ସମୟ ମାଗିଲେ ଯାତ୍ରା ମାଲିକ, ଅଶ୍ଳୀଳ ନୃତ୍ୟ ବନ୍ଦ ପାଇଁ ମାର୍ଗଦର୍ଶିକା ଜାରି କରିବେ ସରକାର
ଭୁବନେଶ୍ୱର,୧୯ା୧: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ମନ୍ତ୍ରୀ କହିଛନ୍ତି, ”ଯାତ୍ରା କମିଟି, କଳାକାର ଓ ମାଲିକଙ୍କ ସହ ଆଲୋଚନା ହୋଇଛି। ତେବେ ତୁରନ୍ତ କଠୋର ଆଇନ ନନେବାକୁ ଯାତ୍ରା ମାଲିକଙ୍କ ଅନୁରୋଧ କରିଛନ୍ତି। କୌଣସି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ କିଛି ସମୟ ମାଗିଛନ୍ତି। ସେପଟେ ପୋଲିସ ଓ ଗୃହ ବିଭାଗ ଆଇନ ଶୃଙ୍ଖଳା ଦିଗକୁ ଦେଖୁଛି। ଆଗକୁ ଅଶ୍ଳୀଳତକୁ ନେଇ ମାର୍ଗଦର୍ଶିକା ଜାରି କରିବାକୁ ଯାଉଛନ୍ତି ସରକାର।” […] The post ସମୟ ମାଗିଲେ ଯାତ୍ରା ମାଲିକ, ଅଶ୍ଳୀଳ ନୃତ୍ୟ ବନ୍ଦ ପାଇଁ ମାର୍ଗଦର୍ଶିକା ଜାରି କରିବେ ସରକାର appeared first on Dharitri Odia News.
ଭୁବନେଶ୍ୱର,୧୯ା୧: ଖଣ୍ଡଗିରି ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ। ମନ୍ତ୍ରୀ କହିଛନ୍ତି, ”ଯାତ୍ରା କମିଟି, କଳାକାର ଓ ମାଲିକଙ୍କ ସହ ଆଲୋଚନା ହୋଇଛି। ତେବେ ତୁରନ୍ତ କଠୋର ଆଇନ ନନେବାକୁ ଯାତ୍ରା ମାଲିକଙ୍କ ଅନୁରୋଧ କରିଛନ୍ତି। କୌଣସି କାର୍ଯ୍ୟାନୁଷ୍ଠାନ ନେବା ପୂର୍ବରୁ କିଛି ସମୟ ମାଗିଛନ୍ତି। ସେପଟେ ପୋଲିସ ଓ ଗୃହ ବିଭାଗ ଆଇନ ଶୃଙ୍ଖଳା ଦିଗକୁ ଦେଖୁଛି। ଆଗକୁ ଅଶ୍ଳୀଳତକୁ ନେଇ ମାର୍ଗଦର୍ଶିକା ଜାରି କରିବାକୁ ଯାଉଛନ୍ତି ସରକାର।”
ଉଲ୍ଲେଖଯୋଗ୍ୟ ବିଭିନ୍ନ କ୍ଷେତ୍ରର ଲୋକମାନେ ବିଶେଷକରି ବୁଦ୍ଧିଜୀବୀ ଏବଂ ସାମାଜିକ କର୍ମୀମାନେ ଅଶ୍ଳୀଳ ନୃତ୍ୟ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଦାବି କରିବା ପରେ ଏହି ପଦକ୍ଷେପ ଆସିଛି।
ସେପଟେ ଖଣ୍ଡଗିରି ଯାତ୍ରା ୨୦୨୫ ମାଘ ସପ୍ତମୀରୁ ଆରମ୍ଭ ହେବ ଏବଂ ଫେବୃଆରୀ ୧୭ ପର୍ୟ୍ୟନ୍ତ ଚାଲିବ। ଅପେରାରେ ପ୍ରାୟ ୧୨ଟି ଯାତ୍ରା ଦଳ ପ୍ରଦର୍ଶନ କରିବେ।
The post ସମୟ ମାଗିଲେ ଯାତ୍ରା ମାଲିକ, ଅଶ୍ଳୀଳ ନୃତ୍ୟ ବନ୍ଦ ପାଇଁ ମାର୍ଗଦର୍ଶିକା ଜାରି କରିବେ ସରକାର appeared first on Dharitri Odia News.