ପାହାଡେଶ୍ୱର ଶୈବପୀଠ ପ୍ରତିଷ୍ଠା ପାଇଁ କଲସ ଯାତ୍ରା ଓ ଦେବ ପୂଜନ ।

କୋକସରା:୦୧/୦୬(ସନତ ପ୍ରଧାନୀ) କଳାହାଣ୍ଡି ଜିଲ୍ଲାକୋକସରା ବ୍ଲକ ଫୁଫଗାଁ ପଞ୍ଚାୟତ ଫୁଫଗାଁ ଠାରେ ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମ ରେ ନୂତନ ଶୈବପୀଠ ପ୍ରତିଷ୍ଠା ଓ ଅଷ୍ଟ ପ୍ରହର ନାମଯଜ୍ଞ ପାଇଁ ଶନିବାର କଲସ ଯାତ୍ରା ସହ ଶିଵ ମନ୍ଦିର ପ୍ରତିଷ୍ଠା ପାଇଁ ଅନୁକୂଳ ଆରମ୍ଭ ହୋଇଛି। ଶନିବାର ସକାଳୁ ଏକ ବିରାଟ ଶୋଭାଯାତ୍ରାରେ ଘଣ୍ଟୁଆ,ସଂକୀର୍ତ୍ତନ ଦଳ ର ଭଜନ କୀର୍ତ୍ତନ ର ଭକ୍ତିମୟ ପରିବେଶ ରେ କଳସ ଯାତ୍ରା ରେ ଶତାଧିକ ମହିଳା,ଯୁବତୀ ଗ୍ରାମବାସୀ ଶ୍ରଦ୍ଧାଳୁ ମାନେ […] The post ପାହାଡେଶ୍ୱର ଶୈବପୀଠ ପ୍ରତିଷ୍ଠା ପାଇଁ କଲସ ଯାତ୍ରା ଓ ଦେବ ପୂଜନ । appeared first on Odisha.News.

ପାହାଡେଶ୍ୱର ଶୈବପୀଠ ପ୍ରତିଷ୍ଠା ପାଇଁ କଲସ ଯାତ୍ରା ଓ ଦେବ ପୂଜନ ।

କୋକସରା:୦୧/୦୬(ସନତ ପ୍ରଧାନୀ)
କଳାହାଣ୍ଡି ଜିଲ୍ଲାକୋକସରା ବ୍ଲକ ଫୁଫଗାଁ ପଞ୍ଚାୟତ ଫୁଫଗାଁ ଠାରେ ଗ୍ରାମବାସୀ ଙ୍କ ମିଳିତ ଉଦ୍ୟମ ରେ ନୂତନ ଶୈବପୀଠ ପ୍ରତିଷ୍ଠା ଓ ଅଷ୍ଟ ପ୍ରହର ନାମଯଜ୍ଞ ପାଇଁ ଶନିବାର କଲସ ଯାତ୍ରା ସହ ଶିଵ ମନ୍ଦିର ପ୍ରତିଷ୍ଠା ପାଇଁ ଅନୁକୂଳ ଆରମ୍ଭ ହୋଇଛି। ଶନିବାର ସକାଳୁ ଏକ ବିରାଟ ଶୋଭାଯାତ୍ରାରେ ଘଣ୍ଟୁଆ,ସଂକୀର୍ତ୍ତନ ଦଳ ର ଭଜନ କୀର୍ତ୍ତନ ର ଭକ୍ତିମୟ ପରିବେଶ ରେ କଳସ ଯାତ୍ରା ରେ ଶତାଧିକ ମହିଳା,ଯୁବତୀ ଗ୍ରାମବାସୀ ଶ୍ରଦ୍ଧାଳୁ ମାନେ କଳସ ଯାତ୍ରା ରେ ସାମିଲ ହୋଇଥିଲେ। କଳସ ଯାତ୍ରା ର ପୂଜାକର୍ତ୍ତା ଭାବେ ଶ୍ରୀ ରାଜୀବ ଅଗ୍ରୱାଲ, ଶ୍ରୀମତୀ ରିତା ଅଗ୍ରୱାଲ ସପତ୍ନୀକ ନିକଟସ୍ଥ ମୁଣ୍ଡରା ନଦୀ ରୁ ପୂଜାର୍ଚ୍ଚନା ପରେ ପବିତ୍ର କଳସ ରେ ଜଳ ନେଇ ଶତାଧିକ ଶ୍ରଦ୍ଧାଳୁ ଙ୍କ ଗହଣ ରେ ମନ୍ଦିର କୁ ପହଞ୍ଚି ଅଷ୍ଟ ପ୍ରହର ନାମଯଜ୍ଞ ମଣ୍ଡପ ରେ କଳସ ସ୍ଥାପନ କରିଥିଲେ। ସନ୍ଧ୍ୟାରେ ଦେବ ପୂଜନ ଓ ଅର୍ଣ୍ଣାଧିବାସ ପୂଜାର୍ଚ୍ଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆସନ୍ତା ସୋମବାର ପାହାଡେଶ୍ୱର ଶିଵ ମନ୍ଦିର ପ୍ରାଣ ପ୍ରତିଷ୍ଠା ଓ ଅଷ୍ଟ ପ୍ରହର ନାମଯଜ୍ଞ ପ୍ରାତଃ ସମୟରେ ଆରମ୍ଭ ସହ ଧ୍ଵଜା ରୋପଣ,ବିଗ୍ରହ ପ୍ରବେଶ ଓ ସନ୍ଧ୍ୟାରେ ଦୀପ ମହୋତ୍ସବ କାର୍ଯ୍ୟକ୍ରମ ରହିଛି।ଅଷ୍ଟ ପ୍ରହର ନାମଯଜ୍ଞ ପୂଜାକର୍ତ୍ତା ଭାବେ ଶ୍ରୀ ରସିକଲାଲ ପୁଝାରି ଓ ତାଙ୍କ ଧର୍ମପତ୍ନୀ ଈଶ୍ୱରୀ ପୁଝାରି ପୂଜା କାର୍ଯ୍ୟ ସମ୍ପାଦନ କରିବେ। ପାହାଦେଶ୍ୱର ମନ୍ଦିର କମିଟି ପକ୍ଷରୁ ସଭାପତି ଜୟରାମ ପୁଝାରି, ସମ୍ପାଦକ ପ୍ରଦୀପ ପଟେଲ, ସ୍ଥାନୀୟ ସରପଞ୍ଚ ଗଜାନନ ପୁଝାରି, ପ୍ରଣବ ବେହେରା, ନିଳାମ୍ବର ବାରିକ, ମନୁ ପଟେଲ, ବିପ୍ର ପଟେଲ ସମେତ ଫୁଫ ଗାଁ ଓ ଆଖପାଖ ର ଗ୍ରାମବାସୀ ମାନେ ପରିଚାଳନା ରେ ସହଯୋଗ କରୁଛନ୍ତି। ମଙ୍ଗଳବାର ଅଷ୍ଟ ପ୍ରହର ନାମଯଜ୍ଞ ସମାପନ ପରେ ନଗର ପରିକ୍ରମା ଦହି ହାଣ୍ଡି ଭଗ୍ନ କାର୍ଯ୍ୟକ୍ରମ ରହିଥିବା ନେଇ ମନ୍ଦିର କମିଟି ପକ୍ଷରୁ କୁହାଯାଇଛି।

The post ପାହାଡେଶ୍ୱର ଶୈବପୀଠ ପ୍ରତିଷ୍ଠା ପାଇଁ କଲସ ଯାତ୍ରା ଓ ଦେବ ପୂଜନ । appeared first on Odisha.News.