ସମ୍ବଲପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ ଙ୍କ ପ୍ରାର୍ଥୀ ପତ୍ର ଦାଖଲ
ସମ୍ବଲପୁର: କଂଗ୍ରେସର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶ୍ରୀଯୁକ୍ତ ନଗେନ୍ଦ୍ର କୁମାର ପ୍ରଧାନ ଏବଂ ରେଙ୍ଗାଲୀ ବିଧାନସଭା ବିଧାୟକ ପ୍ରାର୍ଥୀ ଇଂ.ଦିଲୀପ କୁମାର ଦୁରିଆ ଆଜି ବାଲିବନ୍ଧା ଛକ ଠାରୁ ଏକ ଭଵ୍ୟ ଶୋଭାଯାତ୍ରାରେ ବାହାରି ରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ତଥା ସମ୍ବଲପୁର ମହାନଗର ର ବିଭିନ୍ନ ୱାର୍ଡ ରୁ ହଜାର ହଜାର କଂଗ୍ରେସ କର୍ମୀ,ଦଳୀୟ ପଦାଧିକାରୀ,ଯୁବ ଓ ମହିଳା ଏକତ୍ରିତ ହୋଇ ଏହି ନାମାଙ୍କନ ଶୋଭାଯାତ୍ରା […] The post ସମ୍ବଲପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ ଙ୍କ ପ୍ରାର୍ଥୀ ପତ୍ର ଦାଖଲ appeared first on Odisha.News.

ସମ୍ବଲପୁର: କଂଗ୍ରେସର ସମ୍ବଲପୁର ଲୋକସଭା ପ୍ରାର୍ଥୀ ଶ୍ରୀଯୁକ୍ତ ନଗେନ୍ଦ୍ର କୁମାର ପ୍ରଧାନ ଏବଂ ରେଙ୍ଗାଲୀ ବିଧାନସଭା ବିଧାୟକ ପ୍ରାର୍ଥୀ ଇଂ.ଦିଲୀପ କୁମାର ଦୁରିଆ ଆଜି ବାଲିବନ୍ଧା ଛକ ଠାରୁ ଏକ ଭଵ୍ୟ ଶୋଭାଯାତ୍ରାରେ ବାହାରି ରେ ଜିଲ୍ଲାପାଳ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି I ରେଙ୍ଗାଲି ନିର୍ବାଚନ ମଣ୍ଡଳୀ ତଥା ସମ୍ବଲପୁର ମହାନଗର ର ବିଭିନ୍ନ ୱାର୍ଡ ରୁ ହଜାର ହଜାର କଂଗ୍ରେସ କର୍ମୀ,ଦଳୀୟ ପଦାଧିକାରୀ,ଯୁବ ଓ ମହିଳା ଏକତ୍ରିତ ହୋଇ ଏହି ନାମାଙ୍କନ ଶୋଭାଯାତ୍ରା ରେ ସାମିଲ ହୋଇଥିଲେ I ସ୍ଥାନୀୟ ର ବାଲିବନ୍ଧା ଠାରୁ ବାହାରିଥିବା ଏହି ବିଶାଳ ଶୋଭାଯାତ୍ରା କୁଞ୍ଜେଲପଡ଼ା, ଝାଡୁଆପଡ଼ା,ନନ୍ଦପଡ଼ା,ଦଳେଇପଡ଼ା, ମ୍ୟୁନିସିପାଲିଟି ଛକ ଦେଇ ସମ୍ବଲପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲା I ନଗେନ୍ଦ୍ର କୁମାର ପ୍ରଧାନ ଙ୍କ ନାମାଙ୍କନ ପତ୍ରରେ ପ୍ରସ୍ତାବକ ଭାବେ ବରିଷ୍ଠ କଂଗ୍ରେସ ନେତା ସୁରେଶ୍ୱର ମିଶ୍ର ଏବଂ ରାଧାକାନ୍ତ ବହିଦାର ରହିଛନ୍ତି । ନଗେନ୍ଦ୍ର ଙ୍କ ପ୍ରାର୍ଥୀ ପତ୍ର ଦାଖଲ ସମୟରେ କଂଗ୍ରେସର ସମ୍ବଲପୁର ବିଧାନସଭା ପ୍ରାର୍ଥୀ ଦୁର୍ଗା ପ୍ରସାଦ ପାଢ଼ୀ, ରେଢ଼ାଖୋଲ ବିଧାନସଭା କଂଗ୍ରେସ ପ୍ରାର୍ଥୀ ଆସଫ୍ ଅଲ୍ଲୀ ଖାଁ, ଛେଣ୍ଡିପଦା କଂଗ୍ରେସ ପ୍ରାର୍ଥୀ ନରୋତ୍ତମ ନାୟକ, ରେଙ୍ଗାଲି ପ୍ରାର୍ଥୀ ଇଂ. ଦିଲୀପ ଦୁରିଆ, ସମ୍ବଲପୁର ଜ଼ିଲ୍ଲା କଂଗ୍ରେସ କମିଟି ସଭାପତି ଜୟ ଶଙ୍କର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ I
The post ସମ୍ବଲପୁର କଂଗ୍ରେସ ସାଂସଦ ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ ଙ୍କ ପ୍ରାର୍ଥୀ ପତ୍ର ଦାଖଲ appeared first on Odisha.News.