ଯୋଗ ପରିବାର ପକ୍ଷରୁ ଗୁରୁ ପୂର୍ଣ୍ଣିମା ପାଳିତ

ସମ୍ବଲପୁର:ସମ୍ବଲପୁର ଯୋଗ ପରିବାର ପକ୍ଷରୁ ଗୁରୁବାର କମିଶନର କଲୋନୀ ପଡିଆରେ ଗୁରୁ ପୂର୍ଣ୍ଣିମା ପାଲିତ ହୋଇଯାଇଛି । ଯୋଗ ପରିବାର ର ବରିଷ୍ଠ ସଦସ୍ୟ ବିଚିତ୍ରାନନ୍ଦ ଆଚାର୍ଯ୍ୟ ଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୀର୍ଘ ବର୍ଷ ହେବ ନିଃଶୁକ୍ଳ ଯୋଗ ଶିକ୍ଷା ଦେଇ ଆସୁଥିବା ଯୋଗ ଗୁରୁ ଟିକେଲାଲ ଭୋଇଙ୍କୁ ସଦସ୍ୟ ମାନେ ସମ୍ବର୍ଧିତ କରିଥିଲେ। ଯୋଗଗୁରୁଙ୍କୁ ପୁସ୍ତକ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଯୋଗଗୁରୁ ଶ୍ରୀ ଭୋଇ କହିଥିଲେ, କୈାଣସି କ୍ଷେତ୍ରରେ ଗୁରୁ […] The post ଯୋଗ ପରିବାର ପକ୍ଷରୁ ଗୁରୁ ପୂର୍ଣ୍ଣିମା ପାଳିତ appeared first on Odisha.News.

ଯୋଗ ପରିବାର ପକ୍ଷରୁ ଗୁରୁ ପୂର୍ଣ୍ଣିମା ପାଳିତ

ସମ୍ବଲପୁର:ସମ୍ବଲପୁର ଯୋଗ ପରିବାର ପକ୍ଷରୁ ଗୁରୁବାର କମିଶନର କଲୋନୀ ପଡିଆରେ ଗୁରୁ ପୂର୍ଣ୍ଣିମା ପାଲିତ ହୋଇଯାଇଛି । ଯୋଗ ପରିବାର ର ବରିଷ୍ଠ ସଦସ୍ୟ ବିଚିତ୍ରାନନ୍ଦ ଆଚାର୍ଯ୍ୟ ଙ୍କ ପରିଚାଳନା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦୀର୍ଘ ବର୍ଷ ହେବ ନିଃଶୁକ୍ଳ ଯୋଗ ଶିକ୍ଷା ଦେଇ ଆସୁଥିବା ଯୋଗ ଗୁରୁ ଟିକେଲାଲ ଭୋଇଙ୍କୁ ସଦସ୍ୟ ମାନେ ସମ୍ବର୍ଧିତ କରିଥିଲେ। ଯୋଗଗୁରୁଙ୍କୁ ପୁସ୍ତକ ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ଯୋଗଗୁରୁ ଶ୍ରୀ ଭୋଇ କହିଥିଲେ, କୈାଣସି କ୍ଷେତ୍ରରେ ଗୁରୁ ର ଭୂମିକା ଯେମିତି ଗୁରୁତ୍ଵପୂର୍ଣ୍ଣ, ଶିଷ୍ୟମାନଙ୍କ ଭୂମିକା ମଧ୍ୟ ସେମିତି ମହତ୍ୱପୂର୍ଣ୍ଣ ଅଟେ। କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ହରିହର ମିଶ୍ର, ଶଶିକାନ୍ତ ଜେନା, ବିକାଶ ଭୋଇ ଗୁରୁ ପୂର୍ଣ୍ଣିମା ଅବସରରେ ନିଜର ବକ୍ତବ୍ୟ ରଖି କରିଥିଲେ ଗୁରୁ କୃପା ସାଧନା କୁ ସଫଲ କରିଥାଏ । ଶେଷରେ ବରିଷ୍ଠ ସଦସ୍ୟ ପ୍ରଦୀପ୍ତ କିଶୋର ସୁଶାରୀ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଆୟୋଜନରେ ଯୋଗ ପରିବାର ବିରଞ୍ଚି ନାୟକ, ସ୍ବରୂପ ପାତ୍ର, କ୍ଷିତୀଶ ବିଶ୍ୱାଳ, ଉଦିପ୍ତ ତ୍ରିପାଠୀ, ବୁଟାନ ସିଂହ,ଭବାନୀଶ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

The post ଯୋଗ ପରିବାର ପକ୍ଷରୁ ଗୁରୁ ପୂର୍ଣ୍ଣିମା ପାଳିତ appeared first on Odisha.News.