ହସ୍ପଟାଲରେ ଶିଶୁକନ୍ୟା ଛାଡ଼ି ପଳାଇଲେ ମା-ବାପା

ଭୁବନେଶ୍ୱର,୨୭ା୧(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨୭ ଦିନର ଶିଶୁକନ୍ୟାକୁ ଛାଡି ମା’ବାପା କେଉଁଆଡ଼େ ପଳାଇଛନ୍ତି। ଉକ୍ତ ଦମ୍ପତି ନୟାଗଡ଼ ଦଶପଲ୍ଲା ଅଞ୍ଚଳର ପ୍ରଶାନ୍ତ ନାୟକ ଓ ସ୍ତ୍ରୀ ମମତା ନାୟକ ବୋଲି ସୂଚନା ମିଳିଛି। ସେମାନଙ୍କୁ ଯୋଗାଯୋଗ ସମ୍ଭବ ନ ହେବାରୁ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏଥିସହ ଚାଇଲ୍ଡ ଲାଇନ୍‌କୁ ଅବଗତ କରାଯାଇଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ […] The post ହସ୍ପଟାଲରେ ଶିଶୁକନ୍ୟା ଛାଡ଼ି ପଳାଇଲେ ମା-ବାପା appeared first on Dharitri Odia News.

ହସ୍ପଟାଲରେ ଶିଶୁକନ୍ୟା ଛାଡ଼ି ପଳାଇଲେ ମା-ବାପା

ଭୁବନେଶ୍ୱର,୨୭ା୧(ସୂର୍ଯ୍ୟକାନ୍ତ ବେହେରା): ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୨୭ ଦିନର ଶିଶୁକନ୍ୟାକୁ ଛାଡି ମା’ବାପା କେଉଁଆଡ଼େ ପଳାଇଛନ୍ତି। ଉକ୍ତ ଦମ୍ପତି ନୟାଗଡ଼ ଦଶପଲ୍ଲା ଅଞ୍ଚଳର ପ୍ରଶାନ୍ତ ନାୟକ ଓ ସ୍ତ୍ରୀ ମମତା ନାୟକ ବୋଲି ସୂଚନା ମିଳିଛି। ସେମାନଙ୍କୁ ଯୋଗାଯୋଗ ସମ୍ଭବ ନ ହେବାରୁ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ଏଥିସହ ଚାଇଲ୍ଡ ଲାଇନ୍‌କୁ ଅବଗତ କରାଯାଇଥିବା କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଶିଶୁକନ୍ୟାର ମା’ବାପାଙ୍କୁ ଖୋଜାଖୋଜି କରୁଛି। ଶିଶୁକନ୍ୟାଟି ଅପରିପକ୍ୱ ଥିବାରୁ ମା’ବାପା ହତାଶ ହୋଇ ଛାଡ଼ି ପଳାଇଥିବା କୁହାଯାଉଛି।
ଏ ସମ୍ପର୍କରେ କ୍ୟାପିଟାଲ ହସ୍ପିଟାଲର ଶିଶୁରୋଗ ବିଶେଷଜ୍ଞ ଡା. ଲିଙ୍ଗରାଜ ପ୍ରଧାନ କହିଛନ୍ତି, ଶିଶୁକନ୍ୟାଟି ନୟାଗଡ଼ରେ ଜନ୍ମ ହୋଇଛି। ଓଜନ ୮୬୦ ଗ୍ରାମ ଓ ସେ ଜଣେ ଅପରିପକ୍ୱ ଶିଶୁ। ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ଶିଶୁଟିକୁ ନୟାଗଡ଼ ହସ୍ପିଟାଲର ଏସ୍‌ଏନ୍‌ସିୟୁରେ ରଖାଯାଇ ୧୭ଦିନ ଧରି ଚିକିତ୍ସା କରାଯାଉଥିଲା। ଗତ ୧୮ ତାରିଖରେ ଶିଶୁକନ୍ୟାର ମା’ବାପା ସେଠାରୁ ପିଲାଟିକୁ ଧରି କ୍ୟାପିଟାଲ ହସ୍ପିଟାଲକୁ ଆଣିଥିଲେ। ଏଠାରେ ୬ଜଣ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା କରାଯାଇ ଲଗାତର ମା’ବାପାଙ୍କୁ ଶିଶୁର ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଖବର ଦିଆଯାଉଥିଲା। ହେଲେ ଶନିବାର ସକାଳୁ ହଠାତ ଶିଶୁ କନ୍ୟାର ମା’ବାପାଙ୍କୁ ପାଇଲୁ ନାହିଁ। ତେଣୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବା ପରେ ପୋଲିସକୁ ସୂଚନା ଦିଆଯାଇଛି। ବର୍ତ୍ତମାନ ଶିଶୁଟି ୨୭ ଦିନର ହୋଇଥିବା ବେଳେ ହସ୍ପିଟାଲର ଏସ୍‌ଏନ୍‌ସିୟୁରେ ରଖାଯାଇ ଚିକିତ୍ସା କରାଯାଉଥିବା ଡା. ପ୍ରଧାନ କହିଛନ୍ତି ।

The post ହସ୍ପଟାଲରେ ଶିଶୁକନ୍ୟା ଛାଡ଼ି ପଳାଇଲେ ମା-ବାପା appeared first on Dharitri Odia News.