ସମ୍ବଲପୁରକୁ ନେଇ ପ୍ରସନ୍ନ ଅସନ୍ତୁଷ୍ଟ, ପ୍ରାର୍ଥୀ ଅଦଳବଦଳ କରିବ ବିଜେଡି
ଭୁବନେଶ୍ୱର, ୧୭।୪: ବିଜେଡି ନିକଟରେ ରେଢ଼ାଖୋଲ ଓ ସମ୍ବଲପୁର ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ବିଧାୟକ ତଥା ବିଜେଡି ସମ୍ବଲପୁର ଜିଲା ସଭାପତି ରୋହିତ ପୂଜାରୀ ପୁନର୍ବାର ରେଢ଼ାଖୋଲ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ସମ୍ବଲପୁର ବିଧାନସଭା ଆସନରେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିଛି। ହେଲେ ସମ୍ବଲପୁରରୁ ପ୍ରାର୍ଥୀ ହେବା ନେଇ ପ୍ରସନ୍ନ ଆଚାର୍ଯ୍ୟ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ତେଣୁ ସମ୍ବଲପୁର ଓ ରେଢ଼ାଖୋଲ ବିଜେଡି ପ୍ରାର୍ଥୀ […] The post ସମ୍ବଲପୁରକୁ ନେଇ ପ୍ରସନ୍ନ ଅସନ୍ତୁଷ୍ଟ, ପ୍ରାର୍ଥୀ ଅଦଳବଦଳ କରିବ ବିଜେଡି appeared first on Dharitri Odia News.
ଭୁବନେଶ୍ୱର, ୧୭।୪: ବିଜେଡି ନିକଟରେ ରେଢ଼ାଖୋଲ ଓ ସମ୍ବଲପୁର ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିଛି। ଏଥିରେ ବିଧାୟକ ତଥା ବିଜେଡି ସମ୍ବଲପୁର ଜିଲା ସଭାପତି ରୋହିତ ପୂଜାରୀ ପୁନର୍ବାର ରେଢ଼ାଖୋଲ ବିଧାନସଭା ଆସନରୁ ପ୍ରାର୍ଥୀ ହୋଇଛନ୍ତି। ସେହିପରି ସମ୍ବଲପୁର ବିଧାନସଭା ଆସନରେ ପୂର୍ବତନ ମନ୍ତ୍ରୀ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେଡି ପ୍ରାର୍ଥୀ କରିଛି। ହେଲେ ସମ୍ବଲପୁରରୁ ପ୍ରାର୍ଥୀ ହେବା ନେଇ ପ୍ରସନ୍ନ ଆଚାର୍ଯ୍ୟ ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଛି। ତେଣୁ ସମ୍ବଲପୁର ଓ ରେଢ଼ାଖୋଲ ବିଜେଡି ପ୍ରାର୍ଥୀ ଅଦଳବଦଳ ହେବା ସମ୍ଭାବନା ରହିଛି।
ସମ୍ବଲପୁର ବିଧାନସଭା ଆସନରେ ତିନି ପ୍ରମୁଖ ଆଶାୟୀଙ୍କ ମଧ୍ୟରେ ଥିଲେ ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ, ରେଢ଼ାଖୋଲ ବିଧାୟକ ରୋହିତ ପୂଜାରୀ ଓ ରାଜ୍ୟ ସାଧାରଣ ସମ୍ପାଦକ ସିଦ୍ଧାର୍ଥ ଦାସ। ଏହାମଧ୍ୟରେ ବିଧାୟକ ରୋହିତ ପୂଜାରୀଙ୍କୁ ତାଙ୍କ ନିଜ ନର୍ବାଚନମଣ୍ଡଳୀ ରେଢ଼ାଖୋଲରୁ ପ୍ରାର୍ଥୀ ଘୋଷଣା କରାଯାଇଛି।
ରାଜ୍ୟରେ ବିଜୟ ଲକ୍ଷ୍ୟ ରଖିଛି ବିଜେଡି। ତେଣୁ କୌଣସି ପ୍ରକାର ବ୍ୟତିକ୍ରମ ଘଟି ବିଜେଡି ଭୋଟ୍ ଯେପରି ପ୍ରଭାବିତ କରା ନ ଯାଏ, ସେଥିପ୍ରତି ବିଜେଡି ରାଜ୍ୟ ନେତୃବର୍ଗ ସବୁ ପ୍ରକାର ରଣନୀତି ଆପଣାଇଛି। ଏହି ଦୃଷ୍ଟିରୁ ସମ୍ବଲପୁରରେ ଲାଗିରହିଥିବା ଗୋଷ୍ଠୀ ବିବାଦର ଅନ୍ତ ଘଟାଇବା ପାଇଁ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଏଠାରୁ ପ୍ରାର୍ଥୀ କରିବାକୁ ଦଳ ନିଷ୍ପତ୍ତି ନେଇଥାଇପାରେ ବୋଲି ଚର୍ଚ୍ଚା ହେଉଛି। ପ୍ରସନ୍ନଙ୍କ ପାଇଁ ସମ୍ବଲପୁର ନୂଆ ହୋଇ ନ ଥିଲେ ମଧ୍ୟ ସେ ଏହା ପୂର୍ବରୁ କେବେହେଲେ ସମ୍ବଲପୁର ବିଧାନସଭା ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିନାହାନ୍ତି। ବିଜେଡି ଟିକେଟ୍ରେ ସେ ସମ୍ବଲପୁର ଲୋକ ସଭା ଆସନରୁ ୩ଥର ଜିତିଛନ୍ତି। ୧୯୯୮ରୁ ୨୦୦୪ ପର୍ଯ୍ୟନ୍ତ ଲଗାତର ତିନିଥର ଏମ୍ପି ନିର୍ବାଚିତ ହେବା ସହ ୨୦୦୯ରେ ରେଢ଼ାଖୋଲ ଆସନରୁ ନିର୍ବାଚିତ ହୋଇ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ।
ପ୍ରସନ୍ନ ରେଢ଼ାଖୋଲ ବିଧାନସଭା ଆସନ ପାଇଁ ଆଶାୟୀ ଥିଲେ। ହେଲେ ସମ୍ବଲପୁର ବିଧାନସଭା ଆସନରୁ ତାଙ୍କୁ ପ୍ରାର୍ଥୀ କରାଯିବା ପରେ ସେ ଅସନ୍ତୋଷ ବ୍ୟକ୍ତ କରିଥିବା ନେଇ ଚର୍ଚ୍ଚା ହେଉଛି।
The post ସମ୍ବଲପୁରକୁ ନେଇ ପ୍ରସନ୍ନ ଅସନ୍ତୁଷ୍ଟ, ପ୍ରାର୍ଥୀ ଅଦଳବଦଳ କରିବ ବିଜେଡି appeared first on Dharitri Odia News.