ସମ୍ଭାବ୍ୟ ବାତ୍ୟା ପାଇଁ ସ୍ଥଗିତ ହେଲା ଏନଆରଟିଏସ ଏବଂ ପ୍ରାଥମିକ ବୃତ୍ତି ପରୀକ୍ଷା

ଭୁବନେଶ୍ବର: ସ୍ଥଗିତ ହେଲା NRTS ଓ ପ୍ରାଥମିକ ବୃତ୍ତି ପରୀକ୍ଷା । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସୋମବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଅକ୍ଟୋବର ୨୩ ତାରିଖରେ ଏନଆରଟିଏସ ପରୀକ୍ଷା ଏବଂ ଅକ୍ଟୋବର ୨୫ ତାରିଖରେ ପ୍ରାଥମିକ ବୃତ୍ତି ପରୀକ୍ଷା କରାଯିବାକୁ ନର୍ଦ୍ଧାରିତ ହୋଇଥିଲା। ତେବେ କେବେ ପରୀକ୍ଷା ହେବ ? ସେନେଇ ପରବର୍ତ୍ତୀ ସମୟରେ ବୋର୍ଡ ପକ୍ଷରୁ ସୂଚନା ଦିଆଯିବା ନେଇ ସୂଚନା ଦିଆଯାଇଛି। ଏହା ପୂର୍ବରୁ ସମ୍ଭାବ୍ୟ ବାତ୍ୟା ପାଇଁ ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ ସିଂ ସ୍କୁଲ ଓ ଗଣଶିକ୍ଷା କମିଶନରଙ୍କୁ ଚିଠି ଲେଖିଛନ୍ତି।  ଏହି ୧୪ଟି ଜିଲ୍ଲା ହେଉଛି- ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ।ଉଲ୍ଲେଖଯୋଗ୍ୟ, ସମ୍ଭାବ୍ୟ ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଉପରୋକ୍ତ ୧୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ପରେ ଏହା ୨୪ ରା

ସମ୍ଭାବ୍ୟ ବାତ୍ୟା ପାଇଁ ସ୍ଥଗିତ ହେଲା ଏନଆରଟିଏସ ଏବଂ ପ୍ରାଥମିକ ବୃତ୍ତି ପରୀକ୍ଷା

ଭୁବନେଶ୍ବର: ସ୍ଥଗିତ ହେଲା NRTS ଓ ପ୍ରାଥମିକ ବୃତ୍ତି ପରୀକ୍ଷା । ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ସୋମବାର ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୂର୍ବରୁ ଅକ୍ଟୋବର ୨୩ ତାରିଖରେ ଏନଆରଟିଏସ ପରୀକ୍ଷା ଏବଂ ଅକ୍ଟୋବର ୨୫ ତାରିଖରେ ପ୍ରାଥମିକ ବୃତ୍ତି ପରୀକ୍ଷା କରାଯିବାକୁ ନର୍ଦ୍ଧାରିତ ହୋଇଥିଲା। ତେବେ କେବେ ପରୀକ୍ଷା ହେବ ? ସେନେଇ ପରବର୍ତ୍ତୀ ସମୟରେ ବୋର୍ଡ ପକ୍ଷରୁ ସୂଚନା ଦିଆଯିବା ନେଇ ସୂଚନା ଦିଆଯାଇଛି। 

ଏହା ପୂର୍ବରୁ ସମ୍ଭାବ୍ୟ ବାତ୍ୟା ପାଇଁ ଅକ୍ଟୋବର ୨୩ରୁ ୨୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏନେଇ ସ୍ୱତନ୍ତ୍ର ରିଲିଫ କମିଶନର ଦେଓ ରଞ୍ଜନ ସିଂ ସ୍କୁଲ ଓ ଗଣଶିକ୍ଷା କମିଶନରଙ୍କୁ ଚିଠି ଲେଖିଛନ୍ତି।  ଏହି ୧୪ଟି ଜିଲ୍ଲା ହେଉଛି- ଗଞ୍ଜାମ, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, ଯାଜପୁର, ଅନୁଗୋଳ, ଖୋର୍ଦ୍ଧା, ନୟାଗଡ଼ ଓ କଟକ।

ଉଲ୍ଲେଖଯୋଗ୍ୟ, ସମ୍ଭାବ୍ୟ ବାତ୍ୟା ‘ଦାନା’ ୨୪ ତାରିଖ ରାତିରୁ ୨୫ ତାରିଖ ସକାଳ ମଧ୍ୟରେ ଓଡ଼ିଶାର ପୁରୀ ଓ ପଶ୍ଚିମବଙ୍ଗର ସାଗର ଦୀପପୁଞ୍ଜ ମଧ୍ୟରେ ଉପକୂଳକୁ ଅତିକ୍ରମ କରିବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଏହାର ପ୍ରଭାବରେ ଉପରୋକ୍ତ ୧୪ଟି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। 

ପରେ ଏହା ୨୪ ରାତି କିମ୍ବା ୨୫ ଭୋର ସମୟରେ ପୁରୀରୁ ସାଗରଦ୍ୱୀପ ମଧ୍ୟରେ ଭୀଷଣ ଝଡ଼ ବା ସିଭିୟର ସାଇକ୍ଲୋନିକ ଷ୍ଟର୍ମ ଭାବେ ସ୍ଥଳଭାଗ ଛୁଇଁବ। ସ୍ଥଳଭାଗ ଛୁଇଁବା ବେଳେ ପବନର ବେଗ ଘଣ୍ଟା ପ୍ରତି ୧୦୦ରୁ ୧୧୦ କିମି ଓ ଝଟକା ୧୨୦ କିମି ରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ।