ଗୁଗଲର ନୂଆ ସାଟେଲାଇଟ୍ ମେସେଜିଂ ଫିଚର: ବିନା ନେଟଓ୍ୱର୍କରେ ହୋଇପାରିବ ଚାଟିଂ
ନୂଆଦିଲ୍ଲୀ: ମେସେଜିଂ କିମ୍ବା ଅନଲାଇନ୍ ଚାଟିଂ ଦୁନିଆରେ ହ୍ୱାଟସ୍ ଆପ୍ ହେଉଛି ସବୁଠାରୁ ପ୍ରଭାବଶାଳୀ ଆପ୍। ତେବେ ଇଣ୍ଟରନେଟ ନଥିଲେ ହ୍ୱାଟସ୍ ଆପ୍ ମାଧ୍ୟମରେ ଚାଟିଂ କରିବା ଅସମ୍ଭବ। ମନେକରନ୍ତୁ ଆପଣ ଏପରି ଏକ ଅଞ୍ଚଳରେ ଅଛନ୍ତି ଯେଉଁଠାରେ କୌଣସି ନେଟୱର୍କ କିମ୍ବା ୱାଇଫାଇ ନାହିଁ। ତେବେ ହ୍ୱାଟସ୍ ଆପ୍ ଥିଲେ ବି ମଧ୍ୟ ସେହି ସମୟରେ ମେସେଜିଂ କି ଚାଟିଂ କରିବାପାରିବେ ନାହିଁ। ଏହା ୟୁଜର୍ସଙ୍କୁ ସମସ୍ୟାରେ ପକାଇପାରେ। କିନ୍ତୁ ବର୍ତ୍ତମାନ ଗୁଗୁଲ ପକ୍ଷରୁ ମେସେଜିଂ ଆପ୍ ପାଇଁ ଏକ ନୂଆ ସାଟେଲାଇଟ୍ ମେସେଜିଂ ଫିଚର ଆସିବାକୁ ଯାଉଛି। ଆସନ୍ତୁ ଜାଣିବା ନୂଆ ଫିଚରରେ ରହିଛି କଣ? ଏହି ଫିଚରରେ ୟୁଜରଙ୍କ ଗୁଗୁଲ୍ ମେସେଜିଂ ଫିଚର୍ ସିଧାସଳଖ ସାଟେଲାଇଟ୍ କନେକ୍ଟିଭିଟି ସହ ଲିଙ୍କ୍ କରିବ। ଅର୍ଥାତ୍ ଏଥିପାଇଁ ମୋବାଇଲ୍ ଟାୱାରର କୌଣସି ଆବଶ୍ୟକତା ରହିବ ନାହିଁ। ୟୁଜର୍ସ ସିଧାସଳଖ ଗୁଗୁଲ୍ ସାଟେଲାଇଟ୍ ମେସେଜିଂ ଟୁଲ୍ ଖୋଲି ମେସେଜ୍ ପଠାଇବାକୁ ସକ୍ଷମ ହେବେ। ଏଥିରେ ଆପଣଙ୍କ ଫୋନ୍ ସିଧାସଳଖ ସାଟେଲାଇଟ୍ ଲିଙ୍କ୍ ହେବ। ଏଥିରେ ଦୁଇଟି ପ୍ରଣାଳୀରେ ମେସେଜିଂ କରାଯାଇପାରିବ। ଗତ ସପ୍ତାହର ରିପୋର୍ଟ ଅନୁଯାୟୀ, ଗୁଗୁଲ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅର୍ଥାତ୍ AI ଚାଟ୍ ଜେମିନିର ଇଣ୍ଟିଗ୍ରେସନ ସହିତ ମେସେଜିଂ ଆପର ଏକ ନୂଆ ବିଟା ଭର୍ସନ ଲଞ୍ଚ କରିବାକୁ ଯାଉଛି।ଗୁଗୁଲ୍ ସାଟେଲାଇଟ୍ ମେସେଜିଂ ଫିଚରର ପ୍ରବେଶ କଲେ ଏହା ହ୍ୱାଟସ୍ ଆପ୍ର ଲୋକପ୍ରି
ନୂଆଦିଲ୍ଲୀ: ମେସେଜିଂ କିମ୍ବା ଅନଲାଇନ୍ ଚାଟିଂ ଦୁନିଆରେ ହ୍ୱାଟସ୍ ଆପ୍ ହେଉଛି ସବୁଠାରୁ ପ୍ରଭାବଶାଳୀ ଆପ୍। ତେବେ ଇଣ୍ଟରନେଟ ନଥିଲେ ହ୍ୱାଟସ୍ ଆପ୍ ମାଧ୍ୟମରେ ଚାଟିଂ କରିବା ଅସମ୍ଭବ। ମନେକରନ୍ତୁ ଆପଣ ଏପରି ଏକ ଅଞ୍ଚଳରେ ଅଛନ୍ତି ଯେଉଁଠାରେ କୌଣସି ନେଟୱର୍କ କିମ୍ବା ୱାଇଫାଇ ନାହିଁ। ତେବେ ହ୍ୱାଟସ୍ ଆପ୍ ଥିଲେ ବି ମଧ୍ୟ ସେହି ସମୟରେ ମେସେଜିଂ କି ଚାଟିଂ କରିବାପାରିବେ ନାହିଁ। ଏହା ୟୁଜର୍ସଙ୍କୁ ସମସ୍ୟାରେ ପକାଇପାରେ। କିନ୍ତୁ ବର୍ତ୍ତମାନ ଗୁଗୁଲ ପକ୍ଷରୁ ମେସେଜିଂ ଆପ୍ ପାଇଁ ଏକ ନୂଆ ସାଟେଲାଇଟ୍ ମେସେଜିଂ ଫିଚର ଆସିବାକୁ ଯାଉଛି। ଆସନ୍ତୁ ଜାଣିବା ନୂଆ ଫିଚରରେ ରହିଛି କଣ?
ଏହି ଫିଚରରେ ୟୁଜରଙ୍କ ଗୁଗୁଲ୍ ମେସେଜିଂ ଫିଚର୍ ସିଧାସଳଖ ସାଟେଲାଇଟ୍ କନେକ୍ଟିଭିଟି ସହ ଲିଙ୍କ୍ କରିବ। ଅର୍ଥାତ୍ ଏଥିପାଇଁ ମୋବାଇଲ୍ ଟାୱାରର କୌଣସି ଆବଶ୍ୟକତା ରହିବ ନାହିଁ। ୟୁଜର୍ସ ସିଧାସଳଖ ଗୁଗୁଲ୍ ସାଟେଲାଇଟ୍ ମେସେଜିଂ ଟୁଲ୍ ଖୋଲି ମେସେଜ୍ ପଠାଇବାକୁ ସକ୍ଷମ ହେବେ। ଏଥିରେ ଆପଣଙ୍କ ଫୋନ୍ ସିଧାସଳଖ ସାଟେଲାଇଟ୍ ଲିଙ୍କ୍ ହେବ। ଏଥିରେ ଦୁଇଟି ପ୍ରଣାଳୀରେ ମେସେଜିଂ କରାଯାଇପାରିବ। ଗତ ସପ୍ତାହର ରିପୋର୍ଟ ଅନୁଯାୟୀ, ଗୁଗୁଲ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ଅର୍ଥାତ୍ AI ଚାଟ୍ ଜେମିନିର ଇଣ୍ଟିଗ୍ରେସନ ସହିତ ମେସେଜିଂ ଆପର ଏକ ନୂଆ ବିଟା ଭର୍ସନ ଲଞ୍ଚ କରିବାକୁ ଯାଉଛି।
ଗୁଗୁଲ୍ ସାଟେଲାଇଟ୍ ମେସେଜିଂ ଫିଚରର ପ୍ରବେଶ କଲେ ଏହା ହ୍ୱାଟସ୍ ଆପ୍ର ଲୋକପ୍ରିୟତାକୁ ଟପିପାରେ ବୋଲି ଆଶା କରାଯାଉଛି। ଗୁଗଲର ନୂଆ ମେସେଜିଂ ଫିଚର ଆଇଫୋନର ମେସେଜିଂ ଆପ୍ ଅପେକ୍ଷା ବହୁତ ଭଲ ବୋଲି କୁହାଯାଉଛି। କାରଣ ଏଥିରେ ଜରୁରୀକାଳୀନ ସେବା ସହିତ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତାଗୁଡ଼ିକର ରିପ୍ଲାଏ ଦେବାର ସୁବିଧା ରହିବ। ଏଥିରେ ୟୁଜର୍ସ ସେମାନଙ୍କର କଣ୍ଟାକ୍ଟ ତାଲିକାରେ ଥିବା ଯୋଗାଯୋଗ କରିପାରିବେ।
ଆଣ୍ଡ୍ରଏଡ୍ 15 ଲଞ୍ଚ୍ ହେବା ପୂର୍ବରୁ ଏହି ଫିଚର୍ ଉପଭୋକ୍ତାମାନଙ୍କ ପାଇଁ ଉପଲବ୍ଧ ହେବ କି ନାହିଁ ଏପର୍ଯ୍ୟନ୍ତ କୌଣସି ସୂଚନା ନାହିଁ। ଆଣ୍ଡ୍ରଏଡ୍ OS ଏକ “ଅଟୋ-କନେକ୍ଟେଡ୍ ଟୁ ସାଟେଲାଇଟ୍” ନୋଟିଫିକେସନ୍ ସହିତ ଷ୍ଟାଟସ୍ ବାର୍ରେ ଏକ ସାଟେଲାଇଟ୍ ଆଇକନ୍ ସହିତ ଆସିଥାଏ। ଗୁଗୁଲ ଏହାର ମେସେଜିଂ ସେବାକୁ ଉନ୍ନତ କରିବା ଦିଗରେ କାର୍ଯ୍ୟ କରୁଛି।