ସମ୍ବଲପୁରକୁ ବଡ଼ କରିବାରେ ସାମ୍ବାଦିକ ବନ୍ଧୁମାନଙ୍କ ଗୁରୁ ଦାୟିତ୍ୱ ରହିବ- ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର:ସମ୍ବଲପୁରକୁ ବଡ଼ କରିବାରେ ତଥା ବିକଶିତ ସମ୍ବଲପୁର ଗଠନ ଦିଗରେ ସାମ୍ବାଦିକମାନଙ୍କ ଗୁରୁ ଦାୟିତ୍ୱ ରହିବ ବୋଲି ସୋମବାର ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘର ସାମ୍ବାଦିକ ଭବନର ନୂତନ କାର୍ଯ୍ୟାଳୟ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ଅବସରରେ ଶ୍ରୀ ପ୍ରଧାନ ଜିଲ୍ଲା ସାମ୍ବାଦିକ ପ୍ରତିନିଧିଙ୍କ ସହ ସମ୍ବଲପୁର ଜିଲ୍ଲାର ବିକାଶ, ଜନସାଧାରଣଙ୍କ ପ୍ରତି ଥିବା ସାମ୍ବାଦିକଙ୍କ ମୂଳ ଦାୟିତ୍ୱ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସମ୍ବଲପୁରର ଭୂମିକା […] The post ସମ୍ବଲପୁରକୁ ବଡ଼ କରିବାରେ ସାମ୍ବାଦିକ ବନ୍ଧୁମାନଙ୍କ ଗୁରୁ ଦାୟିତ୍ୱ ରହିବ- ଧର୍ମେନ୍ଦ୍ର ପ୍ରଧାନ appeared first on Odisha.News.

ସମ୍ବଲପୁରକୁ ବଡ଼ କରିବାରେ ସାମ୍ବାଦିକ ବନ୍ଧୁମାନଙ୍କ ଗୁରୁ ଦାୟିତ୍ୱ ରହିବ- ଧର୍ମେନ୍ଦ୍ର ପ୍ରଧାନ

ସମ୍ବଲପୁର:ସମ୍ବଲପୁରକୁ ବଡ଼ କରିବାରେ ତଥା ବିକଶିତ ସମ୍ବଲପୁର ଗଠନ ଦିଗରେ ସାମ୍ବାଦିକମାନଙ୍କ ଗୁରୁ ଦାୟିତ୍ୱ ରହିବ ବୋଲି ସୋମବାର ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘର ସାମ୍ବାଦିକ ଭବନର ନୂତନ କାର୍ଯ୍ୟାଳୟ ଉଦଘାଟନ କରିବା ଅବସରରେ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଏହି ଅବସରରେ ଶ୍ରୀ ପ୍ରଧାନ ଜିଲ୍ଲା ସାମ୍ବାଦିକ ପ୍ରତିନିଧିଙ୍କ ସହ ସମ୍ବଲପୁର ଜିଲ୍ଲାର ବିକାଶ, ଜନସାଧାରଣଙ୍କ ପ୍ରତି ଥିବା ସାମ୍ବାଦିକଙ୍କ ମୂଳ ଦାୟିତ୍ୱ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ । ସମ୍ବଲପୁରର ଭୂମିକା ଉପରେ ଶ୍ରୀ ପ୍ରଧାନ ଆଲୋକପାତ କରିବା ସହ କହିଥିଲେ ସମ୍ବଲପୁରର ସ୍ଥାନ ଦେଶରେ ସ୍ୱତନ୍ତ୍ର । ହଜାର ହଜାର ବର୍ଷ ତଳର ସାଂସ୍କୃତିକ ଭାବଧାରାର ମୂକସାକ୍ଷୀ ସମ୍ବଲପୁର । ନାକଟିଦେଉଳ ପାଖରେ ଭୀମମଣ୍ଡଳୀ ପରି ଐତିହାସିକ ସ୍ଥାନ ଏହି ସହରର ଐତିହ୍ୟ ଓ ଗୁରୁତ୍ୱକୁ ପ୍ରତିପାଦିତ କରୁଛି ।
ସମ୍ବଲପୁରକୁ ସ୍ୱଚ୍ଛ ରଖିବା ପାଇଁ ଆଜି “ଜନ ଭାଗିଦାରୀ ଦ୍ୱାରା ସ୍ୱଚ୍ଛତା” ଅଭିଯାନ ଆରମ୍ଭ ହୋଇଛି । ଏହି ଅଭିଯାନରେ ସମସ୍ତେ ସାମିଲ ହେବା ଦରକାର । ଏଠାରେ ଶିକ୍ଷା, କୃଷି, କ୍ରୀଡ଼ା ଆଜି କ୍ଷେତ୍ରରେ ଅପାର ସମ୍ଭାବନା ରହିଛି । ସମ୍ବଲପୁରର ହୀରାକୁଦ ଡ୍ୟାମ୍ ସମେତ ଅନ୍ୟାନ୍ୟ ପର୍ଯ୍ୟଟନ ଭିତ୍ତିକ ସ୍ଥାନର ବିକାଶ ପାଇଁ ଡବଲ ଇଞ୍ଜିନ ସରକାର ନିରନ୍ତର ଉଦ୍ୟମ କରୁଛନ୍ତି । ସମ୍ବଲପୁର ବଡ଼ ହେଲେ ହିଁ ଆମ ରାଜ୍ୟ ଏବଂ ଦେଶ ବଡ଼ ହେବ । ବିକଶିତ ସମ୍ବଲପୁର ପାଇଁ ସାମ୍ବାଦିକମାନଙ୍କ ସହ ଆମେ ସମସ୍ତେ ସାମୂହିକ ଉଦ୍ୟମ କରିବା ବୋଲି ଶ୍ରୀ ପ୍ରଧାନ ମତ ପ୍ରକାଶ କରିଛନ୍ତି । ଜିଲ୍ଲା ସାମ୍ବାଦିକ ସଂଘ ସଭାପତି ସୁବାସ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତ ରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବିନାରାୟଣ ନାଏକ, ବରିଷ୍ଠ ସାମ୍ବାଦିକ ତଥା ଅଗ୍ନିଶିଖାର ସମ୍ପାଦକ ଅର୍ଜୁନ ରଞ୍ଜନ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।ସଂଘର ସମ୍ପାଦକ ଶଙ୍କର ବେହେରାଙ୍କ ସହିତ ଗଣମାଧ୍ୟ୍ୟମର ପ୍ରତିନିଧି ମାନେ ଏଥିରେ ସହଯୋଗର ହାତ ବଢ଼ାଇଥିଲେ।

The post ସମ୍ବଲପୁରକୁ ବଡ଼ କରିବାରେ ସାମ୍ବାଦିକ ବନ୍ଧୁମାନଙ୍କ ଗୁରୁ ଦାୟିତ୍ୱ ରହିବ- ଧର୍ମେନ୍ଦ୍ର ପ୍ରଧାନ appeared first on Odisha.News.