ସମ୍ବଲପୁରରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର
ସମ୍ବଲପୁର: ଆଜି ସମ୍ବଲପୁରର ମାଝିପାଲିରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାର୍ଷିକ ହଜାରେ ଯୁବବର୍ଗଙ୍କୁ ସ୍ବରୋଜଗାରର ବାଟ ଦେଖାଇବ ସ୍କିଲ୍ ଇଣ୍ଡିଆ ସେଣ୍ଟର । ସେହିଭଳି ସମ୍ବଲପୁ ଷ୍ଟେସନରୁ ଅଯୋଧ୍ୟା ଅଭିମୁଖେ ଗଡ଼ିଥିବା ଆସ୍ଥା ଟ୍ରେନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଟ୍ରେନରେ ଆଜି ସମ୍ବଲପୁରରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି ୧ହଜାର ୫୧୨ଜଣ ଯାତ୍ରୀ । ସେହିଭଳି ଭେଦିକ୍ ଆନ୍ତର୍ଜାତିକ ସ୍କୁଲରେ ରୋବୋଟିକ୍ ସେଟଣ୍ଟର ମଧ୍ୟ ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରେ ଉଦଘାଟନ ହେଲା ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟର । ମାଝିପାଲିରେ ଏହି ସ୍କିଲ୍ ଇଣ୍ଡିଆ ସେଣ୍ଟରକୁ ଆଜି ଉଦ୍ଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସେଣ୍ଟର ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ, ଚମଡ଼ା, ପର୍ଯ୍ୟଟନ, ହସ୍ପିଟାଲିଟି ଏବଂ ITESS ଭଳି ଅଧିକ ଚାହିଦା ଥିବା କ୍ଷେତ୍ରରେ ଯୁବଶକ୍ତିଙ୍କ ଜ୍ଞାନ ବଢ଼ାଇବ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବାର୍ଷିକ ହଜାରେ ଯୁବବର୍ଗଙ୍କୁ ସ୍ବରୋଜଗାରର ବାଟ ଦେଖାଇବ ସ୍କିଲ୍ ଇଣ୍ଡିଆ ସେଣ୍ଟର । Also read- ବିଜେଡି-ବିଜେପି ଭିତରେ ଆସନ ବୁଝାମଣା ! ସବୁ ଅଙ୍କ ଗୋ
ସମ୍ବଲପୁର: ଆଜି ସମ୍ବଲପୁରର ମାଝିପାଲିରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରକୁ ଉଦଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବାର୍ଷିକ ହଜାରେ ଯୁବବର୍ଗଙ୍କୁ ସ୍ବରୋଜଗାରର ବାଟ ଦେଖାଇବ ସ୍କିଲ୍ ଇଣ୍ଡିଆ ସେଣ୍ଟର । ସେହିଭଳି ସମ୍ବଲପୁ ଷ୍ଟେସନରୁ ଅଯୋଧ୍ୟା ଅଭିମୁଖେ ଗଡ଼ିଥିବା ଆସ୍ଥା ଟ୍ରେନର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଏହି ଟ୍ରେନରେ ଆଜି ସମ୍ବଲପୁରରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛନ୍ତି ୧ହଜାର ୫୧୨ଜଣ ଯାତ୍ରୀ । ସେହିଭଳି ଭେଦିକ୍ ଆନ୍ତର୍ଜାତିକ ସ୍କୁଲରେ ରୋବୋଟିକ୍ ସେଟଣ୍ଟର ମଧ୍ୟ ଲୋକାର୍ପଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ସମ୍ବଲପୁରରେ ଉଦଘାଟନ ହେଲା ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟର । ମାଝିପାଲିରେ ଏହି ସ୍କିଲ୍ ଇଣ୍ଡିଆ ସେଣ୍ଟରକୁ ଆଜି ଉଦ୍ଘାଟନ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ସେଣ୍ଟର ମିଡିଆ ଆଣ୍ଡ ଏଣ୍ଟରଟେନମେଣ୍ଟ, ଚମଡ଼ା, ପର୍ଯ୍ୟଟନ, ହସ୍ପିଟାଲିଟି ଏବଂ ITESS ଭଳି ଅଧିକ ଚାହିଦା ଥିବା କ୍ଷେତ୍ରରେ ଯୁବଶକ୍ତିଙ୍କ ଜ୍ଞାନ ବଢ଼ାଇବ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ବାର୍ଷିକ ହଜାରେ ଯୁବବର୍ଗଙ୍କୁ ସ୍ବରୋଜଗାରର ବାଟ ଦେଖାଇବ ସ୍କିଲ୍ ଇଣ୍ଡିଆ ସେଣ୍ଟର ।
Also read- ବିଜେଡି-ବିଜେପି ଭିତରେ ଆସନ ବୁଝାମଣା ! ସବୁ ଅଙ୍କ ଗୋଳମାଳ, ନେତାଙ୍କଠୁ ନେଇ କର୍ମୀ କନଫ୍ୟୁଜ୍
ଏହା ପୂର୍ବରୁ ଆଜି ସମ୍ବଲପୁର ଷ୍ଟେସନରୁ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଥିବା ଆସ୍ଥା ଟ୍ରେନର ଶୁଭାରମ୍ଭ କରିଥିଲେ କେନ୍ଦ୍ରମନ୍ତ୍ରୀ । ଏହି ଟ୍ରେନ ଯୋଗେ ପଶ୍ଚିମ ଓଡ଼ିଶାର ୧ହଜାର ୫୧୨ଜଣ ଯାତ୍ରୀ ମହାପ୍ରଭୁ ଶ୍ରୀରାମ ଲାଲାଙ୍କ ଦର୍ଶନ ଲାଗି ରାମ ଜନ୍ମଭୂମି ଅଯୋଧ୍ୟା ଯାତ୍ରା କରିଛନ୍ତି । ଏହି ଟ୍ରେନ୍ ପଶ୍ଚିମ ଓଡ଼ିଶା ସହ ପବିତ୍ର ଅଯୋଧ୍ୟାକୁ ଯୋଡ଼ିବ ବୋଲି କିହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଏହା ପରେ ସମ୍ବଲପୁର ଭେଦିକ୍ ଇଣ୍ଟରନ୍ୟାସନାଲ ସ୍କୁଲରେ ରୋବୋଟିକ୍ ସେଣ୍ଟରର ମଧ୍ୟ ଲୋକାର୍ପଣ କରିଥିଲେ କେନ୍ଦ୍ରମନ୍ତ୍ରୀ । ସେହିଭଳି ସମ୍ବଲପୁର ଶ୍ରୀଜବାହର ନବୋଦୟ ବିଦ୍ୟାଳୟରୁ ଭିଡିଓ କନ୍ଫରେନ୍ସିଂରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ଉଦ୍ଘାଟନ ଓ ଶିଳାନ୍ୟାସ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଡ଼ି ହୋଇଥିଲେ କେନ୍ଦ୍ରମନ୍ତ୍ରୀ । ଓଡ଼ିଶା ସମେତ ଦେଶରେ ଉଦଘାଟିତ ଓ ଶିଳାନ୍ୟାସ ୧୭,୦୦୦ କୋଟି ଟଙ୍କାର ଶିକ୍ଷା ଓ ଦକ୍ଷତା ଭିତ୍ତିଭୂମି ପ୍ରକଳ୍ପ ଦେଶର ବିକାଶ ଯାତ୍ରାରେ ନୂଆ ମାଇଲଖୁଣ୍ଟ ସାଜିବ କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ଜବାହର ନବୋଦୟ ବିଦ୍ୟାଳୟରେ ବହୁମୁଖୀ ସଭାଗୃହର ଶିଳାନ୍ୟାସ, ଫୁଟବଲ ଫର୍ ସ୍କୁଲ୍ କାର୍ଯ୍ୟକ୍ରମର ଶୁଭାରମ୍ଭ ବ୍ୟତୀତ ଦେଶବ୍ୟାପୀ ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରଣାଳୟର ବିଭିନ୍ନ ଲୋକାଭିମୁଖୀ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ ହୋଇଛି।

ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାରତ ସରକାରଙ୍କ ଡାକ ବିଭାଗ ପକ୍ଷରୁ ସନ୍ଥକବି ଭୀମ ଭୋଇ, ସ୍ବଭାବ କବି ଗଙ୍ଗାଧର ମେହେର ଏବଂ ପଶ୍ଚିମ ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ତଥା ଧନୁଯାତ୍ରା, ନୂଆଁଖାଇ ପର୍ବ, ସମ୍ବଲପୁରୀ ବନ୍ଧ, ଶୀତଳ ଷଷ୍ଠୀ ଯାତ୍ରା ଓ ସମ୍ବଲପୁରୀ ନୃତ୍ୟ ଉପରେ ଉପରେ ୬ଟି ଡାକ ଟିକେଟ ଉନ୍ମୋଚନ କରିଥିଲେ । ସେହିଭଳି ସମ୍ବଲପୁର ବିଶ୍ବବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ସମ୍ବଲପୁର, ଦେବଗଡ଼, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲାରେ ୪୨ଟି ପୋଷ୍ଟ ଅଫିସର ଉଦ୍ଘାଟନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ଏହା ପରେ କେନ୍ଦ୍ରମନ୍ତ୍ରୀ ସମ୍ବଲପୁର ପିଏମ ସ୍ବନିଧି ଯୋଜନା ସମ୍ପର୍କୀତ ରାଷ୍ଟ୍ରୀୟ ଉଦ୍ୟମିତା ବିକାଶ ପରିଯୋଜନାର ଶୁଭାରମ୍ଭ କରିଥିଲେ । ସେହିଭଳି ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବାରା ଲୋକାର୍ପିତ ଝାରସୁଗୁଡ଼ାର ନବନିର୍ମିତ ମୁଖ୍ୟ ଡାକଘର ଐତିହ୍ୟ ଭବନ ପରିଦର୍ଶନ କରିଥିଲେ କେନ୍ଦ୍ରମନ୍ତ୍ରୀ ।
The post ସମ୍ବଲପୁରରେ ଓଡ଼ିଶାର ପ୍ରଥମ ସ୍କିଲ୍ ଇଣ୍ଡିଆ ସେଣ୍ଟରର ଉଦଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର appeared first on Prameya News7.