ସମ୍ବଲପୁର ଭଏସ୍ ଅଫ୍ ମିଡିଆ ପକ୍ଷରୁ ସାମ୍ବାଦିକ ସୁରକ୍ଷା ନେଇ ବୈଠକ

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ଭଏସ୍ ଅଫ୍ ମିଡିଆ ପକ୍ଷରୁ ସାମ୍ବାଦିକ ଙ୍କ ସୁରକ୍ଷା ନେଇ ବୈଠକ ହୋଟେଲ ସାକେତ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲା ଭଏସ୍ ଅଫ୍ ମିଡିଆ ସଭାପତି ରାଧେଶ୍ୟାମ ପଣ୍ଡା ସଭା ପରିଚାଳନା କରିଥିବା ବେଳେ ସଂଗଠନର ରାଜ୍ୟ ସଭାପତି ଶ୍ରୀ ପ୍ରଭାତ କୁମାର ମିଶ୍ର ମୁଖ୍ୟ ଅତିଥି, ରାଜ୍ୟ ଉପସଭାପତି ଆଶୁତୋଷ ରଥ,ରାଜ୍ୟ ସଂପାଦକ ଶ୍ରୀ ଉମାଶଙ୍କର ପ୍ରସାଦ, ବରିଷ୍ଠ ସାମ୍ବାଦିକ ଡ.ଦାଶରଥି ବେହେରା, ବରିଷ୍ଠ ସାମ୍ବାଦିକ ଶ୍ରୀ ମନୋରଞ୍ଜନ ପଟ୍ଟନାୟକ, ଜିଲ୍ଲା […] The post ସମ୍ବଲପୁର ଭଏସ୍ ଅଫ୍ ମିଡିଆ ପକ୍ଷରୁ ସାମ୍ବାଦିକ ସୁରକ୍ଷା ନେଇ ବୈଠକ appeared first on Odisha.News.

ସମ୍ବଲପୁର ଭଏସ୍ ଅଫ୍ ମିଡିଆ  ପକ୍ଷରୁ ସାମ୍ବାଦିକ ସୁରକ୍ଷା ନେଇ ବୈଠକ

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ଭଏସ୍ ଅଫ୍ ମିଡିଆ ପକ୍ଷରୁ ସାମ୍ବାଦିକ ଙ୍କ ସୁରକ୍ଷା ନେଇ ବୈଠକ ହୋଟେଲ ସାକେତ ଠାରେ ଅନୁଷ୍ଠିତ ହୋଇଯାଇଛି। ସମ୍ବଲପୁର ଜିଲ୍ଲା ଭଏସ୍ ଅଫ୍ ମିଡିଆ ସଭାପତି ରାଧେଶ୍ୟାମ ପଣ୍ଡା ସଭା ପରିଚାଳନା କରିଥିବା ବେଳେ ସଂଗଠନର ରାଜ୍ୟ ସଭାପତି ଶ୍ରୀ ପ୍ରଭାତ କୁମାର ମିଶ୍ର ମୁଖ୍ୟ ଅତିଥି, ରାଜ୍ୟ ଉପସଭାପତି ଆଶୁତୋଷ ରଥ,ରାଜ୍ୟ ସଂପାଦକ ଶ୍ରୀ ଉମାଶଙ୍କର ପ୍ରସାଦ, ବରିଷ୍ଠ ସାମ୍ବାଦିକ ଡ.ଦାଶରଥି ବେହେରା, ବରିଷ୍ଠ ସାମ୍ବାଦିକ ଶ୍ରୀ ମନୋରଞ୍ଜନ ପଟ୍ଟନାୟକ, ଜିଲ୍ଲା ସଂପାଦକ ହରିଶଙ୍କର ମିଶ୍ର ମଞ୍ଚାସୀନ ହୋଇଥିଲେ। ସଭା ରେ ଉପସ୍ଥିତ ସମସ୍ତ କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା ।ସାମ୍ବାଦିକ ମାନେ ନିଭିର୍କ ଓ ନିରପେକ୍ଷ ଭାବରେ ସାମ୍ବାଦିକତା କରିବା ପାଇଁ ମୁଖ୍ୟ ଅତିଥି ପ୍ରକାଶ କରିଥିଲେ।
ଅତିଥି ଗଣ ସାମ୍ବାଦିକ ମାନଙ୍କ ସୁରକ୍ଷା, ପେନସନ୍ ଓ ଭତ୍ତା ଏକ ନ୍ୟାଯ୍ୟ ଅଧିକାର ବୋଲି ନୂତନ ସରକାର ଠାରେ ଦାବି ଜଣାଇ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦିଆଯିବ ବୋଲି ମୁଖ୍ୟ ଅତିଥି ଘୋଷଣା କରିଥିଲେ।

The post ସମ୍ବଲପୁର ଭଏସ୍ ଅଫ୍ ମିଡିଆ ପକ୍ଷରୁ ସାମ୍ବାଦିକ ସୁରକ୍ଷା ନେଇ ବୈଠକ appeared first on Odisha.News.