ଏନକାଉଣ୍ଟରରେ ଟଳିପଡ଼ିଲେ ୭ ମାଓବାଦୀ

ରାୟପୁର,୧୨।୧୨: ଛତିଶଗଡର ଦାନ୍ତେୱାଡା ଜିଲା ସୀମାରେ ମାଓବାଦୀ ଏବଂ ପୋଲିସ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଜାରି ରହିଛି। ଏହି ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ୭ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି। କୁହାଯାଉଛି ଯେ, ମାଓବାଦୀ ବିରୋଧୀ ସର୍ଚ୍ଚ ଅପରେସନରେ ଏସ୍‌ଟିଏଫ୍‌-ସିଆର୍‌ପିଏଫ୍‌ର ମିଳିତ ଟିମ୍‌ ନାରାୟଣପୁର, ଦାନ୍ତେୱାଡା, ଜଗଦଲପୁର, କୋଣ୍ଡାଗାଓନ ଜିଲାର ଡିଆର୍‌ଜି ସହିତ ଦକ୍ଷିଣ ଆବୁଜମାଦ ଅଞ୍ଚଳକୁ ଯାଇଥିଲା। ଗୁରୁବାର ଭୋର ୩ଟାରୁ ମିଳିତ ସୁରକ୍ଷା ବାହିନୀ ଦଳ ଏବଂ […] The post ଏନକାଉଣ୍ଟରରେ ଟଳିପଡ଼ିଲେ ୭ ମାଓବାଦୀ appeared first on Dharitri Odia News.

ଏନକାଉଣ୍ଟରରେ ଟଳିପଡ଼ିଲେ ୭ ମାଓବାଦୀ

ରାୟପୁର,୧୨।୧୨: ଛତିଶଗଡର ଦାନ୍ତେୱାଡା ଜିଲା ସୀମାରେ ମାଓବାଦୀ ଏବଂ ପୋଲିସ ମଧ୍ୟରେ ଏନକାଉଣ୍ଟର ହୋଇଛି। ଏହି ଏନକାଉଣ୍ଟରରେ ଉଭୟ ପାର୍ଶ୍ୱରୁ ଗୁଳି ବିନିମୟ ଜାରି ରହିଛି। ଏହି ଏନକାଉଣ୍ଟରରେ ଏପର୍ଯ୍ୟନ୍ତ ୭ ଜଣ ମାଓବାଦୀ ପ୍ରାଣ ହରାଇଛନ୍ତି।

କୁହାଯାଉଛି ଯେ, ମାଓବାଦୀ ବିରୋଧୀ ସର୍ଚ୍ଚ ଅପରେସନରେ ଏସ୍‌ଟିଏଫ୍‌-ସିଆର୍‌ପିଏଫ୍‌ର ମିଳିତ ଟିମ୍‌ ନାରାୟଣପୁର, ଦାନ୍ତେୱାଡା, ଜଗଦଲପୁର, କୋଣ୍ଡାଗାଓନ ଜିଲାର ଡିଆର୍‌ଜି ସହିତ ଦକ୍ଷିଣ ଆବୁଜମାଦ ଅଞ୍ଚଳକୁ ଯାଇଥିଲା। ଗୁରୁବାର ଭୋର ୩ଟାରୁ ମିଳିତ ସୁରକ୍ଷା ବାହିନୀ ଦଳ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ଚାଲିଛି। ଏଥି ସହିତ ମାଓବାଦୀମାନଙ୍କ ଗୁଳି ବିନିମୟରେ ପୋଲିସ କର୍ମଚାରୀମାନେ ଉପଯୁକ୍ତ ଜବାବ ଦେଉଛନ୍ତି।

The post ଏନକାଉଣ୍ଟରରେ ଟଳିପଡ଼ିଲେ ୭ ମାଓବାଦୀ appeared first on Dharitri Odia News.