ସମ୍ବଲପୁର ଲୋକ ମହୋତ୍ସବ ସ୍ମରଣିକା ଉପସମିତି ବୈଠକ

ସମ୍ବଲପୁର: ଆସନ୍ତା ଜାନୁୟାରୀ ମାସ ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ହେବାକୁ ଥିବା ଲୋକ ମହୋତ୍ସବ ଅବସରରେ ପ୍ରତିବର୍ଷ ଭଳି ଏକ ସ୍ମରଣିକା ପ୍ରକାଶିତ ହେବ। ଆଜି କଳାପରିଷଦଠାରେ ସ୍ମରଣିକା ଉପସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ସ୍ମରଣିକାକୁ କିଭଳି ସୁନ୍ଦର ତଥା ଉପାଦେୟ ଏବଂ ସାଇତି ରଖିବା ଯୋଗ୍ୟ ହେବ ସେନେଇ ଆଲୋଚନା ହୋଇଥିଲା। କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ପ୍ରଭୃତି ଦିଗପ୍ରତି ଯତ୍ନଶୀଳ ହୋଇ ସ୍ମରଣୀକାକୁ ଶ୍ରୀବୃଦ୍ଧି କରାଯାଇ […] The post ସମ୍ବଲପୁର ଲୋକ ମହୋତ୍ସବ ସ୍ମରଣିକା ଉପସମିତି ବୈଠକ appeared first on Odisha.News.

ସମ୍ବଲପୁର ଲୋକ ମହୋତ୍ସବ ସ୍ମରଣିକା ଉପସମିତି ବୈଠକ

ସମ୍ବଲପୁର: ଆସନ୍ତା ଜାନୁୟାରୀ ମାସ ୪ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ୫ ଦିନ ଧରି ହେବାକୁ ଥିବା ଲୋକ ମହୋତ୍ସବ ଅବସରରେ ପ୍ରତିବର୍ଷ ଭଳି ଏକ ସ୍ମରଣିକା ପ୍ରକାଶିତ ହେବ। ଆଜି କଳାପରିଷଦଠାରେ ସ୍ମରଣିକା ଉପସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକରେ ସ୍ମରଣିକାକୁ କିଭଳି ସୁନ୍ଦର ତଥା ଉପାଦେୟ ଏବଂ ସାଇତି ରଖିବା ଯୋଗ୍ୟ ହେବ ସେନେଇ ଆଲୋଚନା ହୋଇଥିଲା। କଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ପ୍ରଭୃତି ଦିଗପ୍ରତି ଯତ୍ନଶୀଳ ହୋଇ ସ୍ମରଣୀକାକୁ ଶ୍ରୀବୃଦ୍ଧି କରାଯାଇ ପାରିବ ଏବଂ ଏଥିରେ ରାଜ୍ୟ, ଅନ୍ୟ ଜିଲା ତଥା ସମ୍ବଲପୁର ଜିଲାର କଳାସଂସ୍କୃତି କିପରି ପ୍ରକାଶିତ ହୋଇପାରିବ ସେନେଇ ଆଲୋଚନା ହୋଇଥିଲା। ଲୋକ ମହୋତ୍ସବ ସଂଯୋଜକ ପ୍ରଫୁଲ୍ଲ ହୋତା ଏବଂ ସହସଂଯୋଜକ ରଞ୍ଜନ ସାହୁ ସ୍ମରଣିକା ପ୍ରକାଶନର ବିଭିନ୍ନ ଦିଗ ବିଷୟରେ ବିଶଦଭାବେ ଆଲୋଚନା କରି ପରାମର୍ଶ ଦେଇଥିଲେ।
ସ୍ମରଣିକା ଉପସମିତି ଆବାହକ ଡାକ୍ତର ରାଜାରାମ ଷଡ଼ଙ୍ଗୀ ଓ ସହଆବାହକ ସୁକାନ୍ତ କୁମାର କର ଏହାର ଆକାର, ସଂଖ୍ୟା, ବିଷୟବସ୍ତୁ, ସମ୍ପାଦନାମଣ୍ଡଳୀ ଆଦି ସମ୍ପର୍କରେ ଯୋଜନା ଏବଂ ତଥ୍ୟ ଉପସ୍ଥାପନ କରିଥିଲେ। ବୈଠକରେ ଡକ୍ଟର ଶ୍ୟାମ ସୁନ୍ଦର ଧରଙ୍କ ସହିତ ଉପସମିତି ସଭ୍ୟ ବଳରାମ ହୋତା, ତାପସ ପରିଡ଼ା, ଯୋଗେଶ କୁମାର ନନ୍ଦ, ସୌରଭ ମହାପାତ୍ର, ସୁରଜ କୁମାର ଗୁରୁ, ସରୋଜ ସାହୁ, ପ୍ରମୋଦ ବହିଦାର ଏବଂ ନୋଡାଲ ଅଧିକାରୀ ଏଡିଇଓ ଜୟଶ୍ରୀ ଦୋରା, ଡଲି ସାହୁ ଓ ରୋହିଣୀ ମିର୍ଦ୍ଧା ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

The post ସମ୍ବଲପୁର ଲୋକ ମହୋତ୍ସବ ସ୍ମରଣିକା ଉପସମିତି ବୈଠକ appeared first on Odisha.News.