ନାବାଳିକାଙ୍କୁ କାଜୁ ଜଙ୍ଗଲରେ ଦୁଷ୍କର୍ମ ଅଭିଯୋଗ , ସମ୍ପୃକ୍ତ ଯୁବକକୁ ଗିରଫ କଲା ପୋଲିସ
ଜଳେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ଵରରେ ଲଜ୍ଜ୍ୟା । ମାନସିକ ବିକୃତ ନାବାଳିକାଙ୍କୁ କାଜୁ ଜଙ୍ଗଲରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଘରଠାରୁ ୨୦ କିମି ଦୂରରେ ମୁର୍ମୁଷ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ନାବାଳିକା ଜଣକ ଶୌଚଯିବାକୁ କହି ଘରୁ ବାହାରି ଆସିଥିବା ବେଳେ ଆଉ ଘରକୁ ଫେରିନଥିଲା । ଏନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ । ପରେ ଜଳେଶ୍ବର ଥାନା ଅନ୍ତର୍ଗତ […] The post ନାବାଳିକାଙ୍କୁ କାଜୁ ଜଙ୍ଗଲରେ ଦୁଷ୍କର୍ମ ଅଭିଯୋଗ , ସମ୍ପୃକ୍ତ ଯୁବକକୁ ଗିରଫ କଲା ପୋଲିସ appeared first on KNews Odisha.

ଜଳେଶ୍ବର : ବାଲେଶ୍ବର ଜିଲ୍ଲା ଜଳେଶ୍ଵରରେ ଲଜ୍ଜ୍ୟା । ମାନସିକ ବିକୃତ ନାବାଳିକାଙ୍କୁ କାଜୁ ଜଙ୍ଗଲରେ ଦୁଷ୍କର୍ମ ଅଭିଯୋଗ ହୋଇଛି । ଘରଠାରୁ ୨୦ କିମି ଦୂରରେ ମୁର୍ମୁଷ ଅବସ୍ଥାରେ ନାବାଳିକାଙ୍କୁ ଉଦ୍ଧାର କଲେ ସ୍ଥାନୀୟ ଲୋକେ । ନାବାଳିକା ଜଣକ ଶୌଚଯିବାକୁ କହି ଘରୁ ବାହାରି ଆସିଥିବା ବେଳେ ଆଉ ଘରକୁ ଫେରିନଥିଲା । ଏନେଇ ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କୁ ପାଇ ନଥିଲେ ।
ପରେ ଜଳେଶ୍ବର ଥାନା ଅନ୍ତର୍ଗତ ଗୋବରଘଟା ଛକରୁ ସ୍ଥାନୀୟ ଲୋକେ ନାବାଳିକାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ । ପରେ ଝିଅକୁ ସମ୍ପର୍କୀୟମାନେ ହାତୀଗଡ ହସ୍ପିଟାଲକୁ ନେଇଥିଲେ । ଡାକ୍ତରୀ ମାଇନାପରେ ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ । ଏନେଇ ସମ୍ପର୍କୀୟମାନେ ରାଇବଣିଆ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ରାଇବଣିଆ ଥାନା ପୋଲିସ ଏହି ଘଟଣାର ତଦନ୍ତ କରି ରାଇବଣିଆ ଅଞ୍ଚଳର ସଂଜୀବ କୁମାର ଘୋଷ ନାମକ ଯୁବକକୁ ଭଦୁଆ କାଜୁ ଜଙ୍ଗଲରୁ ଗିରଫ କରିଛି ।
Also read :ପୁଣି ଥରେ ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ଲମତାପୁଟର ଏକ ଆବାସିକ ବିଦ୍ୟାଳୟରେ ଅଘଟଣ
The post ନାବାଳିକାଙ୍କୁ କାଜୁ ଜଙ୍ଗଲରେ ଦୁଷ୍କର୍ମ ଅଭିଯୋଗ , ସମ୍ପୃକ୍ତ ଯୁବକକୁ ଗିରଫ କଲା ପୋଲିସ appeared first on KNews Odisha.