ସମ୍ମାନ ରଖିଲେ ଶୁଭ୍ରାଂଶୁ, ଧୂପର
ଭୁବନେଶ୍ୱର, ୧୩।୧(ତପନ ସ୍ବାଇଁ): ଇନ୍ଦୋରସ୍ଥିତ ଇମରଲାଣ୍ଡ ହାଇଟ୍ସ ଇଣ୍ଟରନ୍ୟାଶନାଲ ସ୍କୁଲ ଗ୍ରାଉଣ୍ଡରେ ଓଡ଼ିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ ଆରମ୍ଭ ହୋଇଛି। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଶୁଭ୍ରାଂଶୁ ସେନାପତି ଓ ରାଜେଶ ଧୂପର ଶତକୀୟ ଭାଗୀଦାରି ଗଢ଼ି ଦଳର ସମ୍ମାନ ରଖିଛନ୍ତି। ପ୍ରଥମ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ଓଡ଼ିଶା ପ୍ରଥମ ଇନିଂସରେ ୮୫.୩ ଓଭର ଖେଳି ୬ ଉଇକେଟରେ ୨୦୮ ରନ କରିଛି। ଓଡ଼ିଶା ପାଇଁ ହର୍ଷିତ ରାଠୋଡ୍ […] The post ସମ୍ମାନ ରଖିଲେ ଶୁଭ୍ରାଂଶୁ, ଧୂପର appeared first on Dharitri Odia News.
ଭୁବନେଶ୍ୱର, ୧୩।୧(ତପନ ସ୍ବାଇଁ): ଇନ୍ଦୋରସ୍ଥିତ ଇମରଲାଣ୍ଡ ହାଇଟ୍ସ ଇଣ୍ଟରନ୍ୟାଶନାଲ ସ୍କୁଲ ଗ୍ରାଉଣ୍ଡରେ ଓଡ଼ିଶା ଓ ମଧ୍ୟପ୍ରଦେଶ ମଧ୍ୟରେ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ ଆରମ୍ଭ ହୋଇଛି। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ପରେ ଶୁଭ୍ରାଂଶୁ ସେନାପତି ଓ ରାଜେଶ ଧୂପର ଶତକୀୟ ଭାଗୀଦାରି ଗଢ଼ି ଦଳର ସମ୍ମାନ ରଖିଛନ୍ତି। ପ୍ରଥମ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା ବେଳକୁ ଓଡ଼ିଶା ପ୍ରଥମ ଇନିଂସରେ ୮୫.୩ ଓଭର ଖେଳି ୬ ଉଇକେଟରେ ୨୦୮ ରନ କରିଛି। ଓଡ଼ିଶା ପାଇଁ ହର୍ଷିତ ରାଠୋଡ୍ ଏବଂ ମଧ୍ୟପ୍ରଦେଶ ପକ୍ଷରୁ ଆର୍ଯ୍ୟନ ପାଣ୍ଡେ ଓ ଅମରଜିତ ସିଂ ପ୍ରଥମଶ୍ରେଣୀ କ୍ରିକେଟ କ୍ୟାରିୟର ଆରମ୍ଭ କରିଛନ୍ତି।
ବରୋଦା ବିପକ୍ଷ ମ୍ୟାଚ ଖେଳିଥିବା ଓଡ଼ିଶା ଦଳରେ ୪ ପରିବର୍ତ୍ତନ କରାଯାଇଥିଲା। କାର୍ତ୍ତିକ ବିଶ୍ୱାଳ, ଆଶୀର୍ବାଦ ସ୍ବାଇଁ, ଦେବବ୍ରତ ପ୍ରଧାନ ଓ ରାଜେଶ ମହାନ୍ତିଙ୍କ ସ୍ଥାନରେ ପ୍ରୟାସ ସିଂ, ରାଜେଶ ଧୂପର, ହର୍ଷିତ ରାଠୋଡ ଓ ସୁନୀଲ ରାଉଳଙ୍କୁ ସୁଯୋଗ ଦିଆଯାଇଥିଲା। ଦୁଇଦିନ ତଳେ ଦଳରେ ସାମିଲ ହୋଇଥିବା ହର୍ଷିତ ରାଠୋଡଙ୍କୁ ଓଡ଼ିଶା କ୍ୟାପ୍ ପ୍ରଦାନ କରିଥିଲେ ମୁଖ୍ୟ କୋଚ୍ ଦୀନେଶ ମୋଙ୍ଗିଆ। ଟସ୍ ଜିତି ମଧ୍ୟପ୍ରଦେଶ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ଅଧିନାୟକ ଆଦିତ୍ୟ ଶ୍ରୀବାସ୍ତବଙ୍କ ନିଷ୍ପତ୍ତିକୁ ଉଚିତ ସାବ୍ୟସ୍ତ କରି ମଧ୍ୟପ୍ରଦେଶ ବୋଲରମାନେ ମାତ୍ର ୩୮ ରନ ମଧ୍ୟରେ ୪ ଉଇକେଟ ଅକ୍ତିଆର କରି ଓଡ଼ିଶାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଅଧିନାୟକ ଶାନ୍ତନୁ ମିଶ୍ର ୨, ଅନୁରାଗ ଷଡ଼ଙ୍ଗୀ ୯, ସନ୍ଦୀପ ପଟ୍ଟନାୟକ ୧୧ ଓ ଗୋବିନ୍ଦ ପୋଦ୍ଦାର ୫ ରନ କରି ଆଉଟ ହୋଇଥିଲେ। ଅଭିଜ୍ଞ ଶୁଭ୍ରାଂଶୁ ସେନାପତି ଓ ଉଇକେଟ କିପର ରାଜେଶ ଧୂପର ସତର୍କତାର ସହ ବ୍ୟାଟିଂ କରି ବ୍ୟକ୍ତିଗତ ଅର୍ଦ୍ଧଶତକ ହାସଲ କରିବା ସହ ୫ମ ଉଇକେଟରେ ୨୪୫ ବଲ୍ରୁ ୧୧୮ ରନ ଯୋଗ କରି ଦଳର ସମ୍ମାନ ରଖିଥିଲେ। ୬୨ତମ ଓଭରରେ ଧୂପର ଆଉଟ ହେବା ସହ ଏହି ଯୋଡ଼ି ଭାଙ୍ଗିଥିଲା। ୧୪୧ଟି ବଲ୍ର ସମ୍ମୁଖୀନ ହୋଇଥିବା ଧୂପର ୬ ଚୌକା ଓ ୧ ଛକା ସହାୟତାରେ ୫୧ ରନ କରିଥିଲେ। ଶୁଭ୍ରାଂଶୁଙ୍କ ସହ ୬ଷ୍ଠ ଉଇକେଟରେ ମୂଲ୍ୟବାନ ୫୨ ରନର ପାର୍ଟନରଶିପ୍ ଗଢ଼ି ପ୍ରୟାସ ସିଂ ଆଉଟ ହେବା ସହ ଅମ୍ପାୟର ଖେଳକୁ ବନ୍ଦ ରଖିଥିଲେ। ପ୍ରୟାସ ୭୩ ବଲ୍ରୁ ୨୭ ରନକରି ପ୍ୟାଭିଲିୟନ ଫେରିଥିବାବେଳେ ଶୁଭ୍ରାଂଶୁ ୮୭ (୨୦୮ ବଲ, ୬ ଚୌକା, ୧ ଛକା) ରନରେ ଅପରାଜିତ ରହିଥିଲେ।
The post ସମ୍ମାନ ରଖିଲେ ଶୁଭ୍ରାଂଶୁ, ଧୂପର appeared first on Dharitri Odia News.