ସମ୍ଭଲରେ ନ୍ୟାୟିକ କମିଶନ
ସମ୍ଭଲ,୨ା୧୨(ପି.ଟି.): ଉତ୍ତରପ୍ରଦେଶର ସମ୍ଭଲରେ ଶାହି ଜାମା ମସ୍ଜିଦର ସର୍ଭେ ବେଳେ ନଭେମ୍ବର ୨୪ରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ପାଇଁ ନ୍ୟାୟିକ କମିଶନ୍ର ସଦସ୍ୟମାନେ ରବିବାର ସେଠାରେ ପହଞ୍ଚତ୍ଛନ୍ତି। ୩ ଜଣିଆ କମିଶନରେ ଆଲ୍ଲାହାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଦେବେନ୍ଦ୍ର କୁମାର ଆରୋରା, ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଅରବିନ୍ଦ କୁମାର ଜୈନ ଏବଂ ପୂର୍ବତନ ଆଇଏଏସ୍ ଅଫିସର ଅମିତ୍ ମୋହନ ପ୍ରସାଦ ସଦସ୍ୟ ରହିଛନ୍ତି। ସେମାନଙ୍କ ସହ ମୋରାଦାବାଦ ଡିଭିଜନାଲ କମିଶନର, ଡିଆଇଜି, ସମ୍ଭଲ ଜିଲାପାଳ ଏବଂ ଏସ୍ପି ଉପସ୍ଥିତ […] The post ସମ୍ଭଲରେ ନ୍ୟାୟିକ କମିଶନ appeared first on Dharitri Odia News.
ସମ୍ଭଲ,୨ା୧୨(ପି.ଟି.): ଉତ୍ତରପ୍ରଦେଶର ସମ୍ଭଲରେ ଶାହି ଜାମା ମସ୍ଜିଦର ସର୍ଭେ ବେଳେ ନଭେମ୍ବର ୨୪ରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ପାଇଁ ନ୍ୟାୟିକ କମିଶନ୍ର ସଦସ୍ୟମାନେ ରବିବାର ସେଠାରେ ପହଞ୍ଚତ୍ଛନ୍ତି। ୩ ଜଣିଆ କମିଶନରେ ଆଲ୍ଲାହାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଦେବେନ୍ଦ୍ର କୁମାର ଆରୋରା, ଅବସରପ୍ରାପ୍ତ ଆଇପିଏସ୍ ଅଫିସର ଅରବିନ୍ଦ କୁମାର ଜୈନ ଏବଂ ପୂର୍ବତନ ଆଇଏଏସ୍ ଅଫିସର ଅମିତ୍ ମୋହନ ପ୍ରସାଦ ସଦସ୍ୟ ରହିଛନ୍ତି। ସେମାନଙ୍କ ସହ ମୋରାଦାବାଦ ଡିଭିଜନାଲ କମିଶନର, ଡିଆଇଜି, ସମ୍ଭଲ ଜିଲାପାଳ ଏବଂ ଏସ୍ପି ଉପସ୍ଥିତ ଥିଲେ। କମିଶନ ରବିବାର ହିଂସାକାଣ୍ଡ ଘଟିଥିବା ସ୍ଥାନ ପରିଦର୍ଶନ କରିଛନ୍ତି। ସେମାନେ ପୁଣିଥରେ ଆସିବେ ବୋଲି ଡିଭିଜନାଲ କମିଶନର ଗଣମାଧ୍ୟମକୁ କହିଛନ୍ତି। ଡିସେମ୍ବର ୧୦ ଯାଏ ସମ୍ଭଲରେ କଟକଣା ଜାରି ହୋଇଥିବାବେଳେ ତଥ୍ୟପ୍ରମାଣ ସଂଗ୍ରହ କରାଯିବା ସହ ବର୍ତ୍ତମାନ ସୁଦ୍ଧା ହିଂସାରେ ସମ୍ପୃକ୍ତ ୪୦୦ ଲୋକଙ୍କୁ ଚିହ୍ନଟ କରାଗଲାଣି।
ଗତ ୨୪ ତାରିଖରେ ମସ୍ଜିଦ ସର୍ଭେ ବେଳେ ହିଂସାତ୍ମକ ସଂଘର୍ଷ ଘଟି ୪ ଜଣଙ୍କ ମୃତ୍ୟୁ ହେବା ସହ ଅନେକେ ଆହତ ହୋଇଥିଲେ। ମସ୍ଜିଦ ବିବାଦ ନେଇ ଭାରତର ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ସମ୍ଭଲ କୋର୍ଟରେ ଜବାବ ଦାଖଲ କରାଯାଇଛି। ଉକ୍ତ ମସ୍ଜିଦ ଏକ ସୁରକ୍ଷିତ ଐତିହ୍ୟ ହୋଇଥିବାରୁ ଏହାର ନିୟନ୍ତ୍ରଣ ଏବଂ ପରିଚାଳନା ଦାୟିତ୍ୱ ହାତକୁ ନେବା ପାଇଁ ଏଏସ୍ଆଇ କହିଛି।
The post ସମ୍ଭଲରେ ନ୍ୟାୟିକ କମିଶନ appeared first on Dharitri Odia News.