ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୭ ତାରିଖ ସାମୟିକ ବିଦ୍ୟୁତ୍ ଯୋଗାଣ ବନ୍ଦ
ସମ୍ବଲପୁର: ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ୍) ପକ୍ଷରୁ ୧୩୨/୩୩ କେ.ଭି. କଟାପାଲି ଏବଂ ରେଢାଖୋଲ ଗ୍ରୀଡ୍ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ସମ୍ୱଲପୁର ଜିଲ୍ଲା ଅନ୍ତର୍ଗତ କଟାପାଲି, ଭୂଇଁଡୁଙ୍ଗୁରୀ, ଚାଉଁରପୁର, ବିଆର୍ ଷ୍ଟିଲ୍, ଏମସିଏଲ୍, ରେଢାଖୋଲ, କଦଳୀଗଡ଼, ନାକଟିଦେଉଳ, କିସିଣ୍ଡା, ବାଟ ଗାଁ ଆଦି ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳରେ ୭ ତାରିଖ ସୋମବାର ସକାଳ ୭ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ। […] The post ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୭ ତାରିଖ ସାମୟିକ ବିଦ୍ୟୁତ୍ ଯୋଗାଣ ବନ୍ଦ appeared first on Odisha.News.

ସମ୍ବଲପୁର: ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ (ଓପିଟିସିଏଲ୍) ପକ୍ଷରୁ ୧୩୨/୩୩ କେ.ଭି. କଟାପାଲି ଏବଂ ରେଢାଖୋଲ ଗ୍ରୀଡ୍ ସବଷ୍ଟେସନରେ ବାର୍ଷିକ ରକ୍ଷଣାବେକ୍ଷଣ କାର୍ଯ୍ୟ ଲାଗି ସମ୍ୱଲପୁର ଜିଲ୍ଲା ଅନ୍ତର୍ଗତ କଟାପାଲି, ଭୂଇଁଡୁଙ୍ଗୁରୀ, ଚାଉଁରପୁର, ବିଆର୍ ଷ୍ଟିଲ୍, ଏମସିଏଲ୍, ରେଢାଖୋଲ, କଦଳୀଗଡ଼, ନାକଟିଦେଉଳ, କିସିଣ୍ଡା, ବାଟ ଗାଁ ଆଦି ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳରେ ୭ ତାରିଖ ସୋମବାର ସକାଳ ୭ ଟାରୁ ଅପରାହ୍ନ ୪ ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ଯୋଗାଣ ବନ୍ଦ ରହିବ। ଏହି ରକ୍ଷଣାବେକ୍ଷଣ କାର୍ଯ୍ୟ ସ୍ଥିର, ନିରବଚ୍ଛିନ୍ନ ତଥା ଗୁଣାତ୍ମକ ବିଦ୍ୟୁତ୍ ସେବା ପାଇଁ ଅତ୍ୟନ୍ତ ଜରୁରୀ ଅଟେ।ତେଣୁ ସାମୟିକ ସମୟ ପାଇଁ ବିଦ୍ୟୁତ୍ ସେବା ବ୍ୟାହତ ହେବା ଲାଗି ଟିପିଡବ୍ଲ୍ୟୁଓଡିଏଲ୍ କର୍ତୃପକ୍ଷ ଦୁଃଖ ପ୍ରକାଶ କରିବା ସହ ଉକ୍ତ ଅଞ୍ଚଳର ବିଦ୍ୟୁତ୍ ଗ୍ରାହକ ତଥା ଜନସାଧାରଣ ଙ୍କ ସହଯୋଗ କାମନା କରୁଅଛନ୍ତି।
The post ସମ୍ବଲପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୭ ତାରିଖ ସାମୟିକ ବିଦ୍ୟୁତ୍ ଯୋଗାଣ ବନ୍ଦ appeared first on Odisha.News.