ଗ୍ରାମୀଣ ଭାରତକୁ ସଶକ୍ତ କରିବ ସମ୍ପତ୍ତି କାର୍ଡ – ମୁଖ୍ୟମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସ୍ୱମୀତ୍ୱ ଯୋଜନା ଅଧିନରେ ହିତାଧିକାରୀଙ୍କୁ ସମ୍ପତ୍ତି କାର୍ଡର ଇ-ବିତରଣ କରିଛନ୍ତି। ଦେଶର ୫୦ ହଜାରରୁ ଅଧିକ ଗ୍ରାମର ମୋଟ ୬୫ ଲକ୍ଷରୁ ଊର୍ଦ୍ଧ୍ବ ପରିବାରକୁ ଏହି କାର୍ଡ ପ୍ରଦାନ କରାଯାଇଛି। ଏହି ଅବସରରେ ରାୟଗଡ଼ାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ହିତାଧିକାରୀଙ୍କୁ ସମ୍ପତ୍ତି କାର୍ଡ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି। ଏହି ଅବସରରେ ସେ କହିଛନ୍ତି, ପ୍ରମାଣପତ୍ର କାର୍ଡ ଦ୍ଵାରା ଜନବସତି ସମ୍ପତ୍ତିର ମାଲିକାନାରେ ସ୍ଵଚ୍ଛତା […]

ଗ୍ରାମୀଣ ଭାରତକୁ ସଶକ୍ତ କରିବ ସମ୍ପତ୍ତି କାର୍ଡ – ମୁଖ୍ୟମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ସ୍ୱମୀତ୍ୱ ଯୋଜନା ଅଧିନରେ ହିତାଧିକାରୀଙ୍କୁ ସମ୍ପତ୍ତି କାର୍ଡର ଇ-ବିତରଣ କରିଛନ୍ତି। ଦେଶର ୫୦ ହଜାରରୁ ଅଧିକ ଗ୍ରାମର ମୋଟ ୬୫ ଲକ୍ଷରୁ ଊର୍ଦ୍ଧ୍ବ ପରିବାରକୁ ଏହି କାର୍ଡ ପ୍ରଦାନ କରାଯାଇଛି। ଏହି ଅବସରରେ ରାୟଗଡ଼ାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ଯୋଗ ଦେଇ ହିତାଧିକାରୀଙ୍କୁ ସମ୍ପତ୍ତି କାର୍ଡ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି।

ଏହି ଅବସରରେ ସେ କହିଛନ୍ତି, ପ୍ରମାଣପତ୍ର କାର୍ଡ ଦ୍ଵାରା ଜନବସତି ସମ୍ପତ୍ତିର ମାଲିକାନାରେ ସ୍ଵଚ୍ଛତା ଆସିବ, ଜମିର ଆଇନଗତ ମାଲିକାନା ମଧ୍ୟ ସ୍ପଷ୍ଟ ହେବ। ସମ୍ପତ୍ତିର ମାଲିକ ସମ୍ପତ୍ତି ଅଧିକୃତ କାଗଜପତ୍ର ମଧ୍ୟ ସହଜରେ ପାଇପାରିବ ବୋଲି ସେ କହିଛନ୍ତି। ଗ୍ରାମୀଣ ଭାରତକୁ ପରିବର୍ତ୍ତନ ଏବଂ ଗ୍ରାମାଞ୍ଚଳରେ ସଶକ୍ତିକରଣକୁ ତ୍ୱରାନ୍ୱିତ କରିବା ଦିଗରେ ସମ୍ପତ୍ତି କାର୍ଡ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।