ସମ୍ବଲପୁରରେ ଏନକାଉଣ୍ଟର, ଅଭିଯୁକ୍ତ ଆହତ; ୧୨ ଗିରଫ, ପିସ୍ତଲ ଜବତ

ସମ୍ବଲପୁର: ସମ୍ବଲପୁର ପୋଲିସ ଦ୍ଵାରା ଏନକାଉଣ୍ଟର| ସଦର ଥାନା କେନଘାଟି ଅଞ୍ଚଳରେ ଶନିବାର ଏନକାଉଣ୍ଟର ହୋଇଛି| ଏଥିରେ ଜ୍ୟାକବ ରାଜ୍ ନାମକ ଜଣେ ଅଭିଯୁକ୍ତ ଆହତ ହୋଇ ବୁର୍ଲାରେ ଚିକିତ୍ସିତ ହେଉଛି | ଅଭିଯୁକ୍ତ ଓ ସହଯୋଗୀ ଡକାୟତି କରିଥିବାବେଳେ ପୋଲିସ ଧରିବାକୁ ଯାଇଥିବା ସମୟରେ ଏହି ଘଟଣା ଘଟିଛି। ପାଲଟା ଫାୟାରିଙ୍ଗ କରିବାକୁ ଚେଷ୍ଟା କରିବାରୁ ପୋଲିସ ଗୁଳିରେ ଜ୍ୟାକବ ଆହତ ହୋଇଛି | Also read- ରଣକ୍ଷେତ୍ର ପାଲଟିଲା କ୍ରୀଡ଼ା ମହୋତ୍ସବ, ଦୁଇ ଗୋଷ୍ଠୀ ମଧ୍ୟ​‌ରେ ଗଣ୍ଡଗୋଳରେ ୩ ଆହତ ଏହି ଘଟଣାରେ ସମୁଦାୟ ୧୨ ଜଣ ଗିରଫ ହୋଇଥିବା ସମ୍ବଲପୁର ଏସପି କହିଛନ୍ତି | ପୋଲିସ ଅଭିଯୁକ୍ତଙ୍କଠାରୁ ୨ଟି ପିସ୍ତଲ, ୨ଟି ଭୁଜାଲି, ୪ଟି ଛୁରୀ, ୩ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି | ସୂଚନା ଅନୁସାରେ ଅଭିଯୁକ୍ତମାନେ ଅଫତାବ୍ ଆଲମଙ୍କ ଘରେ ଡକାୟତି କରି ଫେରାର ମାରୁଥିଲେ | ତେବେ ପୋଲିସ ଧରିବାକୁ ଯାଇଥିବାବେଳେ ଅଭିଯୁକ୍ତମାନେ ଗୋଟିଏ ରାଉଣ୍ଡ ଗୁଳି କରିଥିଲେ | ତେବେ ପୋଲିସର ପାଲଟା ଗୁଳିରେ ଅଭିଯୁକ୍ତ ଜ୍ୟାକବ ରାଜ୍ ଆହତ ହୋଇ ବୁର୍ଲା ସ୍ଥାନାନ୍ତର ହୋଇଛି। ଜ୍ୟାକର ଗୋଡରେ ଗୁଳି ବାଜିଥିବା ବେଳେ ତାର ଚିକିତ୍ସା ଚାଲିଛି | ତାର ଘର କୋରାପୁଟର ଲକ୍ଷ୍ମୀପୁର ହୋଇଥିବାବେଳେ ତା ନାଁରେ ୧୦ରୁ ୧୨ଟି ମାମଲା ରହିଥିବା ଏସପି କହିଛନ୍ତି | The post ସମ୍ବଲପୁରରେ ଏନକାଉଣ୍ଟର, ଅଭିଯୁକ୍ତ ଆହତ; ୧୨ ଗିରଫ, ପିସ୍ତଲ ଜବତ appeared first

ସମ୍ବଲପୁରରେ ଏନକାଉଣ୍ଟର, ଅଭିଯୁକ୍ତ ଆହତ; ୧୨ ଗିରଫ, ପିସ୍ତଲ ଜବତ

ସମ୍ବଲପୁର: ସମ୍ବଲପୁର ପୋଲିସ ଦ୍ଵାରା ଏନକାଉଣ୍ଟର| ସଦର ଥାନା କେନଘାଟି ଅଞ୍ଚଳରେ ଶନିବାର ଏନକାଉଣ୍ଟର ହୋଇଛି| ଏଥିରେ ଜ୍ୟାକବ ରାଜ୍ ନାମକ ଜଣେ ଅଭିଯୁକ୍ତ ଆହତ ହୋଇ ବୁର୍ଲାରେ ଚିକିତ୍ସିତ ହେଉଛି | ଅଭିଯୁକ୍ତ ଓ ସହଯୋଗୀ ଡକାୟତି କରିଥିବାବେଳେ ପୋଲିସ ଧରିବାକୁ ଯାଇଥିବା ସମୟରେ ଏହି ଘଟଣା ଘଟିଛି। ପାଲଟା ଫାୟାରିଙ୍ଗ କରିବାକୁ ଚେଷ୍ଟା କରିବାରୁ ପୋଲିସ ଗୁଳିରେ ଜ୍ୟାକବ ଆହତ ହୋଇଛି |

Also read- ରଣକ୍ଷେତ୍ର ପାଲଟିଲା କ୍ରୀଡ଼ା ମହୋତ୍ସବ, ଦୁଇ ଗୋଷ୍ଠୀ ମଧ୍ୟ​‌ରେ ଗଣ୍ଡଗୋଳରେ ୩ ଆହତ

ଏହି ଘଟଣାରେ ସମୁଦାୟ ୧୨ ଜଣ ଗିରଫ ହୋଇଥିବା ସମ୍ବଲପୁର ଏସପି କହିଛନ୍ତି | ପୋଲିସ ଅଭିଯୁକ୍ତଙ୍କଠାରୁ ୨ଟି ପିସ୍ତଲ, ୨ଟି ଭୁଜାଲି, ୪ଟି ଛୁରୀ, ୩ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି | ସୂଚନା ଅନୁସାରେ ଅଭିଯୁକ୍ତମାନେ ଅଫତାବ୍ ଆଲମଙ୍କ ଘରେ ଡକାୟତି କରି ଫେରାର ମାରୁଥିଲେ | ତେବେ ପୋଲିସ ଧରିବାକୁ ଯାଇଥିବାବେଳେ ଅଭିଯୁକ୍ତମାନେ ଗୋଟିଏ ରାଉଣ୍ଡ ଗୁଳି କରିଥିଲେ | ତେବେ ପୋଲିସର ପାଲଟା ଗୁଳିରେ ଅଭିଯୁକ୍ତ ଜ୍ୟାକବ ରାଜ୍ ଆହତ ହୋଇ ବୁର୍ଲା ସ୍ଥାନାନ୍ତର ହୋଇଛି। ଜ୍ୟାକର ଗୋଡରେ ଗୁଳି ବାଜିଥିବା ବେଳେ ତାର ଚିକିତ୍ସା ଚାଲିଛି | ତାର ଘର କୋରାପୁଟର ଲକ୍ଷ୍ମୀପୁର ହୋଇଥିବାବେଳେ ତା ନାଁରେ ୧୦ରୁ ୧୨ଟି ମାମଲା ରହିଥିବା ଏସପି କହିଛନ୍ତି |

The post ସମ୍ବଲପୁରରେ ଏନକାଉଣ୍ଟର, ଅଭିଯୁକ୍ତ ଆହତ; ୧୨ ଗିରଫ, ପିସ୍ତଲ ଜବତ appeared first on Prameya News7.