ସୁଡ୍ରା ହାଇସ୍କୁଲର ଷଷ୍ଠ ବାର୍ଷିକ ଉତ୍ସବ ପାଳନ
ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରା ସରକାରୀ ଉଚ୍ଚ ବିଦ୍ୟାଳୟ ର ଷଷ୍ଠ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଶିକ୍ଷୟତ୍ରୀ ସ୍ମିତାରାଣୀ ସାହୁ ସଭା ପରିଚାଳନା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ସମ୍ମାନିତ ଅତିଥି ଭାବେ ବାଲିଗୁଡା ଅତିରିକ୍ତ ମଙ୍ଗଳ ଅଧିକାରୀ ବିଭୀଷଣ ଭୋଇ ,ବାରଖମା ହାଇସ୍କୁଲ ପ୍ରଧାନ ଶିକ୍ଷକ ନାରାୟଣ କଁହର […] The post ସୁଡ୍ରା ହାଇସ୍କୁଲର ଷଷ୍ଠ ବାର୍ଷିକ ଉତ୍ସବ ପାଳନ appeared first on Odisha.News.

ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ଅନ୍ତର୍ଗତ ସୁଡ୍ରା ସରକାରୀ ଉଚ୍ଚ ବିଦ୍ୟାଳୟ ର ଷଷ୍ଠ ବାର୍ଷିକ ଉତ୍ସବ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି | ଶିକ୍ଷୟତ୍ରୀ ସ୍ମିତାରାଣୀ ସାହୁ ସଭା ପରିଚାଳନା କରିଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ କୃପାସିନ୍ଧୁ ବେହେରା, ସମ୍ମାନିତ ଅତିଥି ଭାବେ ବାଲିଗୁଡା ଅତିରିକ୍ତ ମଙ୍ଗଳ ଅଧିକାରୀ ବିଭୀଷଣ ଭୋଇ ,ବାରଖମା ହାଇସ୍କୁଲ ପ୍ରଧାନ ଶିକ୍ଷକ ନାରାୟଣ କଁହର ଏବଂ ଏସଏମସି ସଭାପତି ବିଭୁତି ଭୂଷଣ ମଲିକ ପ୍ରମୁଖ ଉପସ୍ଥିତ ରହି ଉଦବୋଧନ ଦେଇଥିଲେ। ଏହି ଅବସରରେ ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଅତିଥି ମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ମହାରଣା ବାର୍ଷିକ ବିବରଣୀ ପାଠ କରିଥିଲେ । ଏହାପରେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା l ପରେପରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ କର୍ତ୍ତୁପକ୍ଷ, ପରିଚାଳନା କମିଟି, ଛାତ୍ରଛାତ୍ରୀ ଓ ଅଭିଭାବକ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
The post ସୁଡ୍ରା ହାଇସ୍କୁଲର ଷଷ୍ଠ ବାର୍ଷିକ ଉତ୍ସବ ପାଳନ appeared first on Odisha.News.