ସମ୍ମାନ ବଞ୍ଚାଇବାକୁ ନିର୍ମମ ହତ୍ୟା! ମା’ ସହ ୪ ଭଉଣୀଙ୍କୁ ମାରିଦେଲା ପୁଅ
କନକ ବ୍ୟୁରୋ: ନିଜ ମାଆ ଓ ୪ ଭଉଣୀଙ୍କୁ ଏକ ହୋଟେଲରେ ହତ୍ୟା କରିଛି ୨୪ ବର୍ଷିୟ ପୁଅ। ଜଣ ଜଣ କରି ସେମାନଙ୍କ ମୁହଁରେ ଓଢଣୀ ପୁରାଇ ପାଟି ବନ୍ଦ କରିବା ପରେ ହାତ କାଟି ଅତି ନିର୍ମମ ଭାବେ ହତ୍ୟା କରିଛି ପୁଅ । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ହୋଟେଲରେ ହତ୍ୟାକାଣ୍ଡ ହୋଇଛି । ବଡ଼ କଥା ହେଉଛି ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟାଇବା ପରେ ନିଜେ ଭିଡିଓ ଜାରି କରି ଯାହା କହିଛି ତାହା ଆହୁରୀ କଷ୍ଟଦାୟକ । ମା’ ଓ ଭଉଣୀଙ୍କ ସମ୍ମାନ ବଞ୍ଚାଇବା ପାଇଁ ମାରିଦେଇଥିବା କହିଛି ଅଭିଯୁକ୍ତ ପୁଅ ଅର୍ଶଦ। ଭିଡିଓରେ ଅର୍ଶଦ ନିଜ ମାଆ ଓ ଭଉଣୀ ଆଲିଆ(୯), ଆଲସିଆ(୧୯), ଆକ୍ସା(୧୪), ରେହେମିନ(୧୮) ମୃତଦେହ ମଧ୍ୟ ଦେଖାଇଛି । ଉତ୍ତରପ୍ରଦେଶ ଆଗ୍ରାରେ ଅର୍ସଦର ନିଜ ଘର। କିନ୍ତୁ ନୂଆ ବର୍ଷ ପାଳନ କରିବାକୁ ସେମାନେ ଲକ୍ଷ୍ମୌ ଯାଇଥିଲେ। ସେଠାରେ ହୋଟେଲ ରହିବା ପରେ ରାତିରେ ହତ୍ୟା କରିଥିଲା ଅର୍ସଦ। ଭିଡିଓରେ ଅର୍ଶଦ କହିଛି, ଏହି ହତ୍ୟା ପାଇଁ ତାଙ୍କର କିଛି ପଡ଼ୋଶୀ ଓ ସ୍ଥାନୀୟ ଲୋକ ଦାୟୀ। ସେମାନେ ତାଙ୍କର ସବୁ ଜାଗା ନେଇଯାଇଛନ୍ତି । ଆଉ ଏବେ ତାଙ୍କ ଘର ବି ନେବାକୁ ଚାହୁଁଛନ୍ତି । ସେଥିପାଇଁ ସେମାନେ ଥଣ୍ଡାରେ ଘର ଛାଡ଼ି ୧୫ ଦିନ ହେଲା ଥଣ୍ଡାରେ ଫୁଟପାଥରେ ରହୁଛନ୍ତି। ସେମାନେ ତାଙ୍କୁ ଓ ବାପାଙ୍କୁ ମିଛ କେସରେ ଫସାଇ ତାଙ୍କ ଭଉଣୀମାନଙ୍କୁ ହାଇଦ୍ରାବାଦରେ ବିକ୍ରି କରିଦେଇଥାଆନ୍ତେ । ସେଥିପାଇଁ ସେମାନଙ୍କୁ ମାରି ସେମାନଙ୍କ ସମ୍ମା
କନକ ବ୍ୟୁରୋ: ନିଜ ମାଆ ଓ ୪ ଭଉଣୀଙ୍କୁ ଏକ ହୋଟେଲରେ ହତ୍ୟା କରିଛି ୨୪ ବର୍ଷିୟ ପୁଅ। ଜଣ ଜଣ କରି ସେମାନଙ୍କ ମୁହଁରେ ଓଢଣୀ ପୁରାଇ ପାଟି ବନ୍ଦ କରିବା ପରେ ହାତ କାଟି ଅତି ନିର୍ମମ ଭାବେ ହତ୍ୟା କରିଛି ପୁଅ । ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଏକ ହୋଟେଲରେ ହତ୍ୟାକାଣ୍ଡ ହୋଇଛି । ବଡ଼ କଥା ହେଉଛି ଏଭଳି ଲୋମଟାଙ୍କୁରା ହତ୍ୟାକାଣ୍ଡ ଘଟାଇବା ପରେ ନିଜେ ଭିଡିଓ ଜାରି କରି ଯାହା କହିଛି ତାହା ଆହୁରୀ କଷ୍ଟଦାୟକ । ମା’ ଓ ଭଉଣୀଙ୍କ ସମ୍ମାନ ବଞ୍ଚାଇବା ପାଇଁ ମାରିଦେଇଥିବା କହିଛି ଅଭିଯୁକ୍ତ ପୁଅ ଅର୍ଶଦ। ଭିଡିଓରେ ଅର୍ଶଦ ନିଜ ମାଆ ଓ ଭଉଣୀ ଆଲିଆ(୯), ଆଲସିଆ(୧୯), ଆକ୍ସା(୧୪), ରେହେମିନ(୧୮) ମୃତଦେହ ମଧ୍ୟ ଦେଖାଇଛି ।
ଉତ୍ତରପ୍ରଦେଶ ଆଗ୍ରାରେ ଅର୍ସଦର ନିଜ ଘର। କିନ୍ତୁ ନୂଆ ବର୍ଷ ପାଳନ କରିବାକୁ ସେମାନେ ଲକ୍ଷ୍ମୌ ଯାଇଥିଲେ। ସେଠାରେ ହୋଟେଲ ରହିବା ପରେ ରାତିରେ ହତ୍ୟା କରିଥିଲା ଅର୍ସଦ। ଭିଡିଓରେ ଅର୍ଶଦ କହିଛି, ଏହି ହତ୍ୟା ପାଇଁ ତାଙ୍କର କିଛି ପଡ଼ୋଶୀ ଓ ସ୍ଥାନୀୟ ଲୋକ ଦାୟୀ। ସେମାନେ ତାଙ୍କର ସବୁ ଜାଗା ନେଇଯାଇଛନ୍ତି । ଆଉ ଏବେ ତାଙ୍କ ଘର ବି ନେବାକୁ ଚାହୁଁଛନ୍ତି । ସେଥିପାଇଁ ସେମାନେ ଥଣ୍ଡାରେ ଘର ଛାଡ଼ି ୧୫ ଦିନ ହେଲା ଥଣ୍ଡାରେ ଫୁଟପାଥରେ ରହୁଛନ୍ତି। ସେମାନେ ତାଙ୍କୁ ଓ ବାପାଙ୍କୁ ମିଛ କେସରେ ଫସାଇ ତାଙ୍କ ଭଉଣୀମାନଙ୍କୁ ହାଇଦ୍ରାବାଦରେ ବିକ୍ରି କରିଦେଇଥାଆନ୍ତେ । ସେଥିପାଇଁ ସେମାନଙ୍କୁ ମାରି ସେମାନଙ୍କ ସମ୍ମାନ ରଖିଛୁ ବୋଲି କହିଛି ଅର୍ଶଦ । ଏନେଇ ସେମାନେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ କୌଣସି କାର୍ୟ୍ୟାନୁଷ୍ଠାନ ନେଇନଥିଲା ବୋଲି କହିଛି ଅର୍ସଦ । ପୁଲିସ ଅଭିଯୁକ୍ତ ଅର୍ସଦଙ୍କୁ ଗିରଫ କରିଥିବାବେଳେ ତା'ର ବାପାଙ୍କର ମଧ୍ୟ ଏହି ହତ୍ୟାକାଣ୍ଡରେ ସାମିଲ ଥିବା ସନ୍ଦେହ କରୁଛି ।
ମା’ ଓ ଭଉଣୀଙ୍କୁ ହତ୍ୟା କରିବା ପରେ ଅର୍ସଦ ନିଜେ ଆତ୍ମହତ୍ୟା କରିବ ବୋଲି ଭିଡିଓରେ କହିଥିଲା। କିନ୍ତୁ ପୁଲିସ ତାଙ୍କୁ ଗିରଫ କରିଛି। ସେ ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ହାତ ଯୋଡ଼ି ଅନୁରୋଧ କରି କହିଛି, ତାଙ୍କ ଘର ଆଉ କାହା ହାତକୁ ନଯାଉ। ସେଠାରେ ଏକ ମନ୍ଦିର ବନାଯାଉ। ଯେଉଁ ଘରକୁ ମୋ ଭଉଣୀମାନେ ସଜାଇଥିଲେ, ସେ ସବୁ ମନ୍ଦିରରେ ଲାଗିଲେ ଆମ ସମସ୍ତଙ୍କ ଆତ୍ମା ଶାନ୍ତି ପାଇବ। ତେବେ ପୁଲିସ ଘଟଣା ଉପରେ ଅଧିକ ଛାନଭିନ ଚଳାଇଛି।