ସମ୍ବଲପୁରୀ ଡେରା ରେ ଗୁରୁ ଭଗବାନ ସାହୁଙ୍କ କାଳଜୟୀ ନାଟକ ଟଣ୍ଢେଇ
ସମ୍ବଲପୁର: ସମ୍ବଲପୁର ଜେଲ ଛଳ ନିକଟସ୍ଥ ଗୁରୁଶ୍ରୀ ସତ୍ୟନାରାୟଣ ସମ୍ବଲପୁରୀ ଡେରା ଠାରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ପାଞ୍ଚ ଦିନିଆ ଜାତୀୟ ସମ୍ବଲପୁରୀ ସମ୍ମେଲନ୍ ଗୁରୁବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ସମ୍ବଲପୁରୀ ଡେରା ରେ ଗୁରୁ ଭଗବାନ ସାହୁଙ୍କ କାଳଜୟୀ ସାମାଜିକ ନାଟକ ଟଣ୍ଢେଇ ନାଟକ ପରିବେଷଣ କରାଯାଇଛି। ସତ୍ୟ ଘଟଣାବଳୀ ଉପରେ ଆଧାରିତ ଏହି ନାଟକରେ ସାମାଜିକ ଜୀବନରେ ଜଣେ ମହିଳାଙ୍କ ପ୍ରତି କରାଯାଇଥିବା ଅତ୍ୟାଚାର ଏବଂ ପ୍ରତିଶୋଧ ଉପରେ ଏହି […] The post ସମ୍ବଲପୁରୀ ଡେରା ରେ ଗୁରୁ ଭଗବାନ ସାହୁଙ୍କ କାଳଜୟୀ ନାଟକ ଟଣ୍ଢେଇ appeared first on Odisha.News.

ସମ୍ବଲପୁର: ସମ୍ବଲପୁର ଜେଲ ଛଳ ନିକଟସ୍ଥ ଗୁରୁଶ୍ରୀ ସତ୍ୟନାରାୟଣ ସମ୍ବଲପୁରୀ ଡେରା ଠାରେ ପଶ୍ଚିମାଞ୍ଚଲ ଏକତା ମଞ୍ଚ ପକ୍ଷରୁ ପାଞ୍ଚ ଦିନିଆ ଜାତୀୟ ସମ୍ବଲପୁରୀ ସମ୍ମେଲନ୍ ଗୁରୁବାର ସନ୍ଧ୍ୟାରେ ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ସମ୍ବଲପୁରୀ ଡେରା ରେ ଗୁରୁ ଭଗବାନ ସାହୁଙ୍କ କାଳଜୟୀ ସାମାଜିକ ନାଟକ ଟଣ୍ଢେଇ ନାଟକ ପରିବେଷଣ କରାଯାଇଛି। ସତ୍ୟ ଘଟଣାବଳୀ ଉପରେ ଆଧାରିତ ଏହି ନାଟକରେ ସାମାଜିକ ଜୀବନରେ ଜଣେ ମହିଳାଙ୍କ ପ୍ରତି କରାଯାଇଥିବା ଅତ୍ୟାଚାର ଏବଂ ପ୍ରତିଶୋଧ ଉପରେ ଏହି ନାଟକର କାହାଣୀ ପର୍ଯ୍ୟବେସିତ ରହିଥିଲା। ଟଣ୍ଢେଇ ନାଟକ ର ନାଟ୍ୟକାର ବାସୁଦେବ ନାୟକ ନିଜେ ଛଅ ବର୍ଷ ପରେ ପୁଣି ଥରେ କାଳରାତ୍ରୀ ବେଶ ରେ ଅଭିନୟ କରିଥିଲେ। ୨ ହଜାର ରୁ ଅଧିକ ରାତି ଏହି ନାଟକକୁ ଦର୍ଶକ ମାନଙ୍କ ଭଲପାଇବା ମିଲିପାରିଛି। କୁମ୍ଭାରୀର କଳାକାର ମାନେ ନିଖୁଣ ଅଭିନୟ କରି ରେକର୍ଡ ସୃଷ୍ଟି କରି ସାରିଛନ୍ତି। ଉଦଯାପନୀ ସନ୍ଧ୍ୟାରେ ଡ଼ ପ୍ରମୋଦ ରଥ ଅତିଥି ଭାବେ ଯୋଗଦେଇଥିଲେ। ପଶ୍ଚିମାଞ୍ଚଳ ଏକତା ମଞ୍ଚର ଆବାହକ ଭବାନୀଶ ଭୋଇ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଅବସରରେ ସମ୍ବଲପୁରୀ ମାସିକ ପତ୍ରିକା ସମ୍ବଲପୁରୀ ଦରପନ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ପତ୍ରିକାର ପ୍ରକାଶିକା ଡଲିମା ଭୋଇ, ଲକ୍ଷ୍ମୀ ନାରାୟଣ ପଣ୍ଡା, ଦେବୀପ୍ରସାଦ ଭୋଇ ଉପସ୍ଥିତ ରହିଥିଲେ। ଗୁରୁ ସତ୍ୟ ନାରାୟଣ ସମ୍ବଲପୁରୀ ଡେରାକୁ ସମ୍ବଲପୁରୀ ସଂସ୍କୃତି ର ସଂରକ୍ଷଣ ପାଇଁ ବିକଶିତ କରିବା ଦିଗରେ ଗୁରୁ ଭଗବାନ ସାହୁଙ୍କ ନାଟକ ଗୁଡିକ ସ୍ମରଣୀୟ ହୋଇ ରହିବ ବୋଲି ଗୁରୁ ଭଗବାନ ସାହୁଙ୍କ ସହଯୋଗୀ ଡ଼ ପ୍ରମୋଦ ରଥ କହିଥିଲେ। ଏହି ଅବସରରେ ସମ୍ବଲପୁରୀ ପୁସ୍ତକ ପ୍ରକାଶନ ଏବଂ ପ୍ରଚାର ପ୍ରସାର ସଂସ୍ଥା ସମ୍ବଲପୁରୀ ଗୁଛାର ଶୀବଶଙ୍କର ପୂଜାରୀ, ଶିଳ୍ପ ବିକାଶ ର ବିକାଶ ସାହୁ ଏବଂ ଅକ୍ଷର ଅନୁଷ୍ଠାନ ର କାଳିନ୍ଦୀ ପ୍ରତାପ ସିଂହ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ବରଗଡ଼ ରେ ସମ୍ବଲପୁରୀ ଦିନ ଆୟୋଜନ କରୁଥିବା ପଶ୍ଚିମାଞ୍ଚଳ ଏକତା ମଞ୍ଚ ବରଗଡ଼ ଶାଖା କୁ ମଧ୍ୟ ସମ୍ମାନିତ କରାଯାଇଥିଲା। ଏହାପୂର୍ବରୁ ଚତୁର୍ଥ ଜାତୀୟ ସମ୍ବଲପୁରୀ ସମ୍ମେଳନ ରେ ଦିନବେଳା ସମ୍ବଲପୁରୀ ସାହିତ୍ୟ ସଂସ୍କୃତି ଉପରେ ଆଲୋଚନା କରାଯାଇଥିଲା। ଗୁରୁ ଭଗବାନ ସାହୁଙ୍କ ଜୀବନ ସଂଘର୍ଷ ଉପରେ ସୁରେନ୍ଦ୍ର ବୀର ଭୁବନ ଭୋଇ ଆଲୋକ ପାତ କରିଥିଲେ। ସମ୍ବଲପୁରୀ ନାଟକ ଏବଂ ନାଟକ ରେ ସମ୍ବଲପୁରୀ ନୃତ୍ୟର ପ୍ରଚାର କ୍ଷେତ୍ରରେ ଗୁରୁ ଭଗବାନ ସାହୁଙ୍କ ଅବଦାନ ଅତୁଳନୀୟ ବୋଲି ଶ୍ରୀ ଭୋଇ କହିଥିଲେ। ସେହିପରି ଶବ୍ଦ ନୃତ୍ୟ ଉପରେ ବାସୁଦେବ ନାୟକ ଏବଂ ଗଦାଧର ବରିହା ବର୍ଣ୍ଣନା କରିଥିଲେ। ସେହିପରି ଖଗେଶ୍ବର ସାହିତ୍ୟ ଉପରେ ଦୟାନିଧି କୁମ୍ଭାର ଆଲୋଚନା କରିଥିଲେ। ଆଲୋଚନା ରେ ବକୁଲ ବାରିକ, ଡ଼ ସ୍ବୟଂ ପ୍ରକାଶ ପଣ୍ଡା, କିଶୋର ଧରେଇ, ରାଜେଶ ସ୍ବାଇଁ ସାମିଲ ହୋଇଥିଲେ। କାର୍ଯ୍ୟକ୍ରମ ଆୟୋଜନ ରେ ପଶ୍ଚିମାଞ୍ଚଳ ଏକତା ମଞ୍ଚ ର ସଦସ୍ୟ ସଦସ୍ୟା ମାନେ ସହଯୋଗ କରିଥିଲେ।
The post ସମ୍ବଲପୁରୀ ଡେରା ରେ ଗୁରୁ ଭଗବାନ ସାହୁଙ୍କ କାଳଜୟୀ ନାଟକ ଟଣ୍ଢେଇ appeared first on Odisha.News.