‘ସମ୍ମାନିତ ଅନୁଭବ କରୁଛି’, ବିଜେପିରୁ ଟିକଟ ପାଇବା ପରେ କଙ୍ଗନାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: କଙ୍ଗନା ରଣାୱତ ନିର୍ବାଚନ ଲଢିବେ ବୋଲି ଦୀର୍ଘ ଦିନରୁ ଚାର୍ଚ୍ଚା ଜୋର ଧରିଥିଲା । ଶେଷରେ ତାଙ୍କୁ ବିଜେପି ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଟିକଟ ଦେଇଛି । ରବିବାର ବିଜେପି ଲୋକସଭା ନିର୍ବାଚନ ପାଇଁ ପଞ୍ଚମ ସୂଚୀ ଜାରି କରିଛି । ଏଥିରେ କଙ୍ଗନାଙ୍କ ନାଁ ମଧ୍ୟ ଘୋଷଣା କରିଛି । ଏହାପରେ ଅଭିନେତ୍ରୀ ଏକ୍ସରେ ପୋଷ୍ଟ କରି ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ସେ ପାର୍ଟିରେ ସାମିଲ ହୋଇ ସମ୍ମାନିତ ଅନୁଭବ କରୁଛନ୍ତି ।କଙ୍ଗନା ଏକ୍ସରେ ଲେଖିଛନ୍ତି, 'ମୋର ପ୍ରିୟ ଭାରତ ଏବଂ ଭାରତୀୟ ଜନତାଙ୍କ ନିଜ ପାର୍ଟି, ଭାରତୀୟ ଜନତା ପାର୍ଟିକୁ ସବୁବେଳେ ବିନା କୌଣସି ସର୍ତ୍ତରେ ମୋର ସମର୍ଥନ ରହିଛି । ଆଜି ବିଜେପିର ରାଷ୍ଟ୍ରୀୟ ନେତୃତ୍ୱ ମୋର ଜନ୍ମ ସ୍ଥାନ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭାରୁ ମୋତେ ପ୍ରାର୍ଥୀ ଘୋଷଣା କରିଛି । ମୁଁ ହାଇକମାଣ୍ଡର ଲୋକସଭା ନିର୍ବାଚନ ଲଢିବା ନିଷ୍ପତ୍ତିକୁ ପାଳନ କରିବି ।'My beloved Bharat and Bhartiya Janta’s own party, Bharatiya Janta party ( BJP) has always had my unconditional support, today the national leadership of BJP has announced me as their Loksabha candidate from my birth place Himachal Pradesh, Mandi (constituency) I abide by the high…— Kangana Ranaut (@KanganaTeam) March 24, 2024କ

‘ସମ୍ମାନିତ ଅନୁଭବ କରୁଛି’, ବିଜେପିରୁ ଟିକଟ ପାଇବା ପରେ କଙ୍ଗନାଙ୍କ ପ୍ରତିକ୍ରିୟା

ନୂଆଦିଲ୍ଲୀ: କଙ୍ଗନା ରଣାୱତ ନିର୍ବାଚନ ଲଢିବେ ବୋଲି ଦୀର୍ଘ ଦିନରୁ ଚାର୍ଚ୍ଚା ଜୋର ଧରିଥିଲା । ଶେଷରେ ତାଙ୍କୁ ବିଜେପି ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଟିକଟ ଦେଇଛି । ରବିବାର ବିଜେପି ଲୋକସଭା ନିର୍ବାଚନ ପାଇଁ ପଞ୍ଚମ ସୂଚୀ ଜାରି କରିଛି । ଏଥିରେ କଙ୍ଗନାଙ୍କ ନାଁ ମଧ୍ୟ ଘୋଷଣା କରିଛି । ଏହାପରେ ଅଭିନେତ୍ରୀ ଏକ୍ସରେ ପୋଷ୍ଟ କରି ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି ଯେ ସେ ପାର୍ଟିରେ ସାମିଲ ହୋଇ ସମ୍ମାନିତ ଅନୁଭବ କରୁଛନ୍ତି ।

କଙ୍ଗନା ଏକ୍ସରେ ଲେଖିଛନ୍ତି, 'ମୋର ପ୍ରିୟ ଭାରତ ଏବଂ ଭାରତୀୟ ଜନତାଙ୍କ ନିଜ ପାର୍ଟି, ଭାରତୀୟ ଜନତା ପାର୍ଟିକୁ ସବୁବେଳେ ବିନା କୌଣସି ସର୍ତ୍ତରେ ମୋର ସମର୍ଥନ ରହିଛି । ଆଜି ବିଜେପିର ରାଷ୍ଟ୍ରୀୟ ନେତୃତ୍ୱ ମୋର ଜନ୍ମ ସ୍ଥାନ ହିମାଚଳ ପ୍ରଦେଶର ମଣ୍ଡି ଲୋକସଭାରୁ ମୋତେ ପ୍ରାର୍ଥୀ ଘୋଷଣା କରିଛି । ମୁଁ ହାଇକମାଣ୍ଡର ଲୋକସଭା ନିର୍ବାଚନ ଲଢିବା ନିଷ୍ପତ୍ତିକୁ ପାଳନ କରିବି ।'


କଙ୍ଗନା ଲେଖିଛନ୍ତି, ଆନୁଷ୍ଠାନିକ ଭାବେ ପାର୍ଟିରେ ସାମିଲ ହୋଇ ସମ୍ମାନିତ ଏବଂ ଉତ୍ସାହିତ ଅଛି । ଆଶା କରୁଛି ଯେ ଲୋକଙ୍କ ସେବା କରିବା ସୁଯୋଗ ମିଳିବ । ଧନ୍ୟବାଦ । 

ପଢନ୍ତୁ: ଲୋକସଭା ନିର୍ବାଚନ ପାଇଁ ବିଜେପିର ୫ମ ସୂଚୀ ଜାରି, ୧୭ ରାଜ୍ୟର ୧୧୧ ଆସନ ପାଇଁ ପ୍ରାର୍ଥୀ ଘୋଷଣା

ଏହା ପୂର୍ବରୁ ଅଭିନେତ୍ରୀ ଗତ ବର୍ଷ ଡିସେମ୍ୱରରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ସେବେଠାରୁ ଅଭିନେତ୍ରୀଙ୍କ ନିର୍ବାଚନ ଲଢିବା ନେଇ ଅନୁମାନ କରାଯାଉଥିଲା । କଙ୍ଗନା ସବୁବେଳେ ରାଜନୀତିରେ ଯୋଗ ଦେବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ।