ସମ୍ମମରେ ବିଶ୍ୱ ହୃତ୍ପିଣ୍ଡ ଦିବସ ପାଳିତ, ତମାଖୁ ସେବନର କୁପରିଣାମ ବିଷୟରେ କହିଲେ ଡାକ୍ତର
ଭୁବନେଶ୍ୱର: ବିଶ୍ୱ ହୃତପିଣ୍ଡ ଦିବସ ଉପଲକ୍ଷେ ଗତ ଶୁକ୍ରବାର ସମ୍ ଅଲ୍ଟିମେଟ ମେଡିକେୟାରରେ ରୋଗୀ ଏବଂ କର୍ମଚାରୀମାନଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସେପ୍ଟେମ୍ବର ୨୯ ତାରିଖକୁ ବିଶ୍ୱ ହୃତପିଣ୍ଡ ଦିବସ ରୂପେ ପାଳନ କରାଯାଏ । କାର୍ଯ୍ୟକ୍ରମରେ ସମ୍ମମ୍ର ଚିଫ୍ ଅଫ୍ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ମେଡିକାଲ୍ ସୁପରିଟେଣ୍ଡେଣ୍ଟ ଡାକ୍ତର ପି.କେ. ପଣ୍ଡା ଓ କାର୍ଡିଆକ୍ ସାଇନ୍ସେସ୍ ବିଭାଗର ସିନିୟର କନ୍ସଲ୍ଟାଣ୍ଟ ଡାକ୍ତର ଶରତ କୁମାର ସାହୁ, ଡାକ୍ତର ବନବିହାରୀ ମିଶ୍ର, ଡାକ୍ତର ବିଭୁତେନ୍ଦ୍ର ମହାନ୍ତି ଓ କନ୍ସଲ୍ଟାଂଟ ଡାକ୍ତର ସୁନୀଲ ମିଶ୍ର ବକ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମରେ ବ୍ରିଗେଡିୟର ମିଶ୍ର କାର୍ଡିଆକ ସାଇନ୍ସେସ୍ ବିଭାଗର କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ ଡାକ୍ତର ସାହୁ ଖାଦ୍ୟ ଗ୍ରହଣ, ବ୍ୟାୟାମ, ଉଚିତ୍ ସମୟରେ ନିଦ୍ରା, ନିଜର ଅନ୍ତର୍ନିହିତ ରୋଗକୁ ନିୟନ୍ତ୍ରଣରେ ରଖିବା ସହ ନିୟମିତ ଡାକ୍ତରୀ ପରୀକ୍ଷା ମାଧ୍ୟମରେ କିଭଳି ହୃତ୍ପିଣ୍ଡର ଯତ୍ନ ନେଇ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ । ସେହିପରି ଡାକ୍ତର ବନବିହାରୀ ମିଶ୍ର ଜରୁରୀକାଳୀନ ହୃତ୍ ସମସ୍ୟାର ଉପଚାର ସମ୍ପର୍କରେ ତଥ୍ୟ ରଖିବା ସହ ତମାଖୁ ସେବନର ପ୍ରଭାବ ଯୋଗୁଁ କିଭଳି ହୃଦ ସମସ୍ୟା ସୃଷ୍ଟି ହେଉଛି ସେ ବିଷୟରେ ଡାକ୍ତର ମହାନ୍ତି ମତ ରଖିଥିଲେ ।Al
ଭୁବନେଶ୍ୱର: ବିଶ୍ୱ ହୃତପିଣ୍ଡ ଦିବସ ଉପଲକ୍ଷେ ଗତ ଶୁକ୍ରବାର ସମ୍ ଅଲ୍ଟିମେଟ ମେଡିକେୟାରରେ ରୋଗୀ ଏବଂ କର୍ମଚାରୀମାନଙ୍କ ନିମନ୍ତେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସେପ୍ଟେମ୍ବର ୨୯ ତାରିଖକୁ ବିଶ୍ୱ ହୃତପିଣ୍ଡ ଦିବସ ରୂପେ ପାଳନ କରାଯାଏ ।
କାର୍ଯ୍ୟକ୍ରମରେ ସମ୍ମମ୍ର ଚିଫ୍ ଅଫ୍ ମେଡିକାଲ ସର୍ଭିସେସ୍ ବ୍ରିଗେଡିୟର (ଡାକ୍ତର) ବିରାଜ ମୋହନ ମିଶ୍ର ଅଧ୍ୟକ୍ଷତା କରିଥିବା ବେଳେ ମେଡିକାଲ୍ ସୁପରିଟେଣ୍ଡେଣ୍ଟ ଡାକ୍ତର ପି.କେ. ପଣ୍ଡା ଓ କାର୍ଡିଆକ୍ ସାଇନ୍ସେସ୍ ବିଭାଗର ସିନିୟର କନ୍ସଲ୍ଟାଣ୍ଟ ଡାକ୍ତର ଶରତ କୁମାର ସାହୁ, ଡାକ୍ତର ବନବିହାରୀ ମିଶ୍ର, ଡାକ୍ତର ବିଭୁତେନ୍ଦ୍ର ମହାନ୍ତି ଓ କନ୍ସଲ୍ଟାଂଟ ଡାକ୍ତର ସୁନୀଲ ମିଶ୍ର ବକ୍ତବ୍ୟ ରଖିଥିଲେ ।
କାର୍ଯ୍ୟକ୍ରମରେ ବ୍ରିଗେଡିୟର ମିଶ୍ର କାର୍ଡିଆକ ସାଇନ୍ସେସ୍ ବିଭାଗର କାର୍ଯ୍ୟକୁ ପ୍ରଶଂସା କରିଥିବା ବେଳେ ଡାକ୍ତର ସାହୁ ଖାଦ୍ୟ ଗ୍ରହଣ, ବ୍ୟାୟାମ, ଉଚିତ୍ ସମୟରେ ନିଦ୍ରା, ନିଜର ଅନ୍ତର୍ନିହିତ ରୋଗକୁ ନିୟନ୍ତ୍ରଣରେ ରଖିବା ସହ ନିୟମିତ ଡାକ୍ତରୀ ପରୀକ୍ଷା ମାଧ୍ୟମରେ କିଭଳି ହୃତ୍ପିଣ୍ଡର ଯତ୍ନ ନେଇ ହେବ ସେ ସମ୍ପର୍କରେ ଆଲୋଚନା କରିଥିଲେ ।
ସେହିପରି ଡାକ୍ତର ବନବିହାରୀ ମିଶ୍ର ଜରୁରୀକାଳୀନ ହୃତ୍ ସମସ୍ୟାର ଉପଚାର ସମ୍ପର୍କରେ ତଥ୍ୟ ରଖିବା ସହ ତମାଖୁ ସେବନର ପ୍ରଭାବ ଯୋଗୁଁ କିଭଳି ହୃଦ ସମସ୍ୟା ସୃଷ୍ଟି ହେଉଛି ସେ ବିଷୟରେ ଡାକ୍ତର ମହାନ୍ତି ମତ ରଖିଥିଲେ ।
Also read: ଇଭିଏମ୍ ଟାମ୍ପରିଂ ଅଭିଯୋଗ ମାମଲା : ବିଜେଡି ବିଧାୟକ ସାରଦା ନାୟକଙ୍କୁ ହାଇକୋର୍ଟଙ୍କ ନୋଟିସ୍