ସମ୍ଭଲରେ ନୂଆ ମନ୍ଦିରର ସନ୍ଧାନ । ବର୍ଷ ବର୍ଷ ଧରି ଥିଲା ଅବହେଳିତ ।
କନକ ବ୍ୟୁରୋ: ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ପୁଣି ସାମ୍ନାକୁ ଆସିଛି ଆଉ ୨ ମନ୍ଦିର । ପ୍ରଥମେ ଶିବ ଓ କାର୍ତ୍ତିକେୟଙ୍କ ମନ୍ଦିର ମିଳିବା ପରେ ଏବେ ରାଧାକୃଷ୍ଣ ଓ ହନୁମାନଙ୍କ ମନ୍ଦିର ଠାବ କରାଯାଇଛି । ଖବର ମିଳିବା ପରେ ତୁରନ୍ତ ମନ୍ଦିର ପାଖରେ ପହଁଚିଥିଲା ପୋଲିସ ପ୍ରଶାସନ । ଚାବି ଖୋଲାଯିବା ପରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ । ଦ୍ବାର ଖୋଲିବା ମାତ୍ରେ ସାମ୍ନାକୁ ଆସିଥିଲା ହନୁମାନଙ୍କ ପ୍ରତିମୂର୍ତ୍ତି । ନିକଟରେ ଥିଲା ରାଧାକୃଷ୍ଣଙ୍କ ପ୍ରତିମା । ମନ୍ଦିରରେ ଶ୍ରୀରାମ ଓ ହନୁମାନଙ୍କ ନାରା ଲଗାଇଥିଲେ ଶ୍ରଦ୍ଧାଳୁ। ସୁରକ୍ଷା ଦୃଷ୍ଟିରୁ ଏଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଗୋଟିଏ ପରେ ଗୋଟିଏ ବନ୍ଦ ପଡ଼ିଥିବା ମନ୍ଦିର ମିଳୁଥିବା ବେଳେ ପୂଜାପାଠ କରୁଛନ୍ତି ଶ୍ରଦ୍ଧାଳୁ । ସେପଟେ ଆଜି ଏଏସଆଇର ସମ୍ଭଲ ଗସ୍ତ ବାତିଲ କରାଯାଇଛି । ଖୁବଶୀଘ୍ର ମନ୍ଦିର ଓ କୂଅ ନିକଟକୁ ଯାଇ ସର୍ଭେ କରିବ ୪ ଜଣିଆ ଟିମ୍ । ମନ୍ଦିର ଓ କୂଅ କେତେ ପୁରାତନ ତାହା ଜାଣିବା ପାଇଁ କାର୍ବନ ଡେଟିଂ ମଧ୍ୟ କରାଯିବ ହାଇକୋର୍ଟ ଗଲେ ସାଂସଦମାମଲା ଖାରଜ ପାଇଁ ଆବେଦନ ଗିରଫ ଭୟରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସାଂସଦ । ସମ୍ଭଲ ହିଂସା ମାମଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଅପିଲ କରିଛନ୍ତି ସମାଜବାଦୀ ପାର୍ଟିର ସାଂସଦ ଜିଆଉର ରେହମାନ । ତାଙ୍କ ନାଁରେ ହୋଇଥିବା ମାମଲାକୁ ଖାରଜ ପାଇଁ ସେ ଆବେଦନ କରିଛନ୍ତି । ନଭେମ୍ବର ୨୪ରେ ସମ୍ଭଲର ସାହି ଜାମା

କନକ ବ୍ୟୁରୋ: ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାରେ ପୁଣି ସାମ୍ନାକୁ ଆସିଛି ଆଉ ୨ ମନ୍ଦିର । ପ୍ରଥମେ ଶିବ ଓ କାର୍ତ୍ତିକେୟଙ୍କ ମନ୍ଦିର ମିଳିବା ପରେ ଏବେ ରାଧାକୃଷ୍ଣ ଓ ହନୁମାନଙ୍କ ମନ୍ଦିର ଠାବ କରାଯାଇଛି । ଖବର ମିଳିବା ପରେ ତୁରନ୍ତ ମନ୍ଦିର ପାଖରେ ପହଁଚିଥିଲା ପୋଲିସ ପ୍ରଶାସନ । ଚାବି ଖୋଲାଯିବା ପରେ ଜମିଥିଲା ଶ୍ରଦ୍ଧାଳୁଙ୍କ ଭିଡ଼ । ଦ୍ବାର ଖୋଲିବା ମାତ୍ରେ ସାମ୍ନାକୁ ଆସିଥିଲା ହନୁମାନଙ୍କ ପ୍ରତିମୂର୍ତ୍ତି । ନିକଟରେ ଥିଲା ରାଧାକୃଷ୍ଣଙ୍କ ପ୍ରତିମା ।
ମନ୍ଦିରରେ ଶ୍ରୀରାମ ଓ ହନୁମାନଙ୍କ ନାରା ଲଗାଇଥିଲେ ଶ୍ରଦ୍ଧାଳୁ। ସୁରକ୍ଷା ଦୃଷ୍ଟିରୁ ଏଠାରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି । ଗୋଟିଏ ପରେ ଗୋଟିଏ ବନ୍ଦ ପଡ଼ିଥିବା ମନ୍ଦିର ମିଳୁଥିବା ବେଳେ ପୂଜାପାଠ କରୁଛନ୍ତି ଶ୍ରଦ୍ଧାଳୁ । ସେପଟେ ଆଜି ଏଏସଆଇର ସମ୍ଭଲ ଗସ୍ତ ବାତିଲ କରାଯାଇଛି । ଖୁବଶୀଘ୍ର ମନ୍ଦିର ଓ କୂଅ ନିକଟକୁ ଯାଇ ସର୍ଭେ କରିବ ୪ ଜଣିଆ ଟିମ୍ । ମନ୍ଦିର ଓ କୂଅ କେତେ ପୁରାତନ ତାହା ଜାଣିବା ପାଇଁ କାର୍ବନ ଡେଟିଂ ମଧ୍ୟ କରାଯିବ
ହାଇକୋର୍ଟ ଗଲେ ସାଂସଦ
ମାମଲା ଖାରଜ ପାଇଁ ଆବେଦନ
ଗିରଫ ଭୟରେ ହାଇକୋର୍ଟଙ୍କ ଦ୍ବାରସ୍ଥ ହେଲେ ସାଂସଦ । ସମ୍ଭଲ ହିଂସା ମାମଲାରେ ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ଅପିଲ କରିଛନ୍ତି ସମାଜବାଦୀ ପାର୍ଟିର ସାଂସଦ ଜିଆଉର ରେହମାନ । ତାଙ୍କ ନାଁରେ ହୋଇଥିବା ମାମଲାକୁ ଖାରଜ ପାଇଁ ସେ ଆବେଦନ କରିଛନ୍ତି । ନଭେମ୍ବର ୨୪ରେ ସମ୍ଭଲର ସାହି ଜାମା ମସଜିଦରେ ସର୍ବେକ୍ଷଣ ପାଇଁ ପହଞ୍ଚିଥିଲା ଏଏସଆଇ ଟିମ୍ । ସ୍ଥାନୀୟ ଲୋକେ ଏହାକୁ ବିରୋଧ କରିବା ପରେ ଆରମ୍ଭ ହୋଇଥିଲା ସଂଘର୍ଷ ।
ପୋଲିସ ସହ ସଂଘର୍ଷରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା । ଶତାଧିକ ଆହତ ହୋଇଥିଲେ । ଏନେଇ ସାଂସଦ ଜିଆଉର ରେହମାନଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ଏହାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ସରକାର ନ୍ୟାୟିକ ଯାଞ୍ଚ କମିଶନ ଗଠନ କରିଛନ୍ତି । ଏଡି ପ୍ରଶ୍ନ ଉଠୁଛି ଦୀର୍ଘ ବର୍ଷ ଧରି କାହିଁକି ବନ୍ଦ ଥିଲା ମନ୍ଦିର ? କିଏ ପକାଥିଲା ତାଲା ? କାହିଁକି ପୂଜାପାଠ ପାଇଁ ମିଳୁ ନଥିଲା ଅନୁମତି ?