ପାରଳାଖେମୁଣ୍ଡି ସ୍ଥିତ ଗଜପତିଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କାଜୁ ବାଡ଼ ମାଲିକଙ୍କ ଧାରଣା ଓ ଆନ୍ଦୋଳନ

ପାରଳାଖେମୁଣ୍ଡି:୨୨/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗଜପତି ଜିଲ୍ଲାର କାଜୁ ବାଡ଼ ମାଲିକ । ଗଜପତି ଜିଲ୍ଲାର ଖାଣ୍ଡବା ଅଞ୍ଚଳରେ ଥିବା କାଜୁ ବାଡକୁ ନେଇ ଆଦିବାସୀ ଏବଂ ଅଣଆଦିବାସୀଙ୍କ ମଧ୍ୟରେ ଦେଖାଦେଇଛି ବିବାଦ । ସେନେଇ ମଙ୍ଗଳବାର କାଜୁ ବାଡ ମାଲିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଜାମିନବିହୀନ ଗିରଫ ପରୱାନାକୁ କାର୍ଯ୍ୟକାରୀ କରିବା ସହ ତୁରନ୍ତ ୱାରେଣ୍ଟିମାନଙ୍କୁ ଗିରଫ କରିବା ଦାବି ନେଇ ସେମାନେ ଆନ୍ଦୋଳନ କରିଛନ୍ତି । ଗୋଟିଏ ନିର୍ଦ୍ଧିଷ୍ଟ […] The post ପାରଳାଖେମୁଣ୍ଡି ସ୍ଥିତ ଗଜପତିଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କାଜୁ ବାଡ଼ ମାଲିକଙ୍କ ଧାରଣା ଓ ଆନ୍ଦୋଳନ appeared first on Odisha.News.

ପାରଳାଖେମୁଣ୍ଡି ସ୍ଥିତ ଗଜପତିଜିଲ୍ଲାପାଳଙ୍କ କାର୍ଯ୍ୟାଳୟ  ଆଗରେ କାଜୁ ବାଡ଼ ମାଲିକଙ୍କ ଧାରଣା ଓ ଆନ୍ଦୋଳନ

ପାରଳାଖେମୁଣ୍ଡି:୨୨/୨(ଗରୁଡ଼ ଧ୍ଵଜ ଚୌଧୁରୀ) ଆନ୍ଦୋଳନକୁ ଓହ୍ଲାଇଛନ୍ତି ଗଜପତି ଜିଲ୍ଲାର କାଜୁ ବାଡ଼ ମାଲିକ । ଗଜପତି ଜିଲ୍ଲାର ଖାଣ୍ଡବା ଅଞ୍ଚଳରେ ଥିବା କାଜୁ ବାଡକୁ ନେଇ ଆଦିବାସୀ ଏବଂ ଅଣଆଦିବାସୀଙ୍କ ମଧ୍ୟରେ ଦେଖାଦେଇଛି ବିବାଦ । ସେନେଇ ମଙ୍ଗଳବାର କାଜୁ ବାଡ ମାଲିକମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଜାମିନବିହୀନ ଗିରଫ ପରୱାନାକୁ କାର୍ଯ୍ୟକାରୀ କରିବା ସହ ତୁରନ୍ତ ୱାରେଣ୍ଟିମାନଙ୍କୁ ଗିରଫ କରିବା ଦାବି ନେଇ ସେମାନେ ଆନ୍ଦୋଳନ କରିଛନ୍ତି । ଗୋଟିଏ ନିର୍ଦ୍ଧିଷ୍ଟ ଆଦିବାସୀ ଗୋଷ୍ଠୀ ତାଙ୍କର ଅମଳ ହେଉଥିବା କାଜୁ ବାଦାମ ଫସଲକୁ ଜୋର ଜବରଦସ୍ତି ନେଇଯାଉଛନ୍ତି । ଫଳରେ କାଜୁ ଫସଲ ମାଲିକଙ୍କ ପୈତୃକ ଜମି ହୋଇ ମଧ୍ୟ ସେମାନଙ୍କୁ ଫସଲ ମିଳୁନଥିବା ଅଭିଯୋଗ କରିଛନ୍ତି ।ଗଜପତି ଜିଲ୍ଲା କାଶୀନଗର ଥାନା ଅନ୍ତର୍ଗତ ଖାଣ୍ଡବା ଅଞ୍ଚଳରେ ଥିବା କାଜୁ ବାଡକୁ ନେଇ ଆଦିବାସୀ ଏବଂ ଅଣଆଦିବାସୀଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିଲା । ଫଳରେ କାଜୁ ବାଡ ମାଲିକମାନେ ବିଭିନ୍ନ ପ୍ରକାରର ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି । ସେମାନଙ୍କ କହିବା ଅନୁଯାୟୀ, ଏହାର ପ୍ରତିବାଦ କଲେ ସେମାନଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରାଯାଉଛି । ଏହାକୁ ନେଇ ଅନେକ ଥର ପ୍ରଶାସନ ଶାନ୍ତି କମିଟି ମାଧ୍ୟମରେ ସମାଧାନ କରିବାକୁ ଚେଷ୍ଟା ମଧ୍ୟ କରିଛନ୍ତି । ହେଲେ ଜୋର ଜବରଦସ୍ତି କରୁଥିବା ନିର୍ଦ୍ଧିଷ୍ଟ ଗୋଷ୍ଠୀ କୌଣସି ସହଯୋଗ କରୁନାହାନ୍ତି । ବାଧ୍ୟ ହୋଇ ଅଦାଲତର ଆଶ୍ରୟ ନେବା ପରେ ଅଦାଲତ ଏଭଳି ବିଶୃଙ୍ଖଳାକାରୀଙ୍କ ବିରୁଦ୍ଧରେ ଜାମିନବିହୀନ ଗିରଫ ପରୱାନା ଜାରି କରିଛନ୍ତି । କୋର୍ଟଙ୍କ ନିର୍ଦ୍ଦେଶ ଥିଲେ ମଧ୍ୟ ସେମାନେ ଖୋଲାରେ ବୁଲିବା ସହିତ ସେହିଭଳି ହଇରାଣ କରୁଥିବା ଅଭିଯୋଗ କରାଯାଇଛି । ସେହି ନିର୍ଦ୍ଦେଶକୁ କାର୍ଯ୍ୟକାରୀ କରି ସେମାନଙ୍କୁ ଗିରଫ କରିବା ପାଇଁ ଦାବି କରି ଅଣଆଦିବାସୀ ମାନେ ଧାରଣା ଦେଇଛନ୍ତି ।

The post ପାରଳାଖେମୁଣ୍ଡି ସ୍ଥିତ ଗଜପତିଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କାଜୁ ବାଡ଼ ମାଲିକଙ୍କ ଧାରଣା ଓ ଆନ୍ଦୋଳନ appeared first on Odisha.News.