ସମ୍ବଲପୁରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ
ସମ୍ବଲପୁର : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧ ଦିବସ ସମ୍ବଲପୁରଠାରେ ଗୁରୁବାର ପାଳିତ ହୋଇଯାଇଛି। ଏହି ଅବସରରେ ‘ସମାଜ’ ସମ୍ବଲପୁର ସଂସ୍କରଣ ପକ୍ଷରୁ ମହାନଦୀ କୂଳରେ ସ୍ଥାନୀୟ ରିଂ ରୋଡ଼ସ୍ଥିତ ଅଯୋଧ୍ୟା ସରୋବର ଘାଟରେ ସକାଳ ସମୟରେ ପୁଣ୍ୟାତ୍ମାଙ୍କ ତିଳ ତର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ସାମ୍ବାଦିକ ବିରାଜ କୁମାର ମିଶ୍ର କର୍ତ୍ତା ଦାୟିତ୍ୱ ତୁଲାଇଥିବାବେଳେ ପଣ୍ଡିତ ଦଧିବାମନ ପଣ୍ଡା ପୂଜା କାର୍ଯ୍ୟକ୍ରମ ନିତିବିଧି ଅନୁଯାୟୀ ସମ୍ପନ୍ନ କରିଥିଲେ। […]

ସମ୍ବଲପୁର : ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୭ତମ ଶ୍ରାଦ୍ଧ ଦିବସ ସମ୍ବଲପୁରଠାରେ ଗୁରୁବାର ପାଳିତ ହୋଇଯାଇଛି। ଏହି ଅବସରରେ ‘ସମାଜ’ ସମ୍ବଲପୁର ସଂସ୍କରଣ ପକ୍ଷରୁ ମହାନଦୀ କୂଳରେ ସ୍ଥାନୀୟ ରିଂ ରୋଡ଼ସ୍ଥିତ ଅଯୋଧ୍ୟା ସରୋବର ଘାଟରେ ସକାଳ ସମୟରେ ପୁଣ୍ୟାତ୍ମାଙ୍କ ତିଳ ତର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଶତାଧିକ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତିରେ ସାମ୍ବାଦିକ ବିରାଜ କୁମାର ମିଶ୍ର କର୍ତ୍ତା ଦାୟିତ୍ୱ ତୁଲାଇଥିବାବେଳେ ପଣ୍ଡିତ ଦଧିବାମନ ପଣ୍ଡା ପୂଜା କାର୍ଯ୍ୟକ୍ରମ ନିତିବିଧି ଅନୁଯାୟୀ ସମ୍ପନ୍ନ କରିଥିଲେ।
ଏଥିସହ ସ୍ଥାନୀୟ ସେନ ପାର୍କସ୍ଥିତ ପୁଣ୍ୟାତ୍ମାଙ୍କ ପୂର୍ଣ୍ଣବୟବ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ମୁଖ୍ୟ ଅତିଥି ରୂପେ ଉତ୍ତରାଞ୍ଚଳ ପୁଲିସ ରେଞ୍ଜ ଆଇଜି ହିମାଂଶୁ ଲାଲ ଯୋଗଦେଇ ପୁଣ୍ୟାତ୍ମାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ତାଙ୍କର ତ୍ୟାଗ, ଜୀବନାଦର୍ଶ ଆଜି ମଧ୍ୟ ସମସ୍ତଙ୍କୁ ପ୍ରେରଣା ଦେଉଛି ବୋଲି କହିଥିଲେ। ଏଥିରେ ଦଳମତ ନିର୍ବିଶେଷରେ ବିଭିନ୍ନ ରାଜନୈତିକ ଦଳମାନଙ୍କ ସହିତ ଅନେକ ଅନୁଷ୍ଠାନର ପ୍ରତିନିଧି ଏବଂ ଛାତ୍ରଛାତ୍ରୀମାନେ ଯୋଗଦେଇ ପୁଣ୍ୟାତ୍ମାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ। ଏଥିରେ ‘ସମାଜ’ର ସମ୍ବଲପୁର ସଂସ୍କରଣର ଅଧିକାରୀ ଓ କର୍ମଚାରୀମାନେ ସହଯୋଗ କରିଥିଲେ।