ୍ତି ଆଗରେ ନ ହେଲେ ମଧ୍ୟ ପଛରେ ବିଭିନ୍ନ ବିରୋଧ କଥା କହିପାରନ୍ତି। ପରିବାର ଭିତରେ ସ୍ବାର୍ଥକୁ ପ୍ରାଧାନ୍ୟ ଦେଇ ପାରଷ୍ପରିକ ସହାନୁଭୂତି ପାଇବାକୁ ମିଳିବ ନାହିଁ। ବ୍ୟବସାୟରେ ଲାଭ କମ୍‌ ମିଳିଲେ ମଧ୍ୟ ଆଗାମୀ କ୍ଷେତ୍ର ପ୍ରସ୍ତୁତ ହୋଇ ରହିବ। ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହେବାକୁ ପଡ଼ିପାରେ।
ବିଛା
ବିଛା
କୌଣସି ଗୁରୁତ୍ୱପୂର୍ଣ୍ଣ କାମ ସକାଶେ ବନ୍ଧୁଙ୍କ ସହଯୋଗ ଆଶା କରିବେ। ପରୋକ୍ଷ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ଅପମାନଜନକ ସ୍ଥିତିରୁ ଖସି ଯାଇପାରନ୍ତି। ଉଚ୍ଚ ପଦାଧିକାରୀ ସହଯୋଗର ପ୍ରତିଶ୍ରୁତି ଦେବେ। ଶିଳ୍ପ, ବାଣିଜ୍ୟ, ପରିବହନ, ରାଜନୀତି, କଳା ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରୁ ଶୁଭଫଳ ମିଳିବ।
ଧନୁ
ଧନୁ
ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ପ୍ରାପ୍ତି ସକାଶେ ମନ ଭୁଲାଣିଆ କଥାର ଆଶ୍ରୟ ନେଇପାରନ୍ତି। ଆନୁଷ୍ଠାନିକ କାଯର୍‌ୟ ସମ୍ପନ୍ନ କରିବା ପାଇଁ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। ଅପ୍ରିୟ ସତକଥା କହି ବନ୍ଧୁଗହଣରେ ଅପମାନିତ ହେବାକୁ ପଡ଼ିପାରେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବା ସକାଶେ ଆହୂତ ହୋଇପାରନ୍ତି।
ମକର
ମକର
ଚେଷ୍ଟା ଅବ୍ୟାହତ ରଖିଲେ ସମସ୍ୟା ସମାଧାନ ସହ ଆଶା ପୂରଣ ହେବ। କର୍ମକ୍ଷେତ୍ରରେ ଅବହେଳାରୁ ସୁଯୋଗ ହାତଛଡ଼ା ହୋଇପାରେ। ଆଜି ଆକସ୍ମିକ ଭାବରେ ପରିବାରରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେବାର ଆଶଙ୍କା ରହିଛି। ବ୍ୟବସାୟ ଓ ବାଣିଜ୍ୟ ପାଇଁ ପ୍ରତିବନ୍ଧକର ସାମ୍‌ନା କରିବାକୁ ପଡ଼ିବାର ସୂଚନାକୁ ଏଡି ହେବ ନାହିଁ।
କୁମ୍ଭ
କୁମ୍ଭ
କୌଣସି କାମ ସହଜ ଓ ସୁବିଧାରେ ହୋଇ ନ ପାରିବା କାରଣରୁ ମନ ସଦାସର୍ବଦା ବିଷାଦଗ୍ରସ୍ତ ରହିବ। ପରିବାରର ସାଧାରଣ କଥାକୁ ବଡ଼ ଆକାରରେ ଚିନ୍ତା କରି ବେଶି ବ୍ୟସ୍ତ ହେବେ। ଫେରିବା ରାସ୍ତାରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। କଳା, ସାହିତ୍ୟ, ସାମ୍ବାଦିକତା, ଏଜେନ୍ସିରେ ପ୍ରଂଶସିତ ହେବେ।
ମୀନମୀନ

କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ। ପରୋକ୍ଷ ଶତ୍ରୁତା ମନୋଭାବରୁ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ। ଦୀର୍ଘ ଦିନ ହେଲା ଚାଲିଥିବା ମକଦ୍ଦମାର ଫଇସଲା ସମ୍ଭାବନା ରହିଛି। ସାମାଜିକ ସ୍ତରରେ ବୁଝାମଣା ଓ ଆପୋସ ମିଳାମିଶାରୁ ପାରିବାରିିକ ସମସ୍ୟାର ସମାଧାନ ଘଟିବ।

The post ରାଶିଫଳ: ଶନିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope appeared first on Dharitri Odia News.